Advertisment

ନୋଟ୍‌ବନ୍ଦୀର ମଜାଦାର କାହାଣୀ କହୁଛି ‘କ୍ୟାସ୍’

ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇଛି ‘କ୍ୟାସ୍’। କହୁଛି ୫ ବର୍ଷ ତଳର ନୋଟ୍‌ବନ୍ଦୀର ନିଆରା କାହାଣୀ।

author-image
Pramod Behera
ଅଦ୍ୟତନ ହୋଇଛି
Cash shows situation of demonetization in a funny way

Cash shows situation of demonetization in a funny way

ବଲିଉଡ୍‌ରେ ଏମିତି ଅନେକ ଫିଲ୍ମ ଅଛି ଯାହା ସତ୍ୟ ଘଟଣା ଉପରେ ଆଧାରିତ। ବର୍ତ୍ତମାନ ଅମୋଲ୍ ପରାଶରଙ୍କର ନୂଆ ଫିଲ୍ମ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ରିଲିଜ୍ ହୋଇଛି। ଏହି ଫିଲ୍ମର ନାମ ‘କ୍ୟାସ୍’ ରହିଛି। ଏହି ଫିଲ୍ମର ନାମ ହିଁ କହିଦେଉଛି ଯେ ଏହା ନିଶ୍ଚିତ ଟଙ୍କା ପଇସା ଉପରେ ଆଧାରିତ। ନିର୍ମାତ ଫିଲ୍ମର ବିଷୟବସ୍ତୁକୁ ୫ ବର୍ଷ ତଳର ନୋଟ୍‌ବନ୍ଦୀ ସହ ଯୋଡିଛନ୍ତି।

Advertisment

ଏହି ଫିଲ୍ମରେ ନୋଟବନ୍ଦୀ ପରିସ୍ଥିତିକୁ ମଜାଳିଆ ଢଙ୍ଗରେ ପରିବେଷଣା କରିବାକୁ ଚେଷ୍ଟା କରାଯାଇଛି। ଏହି ଫିଲ୍ମକୁ ନବାଗତ ନିର୍ଦ୍ଦେଶକ ଋଷଭ ସେଠଙ୍କ ଦ୍ୱାରା ନିର୍ଦ୍ଦେଶିତ କରାଯାଇଛି। ଏହି ଫିଲ୍ମରେ କମେଡୀ ଓ ସସ୍ପପେନ୍ସର ତଡକା ଦିଆଯାଇଛି। ତେବେ ସବୁଠାରୁ ବଡ କଥା ହେଲା ଏହି ଫିଲ୍ମରେ କିଛି ଅଦ୍ଭୁତ ଚରିତ୍ର ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ନୋଟ୍‌ବନ୍ଦୀ ପରେ ପରିବର୍ତ୍ତନ ହୋଇଯାଉଛି।

ପାଞ୍ଚ ବର୍ଷ ପୂର୍ବେ ୧୯୧୬ ନଭେମ୍ବର ୮ରେ ଦେଶର ପ୍ରଧାନମନ୍ତ୍ରୀ ହଠାତ ନୋଟବନ୍ଦୀ ସୂଚନା ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହି ସମୟରେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ। ବ୍ୟାଙ୍କ୍‌ ଓ ଏଟିଏମ୍ ଆଗାରେ ଲମ୍ବା ଲାଇନ୍ ଲାଗିଲା। ଲୋକେ ଖରାତରାରେ ଠିଆ ହୋଇ ନାନା ସମସ୍ୟାକୁ ଭେଟିଲେ। ଏହି କମେଡୀ ଫିଲ୍ମ୍ ‘କ୍ୟାସ୍’ ସେହି ୫ ବର୍ଷ ତଳର ଖଟା ମିଠା ଅନୁଭବ ତାଜା କରିବ।

Advertisment

ଏହି ଫିଲ୍ମରେ ଅମୋଲ୍ ପରାଶର, କାଭିନ୍ ଦବେ, ସ୍ୱାନନ୍ଦ କିରକିରେ, ସ୍ମୃତି କାଲରା ଓ ଗୁଲଶନ ଗ୍ରୋଭର ମୁଖ୍ୟ ଭୂମିକାରେ ନଜର ଆସିବେ। ସ୍ମୃତିଙ୍କର ଏହା ଡେବ୍ୟୁ ଫିଲ୍ମ ହୋଇଥିବା ବେଳେ ଏଥିରେ ନୋଟ୍‌ରେ ଥିବା ଚିପ୍‌କୁ ନେଇ ଜବରଦସ୍ତ ମଜ୍ଜା ଉଡାଯାଇଛି।

କ’ଣ ରହିଛି କାହାଣୀ:

‘କ୍ୟାସ୍’ ଏକ ଏଭଳି ପିଲାର କାହାଣୀ ଯିଏ କାହା ପାଖରେ ହାତ ଜୋଡିବାକୁ ପସନ୍ଦ କରେନି। ନିଜ ବଳରେ କିଛି କରିବାକୁ ଚେଷ୍ଟା କରେ। ଏହି ଚରିତ୍ର ଅରମାନ ଗୁଲାଟୀ ନାମରେ ଅମୋଲ୍ ପରାଶର କରୁଛନ୍ତି। ଅରମାନ ବ୍ୟବସାୟରେ ହାତ ଦେଇ ବାରମ୍ବାର ବିଫଳ ହେଉଛନ୍ତି। ଏହାରି ଭିତରେ ହୋଇଯାଉଛି ନୋଟ୍‌ବନ୍ଦୀ।

ନୋଟ୍‌ବନ୍ଦୀ ପରେ ତାଙ୍କ ମୁଣ୍ଡରେ ଏକ ନୂଆ ବିକଳ୍ପ ପଶେ। ଏହାରି ଦ୍ୱାରା ସେ ଧନୀ ହେବାକୁ ଚିନ୍ତା କରନ୍ତି। ସେ ବ୍ୟାଙ୍କ୍ ଦ୍ୱାରା ପୁରୁଣା ନୋଟ୍ ସ୍ୱୀକାର ବନ୍ଦ ହେବା ପୂର୍ବରୁ ୫ କୋଟିର ବ୍ୟାନ୍ ନୋଟ୍‌କୁ ନେଇ ହେର୍‌ଫେର୍ କରିବାର ଯୋଜନା କରନ୍ତି। ସେ ସମସ୍ତଙ୍କର ବ୍ଲାକମନୀକୁ ନେଇ ତା ବଦଳରେ ନୂଆ ନୋଟ୍ ଦେବାଉ ଚେଷ୍ଟା କରନ୍ତି। ଏନେଇ ସେ କିଛି ଲାଭାଂଶ ମଧ୍ୟ ନିଅନ୍ତି। ଏହି ଏହି ଯୋଜନା ଆରମ୍ଭରୁ ହିଁ ସେ ଅସୁବିଧାରେ ପଡିଯାଆନ୍ତି।

Cash shows situation of demonetization in a funny wayନୋଟ୍‌ବନ୍ଦୀର ମଜାଦାର କାହାଣୀ କହୁଛି ‘କ୍ୟାସ୍’

ଫିଲ୍ମରେ ଗୁଲସନ ଗ୍ରୋଭରଙ୍କ ଚରିତ୍ର:

ଫିଲ୍ମର ପ୍ରତ୍ୟେକ କଳାକାର ସେମାନଙ୍କ ଅଭିନୟକୁ ସୂଚାରୁରୂପେ କରିଥିବା ଦେଖାଯାଏ। ଫିଲ୍ମରେ ଗୁଲସନ ଗ୍ରୋଭର ନେତା ଭୂମିକାରେ ଥିବାବେଳେ ତାଙ୍କ ଅଭିନୟର ଛଳରେ ସେ ଦର୍ଶକକୁ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି। ଦୀର୍ଘ ଦିନର ଅବଧି ପରେ ଏହି ଫିଲ୍ମ ଜରିଆରେ ଗୁଲସନ୍‌ ପୁଣି ଥରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିବାକୁ ଯାଉଛନ୍ତି। ସେହିପରି ଫିଲ୍ମରେ ମଧ୍ୟ ପୁଲିସବାଲାଙ୍କ ଲାଞ୍ଚଖୋର ମନଭାବକୁ ମଧ୍ୟ ଦେଖାଯାଇଛି।

ଫିଲ୍ମରେ ଅମୋଲ୍ ପରାଶରଙ୍କ ଭୂମିକା:

ଏହି ଫିଲ୍ମ ମାଧ୍ୟମରେ ଅମୋଲ୍ ପରାଶର ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏଥିରେ ସେ ନିଜ ଅଭିନୟ ଦ୍ୱାରା ଲୋକଙ୍କୁ ବଶିଭୂତ କରିବାକୁ ଚେଷ୍ଟା କରିଛନ୍ତି। ଦର୍ଶକେ ମଧ୍ୟ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ଆପଣମାନେ ଅନେକ ତାରକା, ସୁନ୍ଦର ଜାଗା, ଚମତ୍କାର ଦୃଶ୍ୟ ସହିତ ମନଛୁଆଁ ଗୀତ ଦେଖିବାକୁ ପାଇବେ। ଫିଲ୍ମର ସବୁ ଗୀତକୁ ଅରଜୀତ ସିଂହ ବୋଲିଛନ୍ତି।

Cash Film Review
Advertisment
Advertisment