/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637664721.jpg)
International Eemmys 2021 – Nawazuddin Siddiqui could not win best actor award
ମୁମ୍ବାଇ : ବଲିଉଡ୍ର ଆଗଧାଡିର ଅଭିନେତା ନୱାଜୁଦ୍ଦୀନ ସିଦ୍ଧୀକୀ ଅନ୍ତର୍ଜାତୀୟ ଏମ୍ମୀ ଆୱାର୍ଡକୁ ନିଜ ନାମରେ କରିବାରେ ବିଫଳ ହୋଇଛନ୍ତି। ସିଦ୍ଧୀକୀଙ୍କୁ ନେଟ୍ଫ୍ଲିକ୍ସରେ ଷ୍ଟ୍ରୀମ୍ ହୋଇଥିବା ସୁଧୀର ମିଶ୍ରାଙ୍କ ଫିଲ୍ମ ‘ସିରିୟସ୍ ମ୍ୟାନ୍’ରେ ଭଳ ପ୍ରଦର୍ଶନ ନେଇ ଶ୍ରେଷ୍ଠ ଅଭିନେତା ବିଭାଗରେ ନାମାଙ୍କିତ କରାଯାଇଥିଲା।
ନୱାଜୁଦ୍ଦୀନ ସିଦ୍ଧୀକୀ ଏହାର ସୂଚନା ମଧ୍ୟ ତାଙ୍କ ପ୍ରଶଂସକମାନଙ୍କୁ ମଧ୍ୟରେ ଶେୟାର କରିଥିଲେ। କିନ୍ତୁ ବାଜି ମାରିନେଲେ ସ୍କଟିଶ ଅଭିନେତା ଡେଭିଡ୍ ଟେନେଣ୍ଟ। ତାଙ୍କୁ ‘Des’ ପାଇଁ ଶ୍ରେଷ୍ଠ ଅଭିନେତା ଆୱାର୍ଡ ମିଳିଛି। ସେହିପରି ଷ୍ଟାଣ୍ଡଅପ୍ କମେଡିଆନ୍ ବୀର ଦାସଙ୍କୁ କମେଡୀ ବିଭାଗରେ ଓ ସୁସ୍ମିତା ସେନ୍ଙ୍କୁ ୱେବ୍ ସିରିଜ୍ ‘ଆର୍ଯ୍ୟା’ ବେଷ୍ଟ ଡ୍ରାମା ପାଇଁ ନିର୍ବାଚିତ କରାଯାଇଥିଲା। କିନ୍ତୁ ଏମାନେ ସମସ୍ତେ ଏହି ପ୍ରତିଷ୍ଠିତ ସମ୍ମାନ ପାଇବାରୁ ବଞ୍ଚିତ ହୋଇଛନ୍ତି।
ନୱାଜୁଦ୍ଦୀନ ସିଦ୍ଧୀକୀ ଇନ୍ଷ୍ଟାଗ୍ରାମରେ ଏହି ଫିଲ୍ମର ନିର୍ମାଣ ସମୟର କିଛି ଫଟୋ ଶେୟାର କରି ଏହି ସୂଚନା ଦେଇଥିଲେ। ସେ ତାଙ୍କ ଅଫିସିଆଲ୍ ଆକାଉଣ୍ଟରେ ‘ସିରିୟସ୍ ମ୍ୟାନ୍’ ନିର୍ମାଣ ସମୟର ଦୁଇଟି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ସୁଧୀର ମିଶ୍ରାଙ୍କ ସହିତ ନଜର ଆସୁଥିବା ଦେଖାଯାଆନ୍ତି।
ସିଦ୍ଧୀକୀ ଏହି ଫଟୋକୁ ଶେୟାର କରି ଲେଖିଛନ୍ତି ଯେ “ ‘ସିରିୟସ୍ ମ୍ୟାନ୍’ ଅନେକ କାରଣରୁ ଏକ ଡ୍ରୀମ ପ୍ରୋଜେକ୍ଟ ଥିଲା। ଏଥିରୁ ଗୋଟିଏ କାରଣ ହେଉଛି ମହାନ ନିର୍ଦ୍ଦେଶକ ସୁଧୀର ମିଶ୍ରାଙ୍କ ସହିତ କାମ କରିବାର ସୁଯୋଗ। ତେବେ ସମ୍ମାନଜନକ ଏମ୍ମୀ ଆୱାର୍ଡ ପାଇଁ ନାମାଙ୍କିତ ହେବା ଏକ ସମ୍ମାନର କଥା। ମୁଁ ଏଠି ମୋର ପୂର୍ବ ଅନୁଭବକୁ ଆଜି ଭୁଲି ପାରିନି। ମୁଁ ଭାରି ଖୁସୀ ଯେ ଏମ୍ମୀରେ ଏହା ମୋର ଦ୍ୱିତୀୟ ସୁଯୋଗ ଥିଲା। ତାହା ପୁଣି ନେଟ୍ଫ୍ଲିକ୍ସ ଟାଇଟଲ ସହିତ।” ସିଦ୍ଧୀକୀଙ୍କ ଏହି ପୋଷ୍ଟ୍କୁ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ମଧ୍ୟ ଦେଉଛନ୍ତି।
ପ୍ରଶଂସକମାନେ ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ସିଦ୍ଧୀକୀଙ୍କୁ ଶ୍ରେଷ୍ଠ ଅଭିନେତା ବୋଲି କହିବା ସହିତ ଏହି ଫିଲ୍ମକୁ ସବୁଠାରୁ ଭଲ ଫିଲ୍ମ ବୋଲି କହୁଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି ଯେ “ଅଭିନନ୍ଦନ, ଆପଣ ଏହି ସମ୍ମାନ ପାଇବା ପାଇଁ ଯୋଗ୍ୟ।”
ସେହିପରି ଆଉଜଣେ ଉପଭୋକ୍ତା ଏହି ଫିଲ୍ମକୁ ନେଇ ଲେଖିଛନ୍ତି ଯେ “ଭାରତୀୟ ସିନେମା ଇତିହାସରେ ସର୍ବଶ୍ରେଷ୍ଠ ଫିଲ୍ମ ମଧ୍ୟରେ ଏହା ହେଉଛି ଗୋଟିଏ।” ୨୧ ବର୍ଷ ପୂର୍ବେ ଅମିର ଖାନଙ୍କ ଫିଲ୍ମ ‘ସରଫରୋଶ’ ମୁଖବିର୍ ଓ ଫିଲ୍ମ୍ ‘ଶୁଲ୍’ରେ ଜଣେ ୱେଟର୍ ଭୂମିକାରେ ନଜର ଆସିଥିବା ନୱାଜୁଦ୍ଦୀନ୍ ଆଜି ଭାରତୀୟ ସିନେମାର ଜଣେ ମହାନ ଅଭିନେତା ପାଲଟି ଯାଇଛନ୍ତି।
ସିଦ୍ଧିକୀ ପ୍ରତ୍ୟେକ ଚରିତ୍ରକୁ ଏଭଳି ଭାବରେ ବାସ୍ତବ କରିଦିଅନ୍ତି ଯେ ଦେଖିବା ଲୋକ ପ୍ରଶଂସା ନ କରି ରହିପାରିବ ନାହିଁ। ସିଦ୍ଧୀକୀ ‘ସିରିୟସ୍ ମ୍ୟାନ୍’ ଛଡା ଆହୁରି ଅନେକ ୱେବ୍ ସିରିଜ୍ କରିଛନ୍ତି ଯେଉଁଥିରେ ତାଙ୍କ ଅଭିନୟର ଖୁବ୍ ପ୍ରଶଂସା କରାଯାଇଛି। ସେଗୁଡିକ ମଧ୍ୟରେ ରହିଛି ରାତ୍ ଅକେଲୀ ହେ, ଧୂମକେତୁ, ଗ୍ୟାଙ୍ଗ୍ସ ଅଫ୍ ୱାସେପୁର୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)