Fraud Calls
କୋଭିଡ ହେଲପ୍ ଲାଇନ ନମ୍ବର 104 କୁ ଆସୁଛି ଫେକ୍ କଲ। ଗୋଟେ ଗୋଟେ ନମ୍ବରରୁ ପ୍ରାୟ ୫୦୦ ଥର କଲ ଆସିଥିବା ଜଣାପଡିଛି। ଏପରିକି କଲ ସେଣ୍ଟର ମହିଳା କର୍ମଚାରୀ ଏବଂ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ କଲ କରି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଏନେଇ 104 ହେଲପ ଲାଇନ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ଜା ହେଲଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ମଧ୍ୟ ଅଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)