Advertisment

ସଫେଇ କାମ କରି ପେଟ ପୋଷୁଥିଲେ ସୁନୀଲ୍ ସେଟ୍ଟୀଙ୍କ ବାପା

ବଲିଉଡ୍ ଅଭିନେତା ସୁନୀଲ୍ ସେଟ୍ଟୀ ତାଙ୍କ ବାପାଙ୍କ ସଂଘର୍ଷମୟ ଜୀବନ କଥାକୁ ମନେପକେଇ ଭାବପ୍ରବଣ ହୋଇପଡିଛନ୍ତି। ତାଙ୍କ ବାପା ମୁମ୍ବାଇରେ ପ୍ରଥମେ ସଫେଇ କାମ କରି ଜୀବନ ଯାପନ କରୁଥିଲେ ବୋଲି ସେ କହିଛନ୍ତି।

author-image
Pramod Behera
Suniel Shetty gets emotional remembering his father on the sets of Indias Best Dancer-2

Suniel Shetty gets emotional remembering his father on the sets of Indias Best Dancer-2

ମୁମ୍ବାଇ: ୯୦ ଦଶକର ବଲିଉଡ୍‌ର ଜଣାଶୁଣା ଯୋଡି ସୁନୀଲ୍ ସେଟ୍ଟୀ ଓ କରିସ୍ମା କପୁର ବର୍ତ୍ତମାଣ ଟିଭି ରିଏଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର୍ ୨’ରେ ନଜର ଆସିଥିଲେ। କରିସ୍ମା ଓ ସୁନୀଲ୍ ଏହି ମଞ୍ଚକୁ ଆସି ସେମାନଙ୍କ ପ୍ରଶଂସକଙ୍କ ସ୍ମୃତିକୁ ଫେରେଇ ଆଣିଛନ୍ତି। ଏହି ଅବସରରେ ସୁନୀଲ୍ ସେଟ୍ଟୀ ତାଙ୍କ ବ୍ୟକ୍ତିଗତ ଜୀବନର କିଛି ଭାବପ୍ରବଣ କଥାକୁ ଦର୍ଶକମାନଙ୍କ ସହ ବାଣ୍ଟିଛନ୍ତି। ସୁନୀଲ୍ ତାଙ୍କ ବାପା ବିରପା ସେଟ୍ଟୀଙ୍କ ସହ ଜଡିତ କିଛି ପୁରୁଣା କଥାକୁ ମନେପକେଇ ଭାବପ୍ରବଣ ହୋଇପଡିଥିବା ନଜର ଆସିଥିଲେ।

Advertisment
Suniel Shetty gets emotional remembering his father on the sets of Indias Best Dancer-2ସଫେଇ କାମ କରି ପେଟ ପୋଷୁଥିଲେ ସୁନୀଲ୍ ସେଟ୍ଟୀଙ୍କ ବାପା

ଶୋ’ରେ ସୁନୀଲ ସେଟ୍ଟୀ ତାଙ୍କ ବାପାଙ୍କ ସଂଘର୍ଷମୟ ଜୀବନକୁ ମନେପକେଇଥିଲେ। ଏହି କଥାକୁ ମନେପକେଇଲା ବେଳେ ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା, ସେ ତାଙ୍କ କୋହକୁ ଚାପି ରଖିଥିଲେ। ସେ କହିଥିଲେ ଯେ “ଯେବେ ବି କେହି ମତେ ପଚାରେ, ମୋ ହିରୋ କିଏ? ମୁଁ ସବୁବେଳେ ହିଁ କୁହେ, ସେ ହେଉଛନ୍ତି ମୋ ବାପା। ମତେ ମୋ ବାପାଙ୍କ ପାଇଁ ପ୍ରକୃତରେ ଗର୍ବ ହୁଏ ଯେ ସେ କିଭଳି ମଣିଷ ଥିଲେ ଆଉ କିଭଳି ଏକ ଅବିଶ୍ୱସନୀୟ ଜୀବନର ନେତୃତ୍ୱ ନେଇଥିଲେ। ସେ ଯେତେବେଳେ ୯ ବର୍ଷର ଥିଲେ ମୁମ୍ବାଇ ଆସିଥିଲେ ଆଉ ସଫେଇ କାମ କରୁଥିଲେ।”

ସୁନୀଲ୍ ସେଟ୍ଟୀ ତାଙ୍କ ବାପାଙ୍କ ବିଷୟରେ ଆହୁରି ମଧ୍ୟ କହିଛନ୍ତି ଯେ ସେ କେବେ ବି ତାଙ୍କ ବାପାଙ୍କ କାମକୁ ନେଇ ଲଜ୍ଜିତ ହୋଇ ନାହାନ୍ତି। ସେ କୁହନ୍ତି ଯେ “ତାଙ୍କ ବାପା ଜୀବନ ଯାପନ କରିବା ନେଇ ଯାହା ବି କିଛି କରିଛନ୍ତି ସେ ନେଇ ସେ ଲଜ୍ଜିତ ହୁଅନ୍ତି ନାହିଁ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ସେ ଯେଉଁ ବିଲ୍ଡିଂରେ ସଫେଇ କାମ କରୁଥିଲେ ସେଇ ବିଲ୍ଡିଂର ମ୍ୟାନେଜର ହୋଇଗଲେ ଆଉ ଶେଷରେ ସେହି ବିଲ୍ଡିଂକୁ ମଧ୍ୟ କିଣିନେଲେ ଆଉ ମାଲିକ ହୋଇଗଲେ। ସେ ମତେ ସବୁବେଳେ ଶିକ୍ଷା ଦିଅନ୍ତି ଯେ ତୁମେ ଯାହା କରୁଛି ସେନେଇ ଗର୍ବ କର ଆଉ ସେଥିରେ ସମ୍ପୂର୍ଣ୍ଣ ମନ ଦେଇଦିଅ।”

Advertisment

ପ୍ରକାଶଥାଉ ଯେ ‘ଇଣ୍ଡିଆଜ୍ ବେଷ୍ଟ୍ ଡ୍ୟାନ୍ସର୍ ୨’ରେ ଜଜ୍‌ ଭୂମିକାରେ କୋରିଓଗ୍ରାଫର୍ ଗୀତା କପୁର୍, ଟେରେଙ୍ଗ ଲୁଇସ୍ ଓ ଅଭିନେତ୍ରୀ ମଲାଇକା ଅରୋଡା ନଜର ଆସୁଛନ୍ତି। ଏହି ଏମିସୋଡ୍‌ରେ ସବୁ ପ୍ରତିଯୋଗୀ ସୁନୀଲ୍ ସେଟ୍ଟୀ ଓ କରିସ୍ମା କପୁରଙ୍କ ଗୀତରେ ପ୍ରଦର୍ଶନ କରିଥିଲେ। ଏହି ଶୋ’ର ପ୍ରସାରଣ ଆଜି ରାତି ୮ରେ ସୋନି ଟିଭିରେ କରାଯିବ।

Bollywood India's Best Dancer
Advertisment
Advertisment