• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Twins ‘Jaga-Balia’ Welcomes New Member
ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ,ଘରକୁ ଆସିଲା ସୁଭଦ୍ରା

ଭଉଣୀ ସୁଭଦ୍ରାକୁ ପାଇଲା ଜଗା । ବଳିଆକୁ ହରାଇବା ପରେ ଗୁମସୁମ୍ ହୋଇ ବସୁଥିବା ଜଗାର ମୁହଁରେ ହସ । କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗାଁର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା-ବଳିଆଙ୍କ ଘରେ ଏବେ ଖୁସିର ଲହରୀ । କାରଣ ବଳିଆର ବିୟୋଗ ପରେ ଏକୁଟିଆ ହୋଇଯାଇଥିବା ଜଗା ପାଇଛି ସାଙ୍ଗଟିଏ । ତା’ ପାଇଁ ଖେଳିବା ଆଉ ବୁଲିବା ପାଇଁ ସାଙ୍ଗ ହୋଇ ଦୁନିଆକୁ ଆସିଛି ନବଜାତ ଭଉଣୀ ।

BJD Will Field 27% OBC Candidate
OBC କାର୍ଡ଼ ଖେଳିଲା ବିଜେଡ଼ି,ନିର୍ବାଚନରେ ଦେବ ୨୭% ଓବିସି ପ୍ରାର୍ଥୀ

ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍‌ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ ମନ୍ତ୍ରୀ କହିଛନ୍ତି କି ସଂରକ୍ଷଣ ନେଇ ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ବରଂ ପରବର୍ତ୍ତୀ ନିର୍ବାଚନରେ ବି ବିଜେଡ଼ି ୨୭ ପ୍ରତିଶତ ଓବିସି ପ୍ରାର୍ଥୀ ଦେବ ବୋଲି ଉଭୟ ନେତା କହିଛନ୍ତି

jagannath pradhan
ଦଳ ଛାଡିବେ କି ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ?

ଦଳ ଛାଡିବେ କି ଭୁବନେଶ୍ୱରର ବିଜେପି ନେତା ଜଗନ୍ନାଥ ପ୍ରଧାନ ? ଖୋଲାଖୋଲି ଅସନ୍ତୋଷ ଜାହିର କଲେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ। ଆଜି ଓଟିଭିକୁ ଦେଇଥିବା ପ୍ରତିକ୍ରିୟାରେ ସେ ଅସନ୍ତୁଷ୍ଟ ଥିବା ସ୍ୱୀକାର କରିଛନ୍ତି। ଭୁବନେଶ୍ୱର ଜିଲ୍ଲା ବିଜେପିର କାର୍ଯ୍ୟକଳାପକୁ ନେଇ ସେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଆଉ ଏହାର ସମାଧାନ ନେଇ ରାଜ୍ୟ ସଭାପତିଙ୍କୁ ଲିଖିତ ଭାବେ ମଧ୍ୟ ସେ ଜଣାଇଛନ୍ତି। ଜଗନ୍ନାଥ କହିଛନ୍ତି, ରାଜ୍ୟ ସଭାପତି ଗତକାଲି ଏ ସମ୍ପର୍କରେ ଡାକି ଆଲୋଚନା କରିଛନ୍ତି ଓ ୨ ଦିନ ଭିତରେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

Odisha Plus 2  Results 2021
ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ +୨ କଳା ପରୀକ୍ଷା ରେଜଲ୍ଟ। ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ ମଧ୍ୟ କାଲି ପ୍ରକାଶ ପାଇବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। orissaresults.nic.inରେ ରେଜଲ୍ଟ ଉପଲ୍ଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଏହି ୱେବ୍‌ସାଇଟ୍‌କୁ ଯାଇ ରେଜଲ୍ଟ ଚେକ୍‌ କରିପାରିବେ।

COVID-19
୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ, ୬୦ ମୃତ

ରାଜ୍ୟରେ ପୁଣି ୧୧ଶହ ଉପରକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୨ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୯୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୯୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୯୮ ରହିଛି। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ଥିଲା। ସେହିପରି ରାଜ୍ୟରେ ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Fake Crop Insurance
ଧରା ପଡିଲେ ନକଲି ଚାଷୀ

ବଲାଙ୍ଗିରରେ ଅସଲି ଚାଷୀଙ୍କ ନାଁରେ କୃଷି ବୀମା କରି ମାଲାମାଲ ହେଉଛନ୍ତି ନକଲି ଚାଷୀ। ଚାଷୀଙ୍କ କୃଷି ବୀମାକୁ ନିଜ ନାଁରେ କରି ଚାଲିଛି ଲୁଟ୍। ଏପଟେ ବୀମା ଟଙ୍କାରୁ ବଞ୍ଚିତ ହେଉଛନ୍ତି ଅସଲି ଚାଷୀ। ଏନେଇ ବାରମ୍ବାର କୃଷି ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡି ଦୌଡି ନୟାନ୍ତ ହେବା ପରେ ଶେଷରେ ଥାନାରେ ପହଞ୍ଚି ଥିଲେ ଅସଲି ଚାଷୀ। ଏହାପରେ ଜଣଙ୍କ ପରେ ଜଣେ ନକଲି ଚାଷୀ ପୋଲିସ ହାତରେ ଧରାପଡ଼ିଥିଲେ।ଏହି ନକଲି ଚାଷୀଙ୍କ କାମ ହେଲା ଅସଲି ଚାଷୀଙ୍କୁ ଚକ୍‌ମା ଦେଇ ସେମାନଙ୍କ କୃଷି ବୀମା ହଡପ କରିବା। ବେଳପଡା, କଣ୍ଟାବାଞ୍ଜି, ଖପ୍ରାଖୋଲ, ବଙ୍ଗମୁଣ୍ଡା ଅଞ୍ଚଳରୁ ଏଭଳି ୧୦ ଜଣ ଚାଷୀଙ୍କୁ ପୋଲିସ ଗିରଫ କରିଛି।

Despite Sec 144, Protests
କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା,୨୦ରୁ ଊର୍ଦ୍ଧ୍ୱ ଲୋକ ଗିରଫ

ଖରସ୍ରୋତା ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି କେନ୍ଦ୍ରାପଡ଼ା ଭାରିଗଦାରେ ଚାପା ଉତ୍ତେଜନା ଲାଗି ରହିଛି। ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଗତକାଲି ପ୍ରକଳ୍ପ ସ୍ଥାନରେ ଲୋକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଯେଉଁମାନେ ଭଙ୍ଗାରୁଜାରେ ସାମିଲ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି ।

PM Modi meet 10-Year-Old Anisha
କୁନି ଝିଅର ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୁନି ଝିଅର ଅନୁରୋଧ ରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସଂସଦରେ ୧୦ ବର୍ଷର ଝିଅ ଅନିଶାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ଏହି ସାକ୍ଷାତକାର ଯେତିକି ରୋଚକ ତାଠୁ ଅଧିକ ରୋଚକ ଏହା ପଛର କାହାଣୀ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ମେଲ୍‌ କରି ଆପୋଏଣ୍ଟମେଣ୍ଟ ନେଇଥିଲେ ଅନିଶା । ଆଉ ଆପୋଏଣ୍ଟମେଣ୍ଟ ମିଳିବା ପରେ ଆଜି ମୋଦିଙ୍କୁ ଭେଟିଛନ୍ତି ୧୦ ବର୍ଷର ଝିଅ ଅନିଶା ପାଟିଲ ।

elephant day
ଆଜି ବିଶ୍ୱ ହସ୍ତୀ ଦିବସ

ଆଜି ବିଶ୍ୱ ହସ୍ତୀ ଦିବସ। ଏହି ଅବସରରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରାଥମିକତା ଦିଆଯାଉଛି । ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି । ବିଶ୍ୱ ହସ୍ତୀ ଦିବସ ଉପଲକ୍ଷେ ନନ୍ଦନକାନନରେ ହାତୀ ମାନଙ୍କକୁ କଦଳୀ, ସେଓ, ଆଖୁ ସପୁରୀ ଖାଇବାକୁ ଦିଆଯାଇଥିଲା ।

Protestors Clash With Police
ତେଜୁଛି ଖରସ୍ରୋତା ପ୍ରକଳ୍ପ ବିବାଦ,ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ

ତେଜିବାରେ ଲାଗିଛି କେନ୍ଦ୍ରାପଡ଼ା ଖରସ୍ରୋତା ପ୍ରକଳ୍ପ ବିବାଦ। ଏହି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହିତ ପୋଲିସ ମୁହାଁମୁହିଁ ହୋଇଛି। ରାଜକନିକାର ଭାରିଗଦାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେବାର ପ୍ରସ୍ତାବ ଅଛି। କିନ୍ତୁ ଏହାକୁ କେତେକ ଲୋକ ଜୋରଦାର ବିରୋଧ କରୁଛନ୍ତି। ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି

corona death
ରାଜ୍ୟରେ ୧୧୦୭ ନୂଆ ପଜିଟିଭ୍‌ ଚିହ୍ନଟ,୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ କରୋନା ସଂକ୍ରମଣ ମାତ୍ର କିଛିଦିନ କମିବା ପରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇଛି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୫୨ ଥିଲା। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି। ତେବେ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Man Throws Acid
ଯୁବତୀଙ୍କୁ ଏସିଡ୍‌ ମାଡ଼

ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ପୃକ୍ତ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏସିଡ୍ ମାଡ଼ କରିଛନ୍ତି, ତାହା ଜଣାପଡ଼ିନାହିଁ। ୨୦୨୦ ମସିହାରେ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।

aralakhemundi ACF’s death case
ରହସ୍ୟ ଘେରରେ ACFଙ୍କ ମୃତ୍ୟୁ,ନ୍ୟାୟ ଅପେକ୍ଷାରେ ଅଛନ୍ତି ସୌମ୍ୟଙ୍କ ପରିବାର

କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୁରି ଥିବାବେଳେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେବି ଖୋଜି ପାରିନି ପୋଲିସ। ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କାରଣ ପାଇ ପାରିନାହିଁ ତଦନ୍ତକାରୀ ଟିମ୍। ତଦନ୍ତ ଏବଂ ଘଣ୍ଟା ଘଣ୍ଟାର ମାରାଥନ ଜେରା ପରେ ବି ଘଟଣାରେ କାହାକୁ ଗିରଫ କରାଯାଇ ପାରିନାହିଁ। ଏପଟେ ନ୍ୟାୟ ଅପେକ୍ଷାରେ ଅଛନ୍ତି ସୌମ୍ୟଙ୍କ ପରିବାର।

Jagannath Temple Reopens
ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଅଗଷ୍ଟ ୨୩ରୁ ସର୍ବସାଧାରଣ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

Massive Landslide
କିନ୍ନୌରରେ ବଡ଼ ଧରଣର ଭୂସ୍ଖଳନ,୪୦ ଜଣ ମାଟି ତଳେ ଫସିଥିବା ଆଶଙ୍କା

କିନ୍ନୌରରେ ବଡ଼ ଧରଣର ଭୂସ୍ଖଳନ । ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି । ଏବେ ମାଟି ତଳେ ୪୦ରୁ ଅଧିକ ଲୋକ ଫସିଯିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

IAS toppers Granted Divorce
ବିଚ୍ଛେଦ ହେଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ଛାଡପତ୍ର ହୋଇଛି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିନା ଦାବି ଓ ଅଥର ଆମୀର ଖାନ୍‌ଙ୍କ। ୨୦୧୮ରେ ଏମାନଙ୍କ ହୋଇଥିଲା ଚର୍ଚ୍ଚିତ ବିବାହ। ବିବାହ ଭୋଜିରେ ବରିଷ୍ଠ ରାଜନେତାମାନେ ଯୋଗ ଦେଇଥିଲେ। ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଅନୁରୋଧକୁ ମଞ୍ଜୁର କରିଛନ୍ତି।

Fraud Calls
104 ଏମରଜେନ୍ସି ନମ୍ବରକୁ ଆସୁଛି ଫେକ୍ କଲ,ଥାନାରେ ଦାୟର ହେଲା ମାମଲା

କୋଭିଡ ହେଲପ୍‌ ଲାଇନ ନମ୍ବର 104 କୁ ଆସୁଛି ଫେକ୍ କଲ। ଗୋଟେ ଗୋଟେ ନମ୍ବରରୁ ପ୍ରାୟ ୫୦୦ ଥର କଲ ଆସିଥିବା ଜଣାପଡିଛି। ଏପରିକି କଲ ସେଣ୍ଟର ମହିଳା କର୍ମଚାରୀ ଏବଂ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ କଲ କରି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଏନେଇ 104 ହେଲପ ଲାଇନ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ଜା ହେଲଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ମଧ୍ୟ ଅଛି।

Pumpkin
ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ କଖାରୁ ମଞ୍ଜି

କେବେ କରୋନା ତ କେବେ ଡେଙ୍ଗୁ ଚିନ୍ତା ଘାରୁଛି ଲୋକଙ୍କୁ । ଏଥିପାଇଁ ଲୋକଙ୍କୁ ସୁଷମ ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା। ଏଥିରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍‌ ଏ ପ୍ରଚୁର ପରିମାଣରେ ରହିଛି । ଯାହା କରୋନାରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରେ।

Vigilance  Raid
କଳା ଧନର ଗୁମର ଖୋଜୁଛି ଭିଜିଲନ୍ସ ଟିମ୍ ,ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍

ଭିଜିଲାନ୍ପସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଭୂବନ ବ୍ଲକ୍ ଦିଘି ଓ ମଠକରଗୋଳ ପଞ୍ଚାୟତ ପିଇଓଙ୍କ ଘରେ ଚଢାଉ । ପିଇଓ ସନ୍ତୋଷ ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ । ଗୋଟିଏ ତିନି ମହାଲା କୋଠା ଓ ୨ଟି ଏକ ମହଲା କୋଠା ଠାବ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରଯାଇଛି ।

Paradeep
ସମୁଦ୍ରରେ ଲୀନ ହୋଇଯିବ ପାରାଦୀପ ସହର !

ପାରାଦୀପକୁ ରହିଛି ସମୁଦ୍ର ବିପଦ । ତାପମାତ୍ରା ବୃଦ୍ଧିରୁ ବରଫ ତରଳି ସମୁଦ୍ର ଆଁ କୁ ଯିବ ୧୨ ତଟବର୍ତ୍ତି ସହର। ଏହି ଆକାଳନ କରିଛି  ନାସା ।ନାସାର ଆକଳନ ଅନୁସାରେ ଏକବିଂଶ ଶତାଦ୍ଧୀ ଶେଷ ଆଡ଼କୁ ସମୁଦ୍ରରେ ଲୀନ ହୋଇପାରେ ପାରାଦୀପ । ଦେଶର ୧୨ଟି ଉପକୂଳ ସହର ଉପରେ ୨ରୁ ୩ ଫୁଟ୍ ଉପରେ ପାଣି ଚାଲୁଥିବ ନେଇ ଆକାଳନ କରିଛି ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା । 

Youth Murdered By Friends
ହନୁମାନ ପଇସା ପାଇଁ ଯୁବକଙ୍କୁ ହତ୍ୟା

ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଗତ ମେ’ ମାସ ୫ ତାରିଖ ଦିନ ରାଇତାଲ ଗାଁର କୃଷ୍ଣ କିସାନଙ୍କ ମୃତଦେହ ଗାଁରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ତଳୁ ମିଳିବା ପରେ ପୋଲିସ୍ ଘଟଣାର ତନାଘନା କରି ହତ୍ୟାକାଣ୍ଡର ପର୍ଦାଫାସ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ରାଇତାଲ ଗାଁର ୪ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ୪ ଅଭିଯୁକ୍ତ ହେଲେ- ଚାନ୍ଦଲୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରି କିସାନ ଏବଂ ପ୍ରଦୀପ ମାଝୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି

Elephant Menace In Mayurbhanj
ହାତୀ ଉପଦ୍ରବ,ତ୍ରାହି ତ୍ରାହି ଡାକିଲେଣି ଲୋକେ

ଚାଷ ଅମଳ ସମୟରେ ସୀମାନ୍ତ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ବଢ଼ାଉଛନ୍ତି ହାତୀ ପଲ । କେଉଁଠି କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ ପୁଣି କେଉଁଠି ଜନବସତି ମୁହାଁ ହୋଇ ଘର ଦ୍ୱାର ଭାଙ୍ଗି ରୁଜି ଚୁରମାର କରୁଛନ୍ତି । ଗତ ମାସକ ମଧ୍ୟରେ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସୁନ୍ଦରଗଡ଼ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ତୁରନ୍ତ କ୍ଷତିପୂରଣ ଯୋଗାଇବା ସହ ହାତୀ ଘଉଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

guidelines for worship
ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍,କଟକଣା ମଧ୍ୟରେ ହେବ ପୂଜା

ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ପୂଜା ପାଇଁ ସିପିଙ୍କ ଅନୁମତି ଲୋଡ଼ା ବୋଲି ସ୍ପଷ୍ଟ କରିଛନ୍ତି ସରକାର। ଏହାସହ କେବଳ ପରମ୍ପରା ରକ୍ଷା ପାଇଁ ପୂର୍ବବର୍ଷ ପରି ଏଥର ବି ନିରାଡ଼ମ୍ବର ଭାବେ ପୂଜା କରାଯିବ।

40 Families Marooned
ଜଳବନ୍ଦୀ ଜୀବନ,୩ ମାସ ହେବ ପାଣି ଘେରରେ ୪୦ଟି ପରିବାର

ପାଣିଘେରରେ ଅଛନ୍ତି ୪୦ଟି ପରିବାର । ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦୀର୍ଘ ୩ ମାସରୁ ଅଧିକ ସମୟ ହେବ ପାଣିଘେରରେ ଅଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖପରପଦା ଗାଁର ୪୦ ପରିବାର ରାତି ପାହିଲେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ବୁଲି ନିଜ ଦାୟିତ୍ୱ ସାରିଛନ୍ତି।

Caterers Protest
ଅଭିବନ ପ୍ରତିବାଦ,ରାସ୍ତାରେ ହାଣ୍ଡି ଓ ଡିସ୍ ଧରି ପ୍ରତିବାଦ

ରାଜ ରାସ୍ତାରେ ହାଣ୍ଡି, ଡିସ୍ ରଖି ଧାରଣାରେ ବସିଛନ୍ତି ଟେଣ୍ଟ୍ ହାଉସ୍ କର୍ମକର୍ତ୍ତାମାନେ । ୨୫ ଯାଗାରେ ୩୦୦ ଲୋକଙ୍କୁ ବାହାଘରରେ ଆସିବାକୁ ଅନୁମତି ଦିଅନ୍ତୁ ବୋଲି ସରକାରଙ୍କୁ ଦାବି କରିଛନ୍ତି । ରାଜଧାନୀର ଲୋୟର ପିଏମଜିରେ ସଂଗଠନ ପକ୍ଷରୁ ବି‍କ୍ଷୋଭ ପ୍ରଦର୍ଶନ କରାଯାଇଛି ।