ସୁନ୍ଦରଗଡ଼ ବଣାଇରେ ଦନ୍ତାହାତୀ ଆତଙ୍କ । ହାତୀ ଘର ଭାଙ୍ଗିବା ସହ ଘରୁ ଚାଉଳ ଆଣି ଖାଉଛି । ବଣାଇ ଅଞ୍ଚଳରେ ଦୁଇଟି ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛନ୍ତି ।
ଗାଁରେ ସପ୍ତାହେ ହେଲାଣି ମାତିଛନ୍ତି ହାତୀ। ଗୋଟିଏ କି ଦୁଇଟି ନୁହେଁ, ୨୨ଟି। ଧାନ ଖାଉଛନ୍ତି, ଫସଲ ଦଳୁଛନ୍ତି, ଘର ଭାଙ୍ଗୁଛନ୍ତି। ହାତୀ ଦେଖିବାକୁ ଗାଁରେ ଯାତ୍ରା, ଦାଣ୍ଡରେ ପଡ଼ିଛି ଧଡ଼ା
ନିକଟରେ ଖୋର୍ଦ୍ଧ ସହର ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମକୁନ୍ଦ ପ୍ରସାଦ ପେଟ୍ରୋଲ ପମ୍ପ ଓ ପଲ୍ଲା ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ହାତୀ ମାଡି ଆସିବା ପରେ ଏବେ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନା ରାସ୍ତାକୁ ହାତୀ ପଶିଆସିବା ସହରବାସୀଙ୍କ ମନରେ ଆଣି ଦେଇଛି ଭୟ ଓ ଆତଙ୍କର ବାତାବରଣ ।
ଚାଷ ଅମଳ ସମୟରେ ସୀମାନ୍ତ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ବଢ଼ାଉଛନ୍ତି ହାତୀ ପଲ । କେଉଁଠି କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ ପୁଣି କେଉଁଠି ଜନବସତି ମୁହାଁ ହୋଇ ଘର ଦ୍ୱାର ଭାଙ୍ଗି ରୁଜି ଚୁରମାର କରୁଛନ୍ତି । ଗତ ମାସକ ମଧ୍ୟରେ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସୁନ୍ଦରଗଡ଼ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ତୁରନ୍ତ କ୍ଷତିପୂରଣ ଯୋଗାଇବା ସହ ହାତୀ ଘଉଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।