Advertisment

କାହିଁକି ମାନ୍ଦା ପଡିଲା ‘ବଣ୍ଟୀ ଔର୍ ବବ୍‌ଲୀ-୨’ର ରୋଜଗାର

ରାନୀ ମୁଖାର୍ଜୀ ଓ ସୈଫ୍‌ ଅଲୀ ଖାନ୍ ଅଭିନୀତ ‘ବଣ୍ଟୀ ଔର୍ ବବ୍‌ଲୀ-୨’ ପ୍ରେକ୍ଷାଳୟକୁ ଆସିଯାଇଥିବା ବେଳେ ଏହାକୁ ନେଇ ଯେଉଁ ଆଶା କରାଯାଉଥିଲା ତାହା ସଫଳ ହୋଇନି। ପ୍ରଥମ ଦିନରୁ ଏହା ନିରାଶ କରିଛି।

author-image
Pramod Behera
Bunty Aur Babli-2 box office collection day one

Bunty Aur Babli-2 box office collection day one

ମୁମ୍ବାଇ: ରାନୀ ମୁଖାର୍ଜୀ ଓ ସୈଫ୍‌ ଅଲୀ ଖାନ୍ ଅଭିନୀତ ‘ବଣ୍ଟୀ ଔର୍ ବବ୍‌ଲୀ-୨’ ନଭେମ୍ବର ୧୯ରେ ରିଲିଜ୍ ହୋଇଯାଇଛି। ଆଶା କରାଯାଉଥିଲା ଯେ ଏହି ଫିଲ୍ମ ରୋହିତ୍ ସେଟ୍ଟୀଙ୍କ ଫିଲ୍ମ ‘ସୂର୍ଯ୍ୟାବଂଶୀ’କୁ ଟକ୍କର ଦେବ। କିନ୍ତୁ ଏହାର ପ୍ରଥମ ଦିନର ରୋଜଗାର ଏହା କହୁଛି ଯେ ଫିଲ୍ମର ଆରମ୍ଭ ଧିମେଇ ଚାଲିଛି।‘ବଣ୍ଟୀ ଔର୍ ବବ୍‌ଲୀ’ ର ଦ୍ୱିତୀୟ ସଂସ୍କରଣକୁ ନେଇ ନିର୍ମାତା ଓ କଳାକାରମାନେ ବଡ ଲକ୍ଷ ରଖିଥିବା ବେଳେ ଏହା ପ୍ରଥମ ଦିନରୁ ହିଁ ନିରାଶ କରିଛି। ସୈଫ୍‌ ଅଲୀ ଖାନ୍, ରାନୀ ମୁଖାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ ଓ ଶରବରୀ ମୁଖ୍ୟ ଭୂମିକାରେ ଥିବା ଏହି ଫିଲ୍ମକୁ ମିଳିତ ପ୍ରତିକ୍ରିୟା ମିଳିଛି। ଏହି ଫିଲ୍ମକୁ ସାରା ଦୁନିଆରେ ୨୫୦୦ ହଲ୍‌ରେ ରିଲିଜ୍ କରାଯାଇଛି।

Advertisment

ପ୍ରଥମ ଦିନର ରୋଜଗାର:

ତେବେ ଫିଲ୍ମରେ ସୈଫ୍-ରାନୀ ଓ ସିଦ୍ଧାନ୍ତ-ଶରବରୀଙ୍କ ଯୋଡିକୁ ଦର୍ଶକେ ଖୁବ ପସନ୍ଦ କରୁଥିବା ବେଳେ ଏହାର ସ୍କ୍ରିପ୍ଟକୁ ନାପସନ୍ଦ କରୁଥିବା ଦେଖାଯାଏ। ‘ବକ୍ସ ଅଫିସ୍ ଇଣ୍ଡିଆ ଡଟ୍ କମ’ର ସୂଚନା ଆନୁଯାୟୀ ଫିଲ୍ମର ଆରମ୍ଭରେ ଟିକେ ମାନ୍ଦା ଦେଖାଯାଇଛି। ଫିଲ୍ମ ଦିଲ୍ଲୀ ଏନ୍‌ସିଆର୍ ଓ ପୂର୍ବ ପଞ୍ଜାବର ବଡ ବଡ ସହରଗୁଡିକରେ ଭଲ ପ୍ରଦର୍ଶନ କରିଛି। ‘ବଣ୍ଟୀ ଔର୍ ବବ୍‌ଲୀ-୨’ ୭.୯ ପ୍ରତିଶତ ଦଖଲ ସହିତ ପ୍ରେକ୍ଷାଳୟରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଫିଲ୍ମ ପାଖାପାଖି ୩ ରୁ ସାଢେ ୪ କୋଟି ରୋଜଗାର କରିଛି।

Bunty Aur Babli-2 box office collection day oneବଣ୍ଟୀ ଔର୍ ବବ୍‌ଲୀ ପ୍ରଥମ ଦିନରେ ନିରାଶ କଲା

କେତେ ଥିଲା ‘ବଣ୍ଟୀ ଔର୍ ବବ୍‌ଲୀ’ର ମୋଟ୍ ରୋଜଗାର:

‘ବଣ୍ଟୀ ଔର୍ ବବ୍‌ଲୀ-୨’ ୨୦୦୫ରେ ଆସିଥିବା ‘ବଣ୍ଟୀ ଔର୍ ବବ୍‌ଲୀ’ର ସଂସ୍କରଣ। ଏହି ଫିଲ୍ମରେ ଅଭିଷେକ ବଚ୍ଚନ, ଅମିତାଭ ବଚ୍ଚନ ଓ ରାନୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମ ମୋଟ ଉପରେ ୬୩.୩୪ କୋଟି ଟଙ୍କା ରୋଜଗାର କରିଥିଲା।

Advertisment

ମୁମ୍ବାଇ ଓ ଗୁଜୁରାଟରେ କାହିଁକି ମାନ୍ଦା ପଡିଲା:

‘ବଣ୍ଟୀ ଔର୍ ବବ୍‌ଲୀ-୨’ର ରୋଜଗାର ବିଶେଷକରି ମୁମ୍ବାଇ ଓ ଗୁଜୁରାଟରେ ଧିମେଇ ଯାଇଛି। ବର୍ତ୍ତମାନ ମୁମ୍ବାଇ ଓ ଗୁଜୁରାଟରେ ‘ସୂର୍ଯ୍ୟବଂଶୀ’ର ହାୱା ଚାଲିଥିବାରୁ ଲୋକେ ‘ବଣ୍ଟୀ ଔର୍ ବବ୍‌ଲୀ-୨’ ପ୍ରତି ଢଳେଇ ନାହାନ୍ତି। ଏହି ଫିଲ୍ମରେ ଅଭିନୟ କରୁଥିବା ସିଦ୍ଧାନ୍ତ ଚତୁର୍ବେଦୀ ପୂର୍ବରୁ ‘ଗଲୀ ବୟ’ରେ ନଜର ଆସିସାରିଥିବା ବେଳେ ଶରବରୀ ଏହି ଫିଲ୍ମ ଦ୍ୱାରା ଡେବ୍ୟୁ କରିଛନ୍ତି। ତେବେ ବିଶ୍ୱାସ ରହିଛି ଯେ ଏହି ସପ୍ତାହ ମଧ୍ୟରେ ଫିଲ୍ମର ରୋଜଗାର ବଢିପାରେ।

Bollywood
Advertisment
Advertisment