Advertisment

କରୋନା ବେଳର ଦରଦ କାହାଣୀ କହୁଛି ‘ଜିତିବ ଓଡିଶା’

କରୋନା ସମୟର ଦୁଃଖଦ ଘଟଣାକୁ ନେଇ ତରଙ୍ଗ ଚ୍ୟାନେଲରେ ପ୍ରସାରଣ ହେଉଛି ‘ଜିତିବ ଓଡିଶା’। ଏହି କାର୍ଯ୍ୟକ୍ରମକୁ ଆପଣ ସମ୍ମୁଖରେ ପରଷି ଦେଉଛନ୍ତି ଓଡିଆ ହୀରୋ ସବ୍ୟସାଚୀ ମିଶ୍ର।

author-image
Pramod Behera
ଅଦ୍ୟତନ ହୋଇଛି
Jitiba Odisha in Taranaga Channel

Jitiba Odisha in Taranaga Channel

୨୦୧୯ ବିଶ୍ୱ ପାଇଁ ନେଇ ଆସିଥିଲା ଏକ ଅଭିଶାପର ସମୟ। କରୋନା ଭାଇରସ୍‌ର କରାଳ କାୟା ଧିରେ ଧିରେ ବିଶ୍ୱକୁ କବଳିତ କରିବାକୁ ଲାଗିଥିଲା। ମାନବ ସଭ୍ୟତାର ମୂଳଦୁଆ ଦୋହଲି ଯାଇଥିଲା। କୋଭିଡ୍ ସମୟର ଦୁଃଖ ଓ ଯନ୍ତ୍ରଣା ଯିଏ ଭୋଗିଛି ସିଏ ଜାଣିଛି।

Advertisment

କେଉଁଠି କୁନି ଛୁଆଟିଏ ବାପା-ମା’ଛେଉଣ୍ଡ ହୋଇଯାଇଛି ତ ପୁଣି କେଉଁଠି ନବବିବାହିତାର ମଥାରୁ ଚିରଦିନ ପାଇଁ ଲିଭିଯାଇଛି ସିନ୍ଦୂରର ଗାର। ପୁଣି କେଉଁଠି ଅସହାୟ ବାପା ରୋଜଗାରିଆ ପୁଅକୁ ହରେଛି ତ ପୁଣି କେଉଁଠି ଭାଇକୁ ହରେଇ ଝୁରି ଝୁରି ମରୁଛି ଅଲିଅଳି ଭଉଣୀ। ଏହି ସବୁ ଦୁଃଖର ସମୟ ଧିରେ ଧିରେ ସୁଧୁରୁଥିଲେ ମଧ୍ୟ ସେ ଯେଉଁ ଛାପ ଛାଡିଦେଇ ଯାଇଛି ତାହା କେବେ ବି ଭୁଲିହେବାର ନୁହେଁ।

ଖାଲି ଏତିକି ନୁହେଁ, ଅନେକ କରୋନାର ଆଘାତରେ ଶ୍ରୀହୀନ ମଧ୍ୟ ହୋଇପଡିଛନ୍ତି। କିଏ ନିଜର କୌଳିକ ବୃତ୍ତି ହରେଇଛି ତ ପୁଣି କିଏ ଚାକିରି। ବେପାର ବଣିଜରେ ମାନ୍ଦା ଅବସ୍ଥା ଯୋଗୁଁ ଅନେକଙ୍କ ଜୀବନ ଜୀବିକା ମଧ୍ୟ ଓଲଟ ପାଲଟ ହୋଇଯାଇଛି। ଏହି ସମୟରେ ସବୁଠାରୁ ବେଶି ହଇରାଣର ସମ୍ମୁଖିନ ହୋଇଥିଲେ ପ୍ରବାସୀ ଶ୍ରମିକ।

Advertisment

ଲକ୍‌ଡାଉନ୍ ସଟ୍‌ଡାଉନ୍ ଯୋଗୁଁ ଅନେକ କର୍ମକ୍ଷେତ୍ର ବନ୍ଦ ହୋଇଯାଇଥିଲା। କମ୍ପାନୀ କର୍ତ୍ତୃପକ୍ଷମାନେ ବାଧ୍ୟ ହୋଇ କର୍ମଚାରୀ ଛଟେଇ ଆରମ୍ଭ କରିଥିଲେ। ନିମ୍ନବର୍ଗର ଚାକିରିଆମାନେ ରୋଜଗାର ହରେଇ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ। ନା ସେମାନଙ୍କ ପାଖରେ ଖାଇବା ପାଇଁ ଅର୍ଥ ଥିଲା ନା ଘର ଭଡା। ତେଣୁ ସେମାନେ ଘରମୁହାଁ ହେବାକୁ ବାଧ୍ୟ ହୋଇଥିଲେ। ବିଭିନ୍ନ ପରିବହନ ବ୍ୟବସ୍ଥା ବନ୍ଦ ଥିବାରୁ ପ୍ରବାସୀମାନଙ୍କ କ୍ଷେତ୍ରରେ ଏହା ଅନେକ ଅସୁବିଧାର କାରଣ ମଧ୍ୟ ହୋଇଥିଲା, ଯାହା ସମସ୍ତେ ଜାଣନ୍ତି।

Jitiba Odisha in Taranaga Channel‘ଜିତିବ ଓଡିଶା’ କାର୍ଯ୍ୟକ୍ରମର ଏକ ଏପିସୋଡ୍‌ରେ ଅଂଶଗ୍ରହଣକାରୀ

ଅନେକ ସ୍ୱେଚ୍ଚ୍ୱାସେବୀ ସଂସ୍ଥା ମଧ୍ୟ ଆଗକୁ ଆସିଥିଲେ ସମାଜର ହୀତ ପାଇଁ। ପୋଲିସ୍ ପ୍ରଶାସନ ଚଳଚଞ୍ଚଳ ହୋଇଉଠିଥିଲା ବ୍ୟବସ୍ଥାକୁ କଡାକଡି କରିବା ନେଇ। ପୀଡିତଙ୍କୁ ସେବା ଦେବା ପାଇଁ ଡାକ୍ତରମାନେ ଦିନରାତି ଏକ କରି ଦେଇଥିଲେ।

ତେବେ କରୋନା ସମୟର ଏହିସବୁ ଦୁଃଖଯନ୍ତ୍ରଣାକୁ ବୁଝି ଅନେକ ମଧ୍ୟ ଦେବଦୂତ ସାଜି ଛିଡା ହୋଇଥିଲେ। ସେମାନେ ସାଜିଥିଲେ କରୋନା ଯୋଦ୍ଧା। ଏହିମାନଙ୍କ ଯୋଗୁଁ ଅନେକଙ୍କ ଜୀବନ ବଞ୍ଚିଥିଲା, ଅନେକ ନିଜ ଜନ୍ମଭୂମିକୁ ଫେରିବାରେ ସଫଳ ହୋଇଥିଲେ, ଅନେକ କରୋନା ସହ ଯୁଦ୍ଧ କରି ବିଜୟ ପ୍ରାପ୍ତ ମଧ୍ୟ କରିଥିଲେ।

Jitiba Odisha in Taranaga Channelକରୋନା ବେଳର ଦରଦର କଥା କହୁଛି ‘ଜିତିବ ଓଡିଶା’

ଏହିସବୁ ଦୁଃଖଦ ସମୟ, କରୋନା ପ୍ରପୀଡିତ ଓ କରୋନା ଯୋଦ୍ଧାଙ୍କୁ ନେଇ ଓଡ଼ିଶାର ଏକ ନମ୍ବର ମନୋରଂଜନ ଚ୍ୟାନେଲ ‘ତରଙ୍ଗ’ ପ୍ରସ୍ତୁତ କରିଛି ଏକ ନିଆରା କାର୍ଯ୍ୟକ୍ରମ, ଯାହାର ନାଁ ‘ଜିତିବ ଓଡ଼ିଶା’। ଏହି କାର୍ଯ୍ୟକ୍ରମକୁ ଓଡିଆ ହୀରୋ ସବ୍ୟସାଚୀ ମିଶ୍ର ହୋଷ୍ଟ୍ କରୁଛନ୍ତି। କରୋନା ସମୟରେ ସବ୍ୟସାଚୀ ମଧ୍ୟ ପୀଡ଼ିତଙ୍କ ପାଇଁ ଦେବଦୂତ ସାଜି ଉଭା ହୋଇଥିଲେ। କାହାର ଜନ୍ମଭୂମିକୁ ଫେରିବାର ସାହାରା ହୋଇଥିଲେ ତ ପୁଣି କାହାର ଜୀବନ ରକ୍ଷକ ସାଜି ଆନ୍ତର୍ଜାତିକ କ୍ଷେତ୍ରରେ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମରେ ତାଙ୍କ ଅଂଶଗ୍ରହଣ ନିହାତି ଏକ ସକରାତ୍ମକ ପଦକ୍ଷେପ।

ଏହି କାର୍ଯ୍ୟକ୍ରମ ଭିତରେ ରହିଛି ‘ଗେମ୍ ମାଷ୍ଟର’ ଭଳି ଏକ ଖେଳ। ଯେଉଁଠି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ କିଛି ପ୍ରଶ୍ନ ପଚରାଯାଏ ଏବଂ ସେମାନଙ୍କୁ କିଛି ଆକର୍ଷଣୀୟ ଉପହାର ମଧ୍ୟ ଦିଆଯାଏ। ‘ତରଙ୍ଗ’ ଚ୍ୟାନେଲର ‘କ୍ରିଏଟିଭ୍‌ ହେଡ୍’ ରଞ୍ଜନ ଶତପଥୀ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି। ପୂରା କାର୍ଯ୍ୟକ୍ରମର ବ୍ୟବସ୍ଥାପକ ଭାବେ ଜନ୍ ଅବିନାଶ ଏବଂ ପୂରା ପ୍ରୋଗ୍ରାମର ପ୍ରଡକ୍ସନ ଓ ରିସର୍ଚ୍ଚ କାମ କରୁଛି ‘ପ୍ରିଲୁଡ୍’ ସଂସ୍ଥା। ଦାୟିତ୍ୱ ନେଇଛନ୍ତି ଏହି ସଂସ୍ଥାର ଶ୍ୟାମା ପ୍ରସାଦ ମିଶ୍ର ଓ ସାନୁ ରଥ।

‘ତରଙ୍ଗ’ ଚ୍ୟାନେଲରେ ଗତ ନଭେମ୍ବର ୩୦ରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ରେ ‘ଜିତିବ ଓଡିଶା’ ପ୍ରସାରଣ ହେଉଛି। ଏକ ନୂଆ ଚିନ୍ତାଧାରାରେ ଡିଜାଇନ୍ କରାଯାଇଥିବାରୁ ଏବଂ କରୋନା ପୀଡ଼ିତଙ୍କ କାହାଣୀ କହୁଥିବାରୁ ଏହି କାର୍ଯ୍ୟକ୍ରମଟି ଦର୍ଶକଙ୍କ ମହଲରେ ପ୍ରଶଂସା ସାଉଁଟି ଚାଲିଛି। ଆପଣମାନେ ମଧ୍ୟ ଏହି କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ହାତଛଡା କରନ୍ତୁ ନାହିଁ।

Taranga Tv
Advertisment
Advertisment