ଆଜି ବିଶ୍ୱ ହସ୍ତୀ ଦିବସ। ଏହି ଅବସରରେ ହାତୀମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରାଥମିକତା ଦିଆଯାଉଛି । ୨୦୧୨ ମସିହାଠାରୁ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଉଛି । ହାତୀମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ସହ ହାତୀ ଶିକାର ଉପରେ ରୋକ୍ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି ।
ବିଶ୍ୱ ହସ୍ତୀ ଦିବସ ଉପଲକ୍ଷେ ନନ୍ଦନକାନନରେ ହାତୀ ମାନଙ୍କକୁ କଦଳୀ, ସେଓ, ଆଖୁ ସପୁରୀ ଖାଇବାକୁ ଦିଆଯାଇଥିଲା ।
Published By: Pallipuspa Samal
Last updated: 12 August 2021, 04:06 PM IST
ତେଜିବାରେ ଲାଗିଛି କେନ୍ଦ୍ରାପଡ଼ା ଖରସ୍ରୋତା ପ୍ରକଳ୍ପ ବିବାଦ। ଏହି ପ୍ରକଳ୍ପକୁ ବିରୋଧ କରୁଥିବା ଲୋକଙ୍କ ସହିତ ପୋଲିସ ମୁହାଁମୁହିଁ ହୋଇଛି। ରାଜକନିକାର ଭାରିଗଦାରେ ଏହି ମେଗା ପାନୀୟ ଜଳ ପ୍ରକଳ୍ପ ହେବାର ପ୍ରସ୍ତାବ ଅଛି। କିନ୍ତୁ ଏହାକୁ କେତେକ ଲୋକ ଜୋରଦାର ବିରୋଧ କରୁଛନ୍ତି। ପ୍ରକଳ୍ପକୁ ବିରୋଧ କରୁତିବା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ଆଜି ବିକ୍ଷୋଭ ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ଏହାକୁ ନେଇ ଦୁଇ ପକ୍ଷ ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ପୋଲିସର ବ୍ୟାରିକେଡକୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିବା ସୂଚନା ମିଳିଛି