• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

Kapil and Bharti
କପିଲ-ଭାରତୀଙ୍କ 'ବସପନ କା ପ୍ୟାର' ଗୀତ ଶୁଣି ହସି ହସି ବେଦମ ହେଲେ ଫ୍ୟାନ୍

ଯେବେ କମେଡି କିଙ୍ଗ୍ କପିଲ ଶର୍ମା ଓ ଭାରତୀ ସିଂ ଏକାଠି ନଜର ଆସିଥାନ୍ତି ସେଇଠି ହସି ହସି ବେଦମ ହୋଇଯାନ୍ତି ଦର୍ଶକ । କପିଲ ଶର୍ମା ଏବଂ ଭାରତୀ ସିଂ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଉଭୟଙ୍କର ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଭାରତୀ ଓ କପିଲଙ୍କୁ ଭେଟିବା ପାଇଁ ତାଙ୍କର ଜଣେ ଫ୍ୟାନ୍ ମଝି ରାସ୍ତାରେ ଆସି ପହଞ୍ଚି ଯାଇଥିଲେ । ସେହି ସମୟ ମଧ୍ୟରେ ଉଭୟ କପିଲ ଓ ଭାରତୀ ଏପରି କିଛି କଲେ ଯେ ଫ୍ୟାନ୍ସ ଜଣଙ୍କ ନିଜ ହସକୁ ବନ୍ଦକରି ପାରିଲେ ନାହିଁ ।

Anu Malik
ଇସ୍ରାଏଲର ଜାତୀୟ ସଂଗୀତ କପି କରି ଟ୍ରୋଲ ହେଲେ ଅନୁ ମଲିକ

ଗୀତ ରିଆଲିଟି ସୋ ଇଣ୍ଡିଆନ୍ ଆଇଡଲ୍ ୧୨ର ଲୋକପ୍ରିୟତା ଚର୍ଚ୍ଚାରେ ଥିବା ବେଳେ କେତେବେଳେ ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କ ଯୋଗୁଁ ହେଉ ବା କେତେବେଳେ ବିଚାରପତିମାନଙ୍କ ଯୋଗୁଁ ହେଉ ଶୋ’ ଆଲୋଚନାରେ ରହିବା ଏକ ସାଧାରଣ କଥା ହୋଇଗଲାଣି। ବର୍ତ୍ତମାନ ଅନୁ ମଲିକ ଇଣ୍ଡିଆନ୍ ଆଇଡଲ୍‌ର ଜଜ୍ ଦାୟିତ୍ୱ ତୁଲାଉଛନ୍ତି। ନିକଟରେ ଏକ ଖବର ମୁତାବକ ସେ ଟ୍ରୋଲର ଶିକାର ହୋଇଛନ୍ତି। ଇସ୍ରାଏଲର୍‌ ଜିମ୍ନାଷ୍ଟ ଡୋଲଗୋପୟାତ ଜିମ୍ନାଷ୍ଟରେ ସ୍ୱର୍ଣ୍ଣ ମେଡାଲ ଜିତିବା ପରେ ଅନୁ ମଲିକ ଟ୍ରୋଲ୍‌ ହେଉଛନ୍ତି।

Malaika Arora
ପ୍ରଶଂସକଙ୍କ ହୋସ୍ ଉଡେଇଲା ମଲାଇକାଙ୍କ ବୋଲ୍ଡନେସ୍

ମଲାଇକା ଆରୋରା ବଡିଉଡ ଜଗତର ସୁପର ଅଭିନେତ୍ରୀମାନଙ୍କ ଭିତରେ ଜଣେ। ସେ ନିଜର ସୌନ୍ଦର୍ଯ୍ୟ, ଚମତ୍କାର ଅଭିନୟ ଓ ଫିଟ୍‌ନେସ୍‌ ନେଇ ବେଶ ଚର୍ଚ୍ଚିତ। ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍ ରହୁଥିବା ବେଳେ ନିଜ ଫିଟ୍‌ନେସ୍‌କୁ ନେଇ ଫଟୋ ପୋଷ୍ଟ କରିବା କ୍ଷଣି ଫ୍ୟାନ୍‌ଙ୍କ ଅନେକ ପ୍ରଶଂସା ସାଉଁଣ୍ଟିଥାନ୍ତି। ପ୍ରଶଂସକମାନେ ମଧ୍ୟ ତାଙ୍କର ଆକର୍ଷିତ ଚେହେରା ପ୍ରତି ପାଗଳ ହୋଇଯାଉଥିବା ଦେଖାଯାଏ।

Ayushmann Khurrana
ବଲିଉଡ୍‌ରୁ ଦିନେ ମୁହଁ ମୋଡି ନେଇଥିଲେ ଆୟୁଷ୍ମାନ ଖୁରାନା, ଜାଣନ୍ତୁ କାହିଁକି...

ଆଜି ଆୟୁଷ୍ମାନ ଖୁରାନାଙ୍କ ଗଣନା ବଡ ତାରକାମାନଙ୍କ ମଧ୍ୟରେ କରାଯାଉଛି। ତେବେ ଏହି ଜାଗା ଯେ ତାଙ୍କୁ ସହଜରେ ପ୍ରାପ୍ତ ହୋଇଛି ତାହା ନୁହେଁ। ଏଠାରେ ପହଞ୍ଚିବା ପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଛି। ବଲିଉଡରେ ତାଙ୍କର ପ୍ରଥମ ଦିନଗୁଡିକ ବହୁତ ସଂଘର୍ଷପୂର୍ଣ୍ଣ ଥିଲା। ଆୟୁଷ୍ମାନଙ୍କୁ ଆଜି ଲକ୍ଷ ଲକ୍ଷ ଯୁବକ ଅନୁସରଣ କରୁଛନ୍ତି, କିନ୍ତୁ ତାଙ୍କ ଜୀବନରେ ମଧ୍ୟ ଏପରି କିଛି ସମୟ ଆସିଥିଲା, ଯେତେବେଳେ ସେ ଏହି ସବୁ ଜିନିଷରୁ ଦୂରେଇ ଯିବାକୁ ଚାହୁଁଥିଲେ।

Mirabai chanu
ନିର୍ମାଣ ହେବାକୁ ଯାଉଛି ମୀରାବାଇ ଚାନୁଙ୍କ ବାୟୋପିକ୍

ଅଲମ୍ପିକରେ ରୈପ୍ୟ ବିଜେତା ମୀରାବାଇଙ୍କ ଜୀବନକୁ ନେଇ ଫିଲ୍ମ ତିଆରି ହେବାକୁ ଯାଉଛି । ଅଲିମ୍ପିଆନସ୍ ମୀରାବାଇ ଦିନରାତି କିପରି ପରିଶ୍ରମ କରିଥିଲେ ଏବଂ ବହୁ ଅସୁବିଧାକୁ ଏଡ଼ାଇ କିପରି ଏହି ସ୍ଥାନରେ ପହଞ୍ଚିଲେ ତାହା ଏହି ଫିଲ୍ମ ମାଧ୍ୟମରେ ଦେଶବାସୀଙ୍କୁ ଦର୍ଶାଯିବ । ଭାରୋତ୍ତୋଳନକାରୀ ମୀରାବାଇ ଚାନୁଙ୍କ ଉପରେ ନିର୍ମିତ ଏହି ଫିଲ୍ମକୁ ଇଂରାଜୀ ଏବଂ ବିଭିନ୍ନ ଭାରତୀୟ ଭାଷାରେ ମଧ୍ୟ ଡବିଂ କରାଯିବ ବୋଲି ଫିଲ୍ମ ନିର୍ମାତା ମାନୋବ ଏମ୍ ଏମ୍ କହିଛନ୍ତି।

Arjun Kapoor and Jahnavi Kapoor
ସାବତ ଭାଇ ଅର୍ଜୁନଙ୍କୁ ବେଷ୍ଟ ଭାଇ କହିଲେ ଜାହ୍ନଭୀ

ଲିଉଡ୍ ଅଭିନେତା ଅର୍ଜୁନ କପୁର ଏବେ ପ୍ରକାଶ କରିଛନ୍ତି ଯେ ତାଙ୍କ ଧରମ ଭଉଣୀ ଜାହ୍ନଭୀ କପୁରଙ୍କ ସହ ଥିବା ତାଙ୍କ ସମ୍ପର୍କରେ କିପରି ପରିବର୍ତ୍ତନ ହୋଇଛି। ଅର୍ଜୁନ ଓ ଜାହ୍ନଭୀ ହେଉଛନ୍ତି ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କ ପିଲା। ଅର୍ଜୁନ ଏବଂ ଅଂଶୁଲା ବୋନିଙ୍କ ପ୍ରଥମ ପତ୍ନୀ ମୋନାଙ୍କ ପିଲା ହୋଇଥିବାବେଳେ ଜାହ୍ନଭୀ ଓ ତାଙ୍କ ଭଉଣୀ ଖୁସି କପୁର ସ୍ୱର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ପିଲା।

Deepika and Ranveer
ହସ୍ପିଟାଲରେ ଦୀପିକା ପାଦୁକୋନ : ମା’ ହେବା ନେଇ ଆଶା

ବଲିଉଡର ସବୁଠାରୁ ପ୍ରେମୀ ଦମ୍ପତି ହେଲେ ଦୀପିକା ପାଦୁକୋନ ଓ ରଣବୀର ସିଂ। ଏହି ଦୁଇ ପ୍ରେମୀ ଯୁଗଳ ନଭେମ୍ବର ୨୦୧୮ରେ ଇଟାଲୀରେ ଏକ ଗ୍ରାଣ୍ଡ୍‌ ଡେଷ୍ଟିନେସନ୍ ବିବାହ କରି ପରସ୍ପରର ହାତ ଧରିଥିଲେ। ସୋସିଆଲ ମିଡିଆରେ ଉଭୟ ଦୀପିକା ଏବଂ ରଣବୀରଙ୍କର ଅନେକ ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ସେମାନଙ୍କ ବିଷୟରେ ପ୍ରତ୍ୟେକ ଦିନ କିଛି ନା କିଛି ଜାଣିବାକୁ ଆଗ୍ରହୀ।

shilpa shetty
ଶିଳ୍ପାଙ୍କୁ ସପୋର୍ଟ କଲେ ହଂସଲ ମେହେଟ୍ଟା

ଶିଳ୍ପା ଶେଟ୍ଟୀଙ୍କୁ ଟ୍ରୋଲ କରିବା, ମିଡିଆ ରିପୋର୍ଟ ଏବଂ ବଲିଉଡ ସେଲିବ୍ରେଟିଙ୍କ ନିରବତା ଉପରେ କ୍ରୋଧ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ହଂସଲ ମେହେଟ୍ଟା । ସେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଟ୍ୟୁଇଟ୍ କରି ଶିଳ୍ପାଙ୍କୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆରେ ହଂସଲ ମେହେଟ୍ଟା ବହୁତ ସକ୍ରିୟ ଥିବାବେଳେ ଦେଶରେ ଚାଲିଥିବା ପ୍ରସଙ୍ଗଗୁଡ଼ିକ ଉପରେ ପ୍ରାୟତଃ ନିଜର ମତ ଦିଅନ୍ତି ।

Badshah
ରଣବୀର ଓ ଅନୁଷ୍କାଙ୍କ ଗୀତକୁ ଦେଶୀ ମୋଡ ଦେଲେ ବାଦଶାହ

ବାଦଶାହ ହେଉଛନ୍ତି ବଲିଉଡର ସେହି ରାପର୍ ଯିଏ ଆମକୁ ରାପ୍‌କୁ ଭଲ ପାଇବା ନେଇ ଶିଖେଇଛନ୍ତି। ପୂର୍ବରୁ ବାଦଶାହ ବଲିଉଡକୁ ଅନେକ ମହାନ ପାର୍ଟି ଗୀତ ଦେଇଛନ୍ତି। ତାଙ୍କର 'ତାରିଫା', 'ଗେନ୍ଦା ଫୁଲ', 'ଗର୍ମି', 'ଡିଜେ ୱାଲେ ବାବୁ', 'କାଲା ଚଶ୍ମା', 'ଲଡ୍‌କି କର ଗଇ ଚୁଲ' ଭଳି ଅନେକ ଗୀତ ଅଛି, ଯାହା ବାଜିଲା ମାତ୍ରେ ଯୁବକମାନେ ନିଜକୁ ନିୟନ୍ତ୍ରଣରେ ରଖିପାରନ୍ତି ନାହିଁ। ଏହି ଗୀତଗୁଡିକ ସମସ୍ତଙ୍କ ପାଦକୁ ନଚେଇ ଦେବ।

Divyanka and Vivek
'ବଡେ ଅଛେ ଲଗ୍‌ତେ ହେଁ ୨'କୁ ନା’ କଲେ ଦିବ୍ୟାଙ୍କା ତ୍ରିପାଠୀ

କୁହାଯାଉଥିଲା ଯେ ଟିଭି ଜଗତର ଅନ୍ୟତମ ପ୍ରସିଦ୍ଧ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କୁ 'ବଡେ ଅଛେ ଲଗ୍‌ତେ ହେଁ ୨'ରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। କିନ୍ତୁ, ବର୍ତ୍ତମାନ ଯେଉଁ ଖବର ଆସୁଛି ତାହା ନିଶ୍ଚିତ ଦିବ୍ୟାଙ୍କାଙ୍କ ପ୍ରଶଂସକଙ୍କୁ ନିରାଶ କରିବ। ସୂଚନା ମୁତାବକ ଦିବ୍ୟାଙ୍କା ତ୍ରିପାଠୀ ଶୋ’ 'ବଡେ ଅଛେ ଲଗ୍‌ତେ ହେଁ ୨' କରିବାକୁ ମନା କରି ଦେଇଛନ୍ତି।

PRAVAS
ରିଲିଜ୍ ହେଲା ‘ରାଧେଶ୍ୟାମ’ର ନୂଆ ପୋଷ୍ଟର; ଧୂମ୍ ମଚେଇଲା ପ୍ରଭାସଙ୍କ ନୂଆ ଲୁକ୍

ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ ପୂଜା ହେଗେଡେଙ୍କ ‘ରାଧେଶ୍ୟାମ’ ଫିଲ୍ମ ଆଜି ରିଲିଜ ହେବାର ଥିଲା । କିନ୍ତୁ କରୋନା ଯୋଗୁଁ ଫିଲ୍ମର ରିଲିଜ ଡେଟକୁ ଘୁଞ୍ଚାଇ ଦିଆଯାଇଥିଲା ।

sonu sood
ସୋନୁଙ୍କ ବର୍ଥ ଡେ ଉଇସ୍,’ହସପିଟାଲରେ ୧୦୦୦ ବେଡ୍ ଓ ଛାତ୍ରଙ୍କୁ ବୃତ୍ତି ମିଳିବା ଦରକାର’

ବଲିଉଡ ଅଭିନେତା ସୋନୁ ସୁଦ୍ ଏବେ ଗରିବ ଓ ଅସହାୟ ମଣିଷଙ୍କ ପାଇଁ ଦେବଦୂତ ସାଜିଛନ୍ତି । ନିଜ ଜନ୍ମଦିନ ଅବସରରେ ମନ କଥା ଜାହିର କରି ତାଙ୍କ ଫ୍ୟାନ୍ସ ମାନଙ୍କ ନିକଟରେ ସେ ଆହୁରି ପ୍ରଂଶସାର ପାତ୍ର ପାଲଟି ଯାଇଛନ୍ତି ।

sanjay dutt
‘ଅଧିରା’ର ନୂଆ ଲୁକ୍ : ଜବରଦସ୍ତ ଅନ୍ଦାଜରେ ନଜର ଆସିଲେ ସଞ୍ଜୁ ବାବା

ବଲିଉଡର ସଞ୍ଜୁ ବାବା ଓରଫ ସଞ୍ଜୟ ଦତ୍ତ ତାଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗିଫ୍ଟ । ଆଗକୁ ଆସୁଥିବା ଫିଲ୍ମ ‘KGF:Chapter 2’ ର ତାଙ୍କର ଖତରନାକ୍ ଲୁକର ପୋଷ୍ଟର ନିଜ ଫ୍ୟନ୍ସଙ୍କ ସହିତ ସେୟାର କରିଛନ୍ତି ବାବା । ସଞ୍ଜୟ ଦତ୍ତଙ୍କ ଏହି ପୋଷ୍ଟରେ ଅଧିରା ଲୁକରେ ବହୁତ ଭୟଙ୍କର ଦେଖାଯାଉଛନ୍ତି ।

raj kundra
ଶର୍ଲିନ ଚୋପ୍ରାଙ୍କ ନୂଆ ଖୁଲାସା: ରାଜ୍ କୁନ୍ଦ୍ରା ଓ ଶିଳ୍ପାଙ୍କ ମଧ୍ୟରେ ସଂପର୍କ ଭଲ ନଥିଲା

ଅଶ୍ଳୀଳ ବିବାଦରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସିଛି । ମଡେଲ ଶର୍ଲିନ ଚୋପ୍ରା ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କ ନାଁରେ ଆଉ ଏକ ଅଭିଯୋଗ ଆଣିଛନ୍ତି । ଶର୍ଲିନ ରାଜ କୁନ୍ଦ୍ରାଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ କରିଛନ୍ତି । ମୁମ୍ବାଇ ପୋଲିସ ନିକଟରେ ରାଜଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ଶର୍ଲିନ । ନିକଟରେ ସେ ପର୍ଣ୍ଣଗ୍ରାଫି ମାମଲାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗରେ ଏକ ଏଫ୍ଆଇଆର୍ ଜାରି କରିଛନ୍ତି । ସେ କହିଛନ୍ତି ଯେ ରାଜ୍ ଓ ଶିଳ୍ପାଙ୍କ ମଧ୍ୟରେ ଭଲ ସଂପର୍କ ନଥିବା କଥା ରାଜ କୁନ୍ଦ୍ରା ତାଙ୍କୁ କହିଥିଲେ ।

Huma Qureshi
ଗୋଟେ ବିଜ୍ଞାପନ ବଦଳେଇ ଦେଲା ଭାଗ୍ୟ : ରାତାରାତି ଷ୍ଟାର୍‌

ବଡ ପରଦାରେ ଅଭିନୟ କରି ଦର୍ଶକଙ୍କ ହୃଦୟେରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିଥିବା ଅଭିନେତ୍ରୀ ହୁମା କୁରେଶି ଜୁଲାଇ ୨୮ରେ ଅର୍ଥାତ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡ୍‌ ବ୍ୟତୀତ ହୁମା କୁରେଶି ନିଜ ଅଭିନୟ ଯାଦୁରେ ଦକ୍ଷିଣ ଚଳଚ୍ଚିତ୍ରରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି।

Nora Fatehi
ନୋରା ଫତେହିଙ୍କ ଠୁମ୍‌କା ଲଗେଇଲା ନିଆଁ

ବଲିଉଡ ଅଭିନେତ୍ରୀ ନୋରା ଫତେହି ସୁପରଷ୍ଟାର ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁଜ: ଦି ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ତେବେ ଆଜିକାଲି ନୋରା ଫତେହିଙ୍କ ଷ୍ଟାଇଲ୍ ହୃଦୟରେ ନିଆଁ ଲଗେଇବା ପାଇଁ ଯଥେଷ୍ଟ। ଯଦି ଏହା ଉପରେ ତାଙ୍କ ଡ୍ୟାନ୍ସ ଦେଖିବାକୁ ମିଳେ, ତେବେ ତ ପ୍ରଶଂସକଙ୍କ ପାଇଁ କଚେ ପୁଅ ବାର।

Sona Mohapatra
ରାଗିଲେ ସୋନା ମହାପାତ୍ର ; କହିଲେ ଆମକୁ ଛୁଇଁବା କାହାର ଅଧିକାର ନାହିଁ

ବଲିଉଡ ଗାୟିକା ସୋନା ମହାପାତ୍ର ସବୁ ପ୍ରସଙ୍ଗକୁ ନେଇ ଖୋଲାଖୋଲି ଭାବେ କଥା ହୁଅନ୍ତି। ଏଭଳି ଖାମଖିଆଲ କଥାବାର୍ତ୍ତା ଯୋଗୁଁ ଅନେକ ସମୟରେ ସୋନାଙ୍କୁ ମଧ୍ୟ ଟ୍ରୋଲର ସାମ୍ନା କରିବାକୁ ପଡେ। କିନ୍ତୁ ସବୁ ଟ୍ରୋଲିଂକୁ ଏକ ଉପଯୁକ୍ତ ଜବାବ ଦେଇ, ସୋନା ସମସ୍ତଙ୍କ ଆଗରେ ନିଜର ମତ ରଖନ୍ତି। ଏଥର ସୋନା ମହାପାତ୍ର ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲାକୁ ନେଇ ଏକ ମତ ରଖିଛନ୍ତି।

Dharmendra and Esha
ଧର୍ମେନ୍ଦ୍ର ଚାହୁଁ ନ ଥିଲେ, ଈଶା ଅଭିନେତ୍ରୀ ହେଉ ବୋଲି

ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ଅଭିନୟ ବଦଳରେ ପ୍ରଡ୍ୟୁସର୍ ହୋଇ ନିଜ ଯାତ୍ରା ଆରମ୍ଭ କରିଦେଇଛନ୍ତି। ସେ ତାଙ୍କ ସ୍ୱାମୀ କେ ଭରତ ତଖତାନୀଙ୍କ ସହ ଏକ ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିଛନ୍ତି, ଯାହାର ନାମ ରହିଛି ‘ବିଇଏଫ୍’ ଆର୍ଥାତ ‘ଭରତ ଈଶା ଫିଲ୍ମସ୍’। ‘ବିଇଏଫ୍’ ବ୍ୟାନରରେ ପ୍ରଥମ ଫିଲ୍ମ 'ଏକ ଦୁଆ' ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମ ବୁଟ୍‌ ସଲେକ୍ଟରେ ମୁକ୍ତିଲାଭ କରିଛି।

raj kundra and shilpa shetty
ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିବାକୁ ଚାହୁଁ ନଥିଲେ ଶିଳ୍ପା !

ପର୍ଣ୍ଣ ଫିଲ୍ମ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଜନେସ୍‌ ମ୍ୟାନ୍ ରାଜ୍‌ କୁନ୍ଦ୍ରାଙ୍କ ମୁସ୍କିଲ୍‌ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯାହାକି ରାଜ୍‌ କୁନ୍ଦ୍ରାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି।

SHWETA TIWARI
ଶ୍ୱେତା ତିୱାରୀ ହେବେ କଡା ସିବିଆଇ ଅଫିସର୍

ଯଦି ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ କଥା ଉଠେ ତେବେ ଶ୍ୱେତା ତିୱାରୀ ବାଦ ପଡିବେ ନାହିଁ। ଆଜିକାଲି ଏହି ଅଭିନେତ୍ରୀ କିଛି ନୂଆ କରିବାକୁ ଚିନ୍ତା କରୁଛନ୍ତି। ଶ୍ୱେତାଙ୍କୁ ଆମେ ଖୁବ୍ ଶୀଘ୍ର 'ଶୁକ୍ଲା ଭି /ଏସ୍ ତ୍ରିପାଠୀ'ରେ ଦେଖିବାକୁ ପାଇବା। ଏହି ନୂତନ ସସ୍‌ପେନ୍ସ ଥ୍ରୀଲର ସୋ’ରେ ଶ୍ୱେତା ଜଣେ କଡା ସିବିଆଇ ଅଫିସର୍ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି।

RAJ KUNDRA
କେସ୍‌ରେ ଫସିବା ଆଗରୁ ମୋବାଇଲ ବଦଳାଇଥିଲେ ରାଜ କୁନ୍ଦ୍ରା

ପୋର୍ଣ୍ଣୋଗ୍ରାଫୀ ମାମଲାରେ ଫସିଥିବା ରାଜ କୁନ୍ଦ୍ରାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସମାନାକୁ ଆସୁଛି । ରାଜ କୁନ୍ଦ୍ରା ଗିରଫ ହେବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି କେସର ତଦନ୍ତ ଜୋରସୋର ଚଳାଇଥିବା ବେଳେ ଏହି ମାମଲାରେ ଆଉ ଏକ ବଡ଼ ଖୁଲାସା ସାମ୍ନା‌କୁ ଆସିଛି । ରାଜ କୁନ୍ଦ୍ରାଙ୍କ ନାଁରେ ଏହି ମାମଲା ରୁଜୁ ହେବା ମାତ୍ରେ ସେ ତାଙ୍କ ମୋବାଇଲ ବଦଳାଇ ଦେଇଥିଲେ ।

Dil Lauta Do
ଦିଲ୍ ଲୁଟୁଛି 'ଦିଲ୍‌ ଲୌଟା ଦୋ'

ନିଜ ରୋମାଣ୍ଟିକ୍ ସ୍ୱରର ଅନ୍ଦାଜରେ ଲୋକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍‌ର ଜଣାଶୁଣା ଗାୟକ ଜୁବିନ୍ ନୌଟିୟାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ବଲିଉଡକୁ ଅନେକ୍ ହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ବର୍ତ୍ତମାନ ତାଙ୍କର ନୂଆ ଗୀତ ‘ଦିଲ୍ ଲୌଟା ଦୋ’ ନେଇ ଆସିଛନ୍ତି।

Samaresh and Tamanna
ଅଗଷ୍ଟ ୨ରୁ ‘ଏତେ ଭଲ ପାଏ ତତେ’

ଆଜିର ବ୍ୟସ୍ତ ବହୁଳ ଦୁନିଆରେ ଦୀର୍ଘ ସିରିଏଲ୍‌ ପ୍ରତି ଲୋକମାନେ ଧିରେ ଧିରେ ଦୂରେଇବାକୁ ବସିଲେଣି। ଏସବୁ ଜାଗାକୁ ପୂରଣ ପାଇଁ ସର୍ଟ ସିରିଜ୍ ପ୍ରସ୍ତୁତି ନେଇ ନିର୍ମାତାମାନେ ଆଗକୁ ଆସିଲେଣି। ଏହି କ୍ରମରେ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମାଣ କରିଛି ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ଏମିତି ଏକ ନୂଆ ସର୍ଟ ୱେବ୍ ସିରିଜ୍, ଯାହାର ନାମ ରହିଛି ‘ଏତେ ଭଲ ପାଏ ତତେ’।

kalira-atita
ଓଡ଼ିଆ ଫିଲ୍ମ 'କାଲିର ଅତୀତ' ଅସ୍କାର ଦୌଡ଼ରେ ସାମିଲ ହେବା ଖବର ମିଛ

ଭୁବନେଶ୍ୱର: ଅସ୍କାର ପୁରସ୍କାର ତାଲିକାରେ ଓଡ଼ିଆ ଫିଲ୍ମ ‘କାଲିର ଅତୀତ’ ସାମିଲ ହେବା ନେଇ ଯେଉଁ ଦାବି ହୋଇଥିଲା ତାହା ମିଛ ବୋଲି ପ୍ରମାଣିତ ହୋଇଛି। ଖୋଦ୍ ଫିଲ୍ମର ନିର୍ମାତା ନୀଳମାଧବ ପଣ୍ଡା ଟ୍ୱିଟ୍ କରି ସମସ୍ତଙ୍କୁ କାଲିର ଅତୀତ ଅସ୍କାରର ସାଧାରଣ ବର୍ଗର ବିଭିନ୍ନ ପୁରସ୍କାର ତାଲିକାରେ ସାମିଲ ହୋଇଥିବା ସୂଚନା ଦେଇଥିଲେ। ଏହା ଇଣ୍ଟର୍‌ନେଟ୍‌ରେ ଭାଇରାଲ ହେବା ପରେ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆମାନେ ଟ୍ୱିଟ୍ କର ନୀଳମାଧବ ପଣ୍ଡା ଓ […]

  • Tuesday, 27 July 2021
dadshabeb falke award
ଦାଦା ସାହେବ ଫାଲ୍‌କେ ଆୱାର୍ଡ ୨୦୨୧; ଦୀପିକା, ଅକ୍ଷୟ ଓ ସୁଶାନ୍ତ ସିଂହକୁ ମିଳିଲା ପୁରସ୍କାର

ମୁମ୍ବାଇ: ଚଳିତ ବର୍ଷ ବିଭିନ୍ନ ବର୍ଗରେ ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି। ଆୱାର୍ଡର ୫ମ ସଂସ୍କରଣରେ ବେଷ୍ଟ ଫିଲ୍ମ, ଟେଲିଭିଜନ୍‌, ମ୍ୟୁଜିକ ଏବଂ ଅନ୍ୟାନ୍ୟ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ଗତ ବର୍ଷର ଦମ୍‌ଦାର କାର୍ଯ୍ୟ ପାଇଁ ଦୀପିକା ପାଦୁକୋନ, ଅକ୍ଷୟ କୁମାର, ଏବଂ ସୁଶ୍ମିତା ସେନ୍, ସୁଭ୍ରୀ ଚନ୍ଦନା ଏବଂ ନୋରା ଫତେହ ଦାଦା ସାହେବ ଫାଲ୍‌କେ ପୁରସ୍କାର ପାଇଛନ୍ତି।   View […]

  • Tuesday, 27 July 2021