Advertisment

ତରଙ୍ଗର ନୂଆ ଧାରାବାହିକ ‘ଇନା ମୀନା ଡିକା’; ଜାଣନ୍ତୁ କେବେ ହେବ ପ୍ରସାରଣ

ଆସୁଛି ନୂଆ ଧାରାବାହିକ ‘ଇନା ମୀନା ଡିକା’। ଭିନ୍ନ ଧରଣର ଏହି ଧାରାବାହିକକୁ ଦର୍ଶକେ ନଭେମ୍ବର ୨୨ରୁ ପ୍ରତ୍ୟେକ ସୋମବାରରୁ ଶନିବାର ସନ୍ଧ୍ୟା ୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ଦେଖିପାରିବେ।

author-image
Pramod Behera
ଅଦ୍ୟତନ ହୋଇଛି
Taranga new serial Ina Mina Dika

Taranga new serial Ina Mina Dika

ତରଙ୍ଗ ପରିବାର ପକ୍ଷରୁ ଅନେକ ସମୟରେ ସୁପର୍‌ହୀଟ୍ ଧାରାବାହିକ ଭେଟିଦିଆଯାଇଛି। ତାରା ତାରିଣୀ, ନୂଆ ବୋହୂ, ଦୁର୍ଗା, କାଳୀଯାଇ ପରି ଅନେକ ଧାରାବାହିକ ଆପଣମାନେ ଦେଖିସାରିଥିବେ। ବର୍ତ୍ତମାନ ଏହି ପରିବାର ଆପଣମାନଙ୍କ ପାଇଁ ନେଇଆସୁଛି ଆଉ ଏକ ନୂଆ ଧାରାବାହିକ।

Advertisment

ନଭେମ୍ବର ୨୨ରୁ ପ୍ରତ୍ୟେକ ସୋମବାରରୁ ଶନିବାର ସନ୍ଧ୍ୟା ୬ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ପ୍ରସାରିତ ହେବାକୁ ଯାଉଛି ନୂଆ ଧାରାବାହିକ ‘ଇନା ମୀନା ଡିକା’। ଧାରାବାହିକଟି ସମ୍ପୂର୍ଣ୍ଣ ଏକ ପରିବାରଭିତ୍ତିକ କାହାଣୀ ଉପରେ ପର୍ଯ୍ୟବେସିତ ହୋଇଥିବା ବେଳେ ଏଥିରେ ତିନି ସାଙ୍ଗଙ୍କର ନିଆରା ଭଲପାଇବା ଦେଖିବାକୁ ମିଳିବ।

ଯଦି କାହାଣୀକୁ ଦେଖାଯାଏ ତେବେ ଓଡିଶାର ମଧ୍ୟ ଭାଗରେ ଏକ ସବୁଜ ସୁନ୍ଦର ସହର। ସେ ସହରର ନାଁ ମସ୍ତିପୁର। କାହାଣୀ ଆରମ୍ଭ ହୁଏ ଇନାକୁ ନେଇ। ଇନା ସ୍ୱଭାବରେ ବହୁତ ନମ୍ର, ଶାନ୍ତ ଓ ନିଜ ପରିବାର ସଦସ୍ୟମାନଙ୍କ ପାଇଁ ସବୁବେଳେ ଚିନ୍ତିତ, ବିଶେଷକରି ଜେଜେମା ଓ ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସେ ସବୁବେଳେ ଚିନ୍ତାରେ ଥାଏ।

Advertisment

ଇନା ଜେଜେମା ବୀଣା, ଭାଇ ଭିକି ଓ ମା’ ସୁମନଙ୍କ ସହ ରୁହେ। ଜେଜେମା ବୀଣା କୌଣସି କାରଣରୁ କଥା କହିପାରନ୍ତି ନାହିଁ। ଭାଇ ଭିକି ସ୍ୱଭାବରେ ବହୁତ ପିଲାଳିଆମି ପ୍ରକୃତିର, ହେଲେ ଭଉଣୀ ଇନା ପ୍ରତି ତା’ ମନରେ ବହୁତ ଭଲପାଇବା ଥାଏ । ମା’ ସୁମନ ବହୁ ସଂଘର୍ଷ କରି, ସମାଜ ସହ ଖାପ ଖୁଆଇ ଇନା ଓ ଭିକିକୁ ଏକ ସୁନ୍ଦର ଭବିଷ୍ୟତ ଦେବାର ସପ୍ନ ଦେଖୁଥାନ୍ତି । ଏନେଇ ଅର୍ଥ ଉପାର୍ଜନର ଗୋଟିଏ ପନ୍ଥା ତାଙ୍କ ପାଖରେ ଥାଏ। ତାହା ହେଉଛି ଏକ ମିଠା ଦୋକାନ।

Taranga new serial Ina Mina Dikaଇନା, ମୀନା, ଡିକା ଓ ହୀରୋକୁ ନେଇ ତରଙ୍ଗର ନୂଆ ଧାରାବାହିକ

ଏହି ମିଠା ଦୋକାନକୁ ନିଜର କରିବା ପାଇଁ ପ୍ରାୟ ସମୟରେ ସୁମନକୁ ହଇରାଣ କରୁଥାନ୍ତି ଇନାର ବାପା ଦୁଶ୍ମନ୍ତ । ସେ ନିଜ ପରିବାରକୁ ଛାଡି, ସନ୍ଧ୍ୟା ନାମକ ଏକ ସ୍ତ୍ରୀ ଲୋକକୁ ରକ୍ଷିତା ଭାବରେ ରଖି ତା’ ପାଖରେ ରୁହନ୍ତି। ଇନାର ଦୁଇ ଜଣ ସାଙ୍ଗ ଅଛନ୍ତି। ସେମାନେ ଖାଲି ସାଙ୍ଗ ନୁହେଁ, ତିନି ଜଣ ପରସ୍ପରର ଜୀବନ କହିଲେ ଚଳେ। ମୀନା ସ୍ୱଭାବରେ ବହୁତ ନମ୍ର, ହେଲେ ଡିକା ସମ୍ପୂର୍ଣ୍ଣରୂପେ ଅଲଗା, ଯେମିତିକି ସବୁବେଳେ ଆବଶ୍ୟକଠାରୁ ଅଧିକ ବକ୍ ବକ୍ କରିବା, ନିଜକୁ ଅତ୍ୟଧିକ ଚାଲାଖ ଭାବିବା(TOM BOY)।

ସେହି ସହରରେ ଇନାର ଜେଜେମା ବୀଣାଙ୍କର ଆଉ ଦୁଇ ଜଣ ସାଙ୍ଗ ବି ଅଛନ୍ତି। ଜଣେ ସଞ୍ଜୁ ଓ ଅନ୍ୟ ଜଣେ ପ୍ରତିଭା, ଯାହାଙ୍କୁ ମାଉସୀ ନାମରେ ସମସ୍ତେ ଜାଣନ୍ତି। ସଞ୍ଜୁ ସ୍ୱଭାବରେ ବହୁତ ରାଗୀ, ଏମିତିକି ତାଙ୍କୁ ଦେଖିଲେ ପିଲାମାନେ ଭୟ ବି କରିଥାନ୍ତି । ମାଉସୀ ତାଙ୍କ ନିଜର ଡାଲିଚାଉଳ ଦୋକାନ ଚଳାନ୍ତି। ଦୋକାନରେ ତାଙ୍କୁ କାମରେ ସାହାଯ୍ୟ କରିବା ପାଇଁ ସେ ଗୋଟିଏ ପିଲାକୁ ପାଖରେ ରଖିଥାଆନ୍ତି। ତା’ର ନାମ ରୋଶନ୍।

ଇନାର ମା’ ସୁମନଙ୍କ ଜନ୍ମଦିନରେ ଇନା ତାଙ୍କୁ ଉପହାର ଦେବା ଲକ୍ଷ୍ୟରେ ଥାଏ। ଏହି ସମୟରେ ଇନା, ମୀନା ଓ ଡିକା, ଇନା ଘରର ଷ୍ଟୋର୍‌ରୁମ୍‌ରୁ ଗୋଟିଏ ରହସ୍ୟମୟ ରୋଷେଇ ବହି ପାଆନ୍ତି। ଏହି ବହିଟି ଇନାର ଜେଜେମାଙ୍କର। ଏହି ବହି ହିଁ ଇନାକୁ ଅନେକ ସାହାଯ୍ୟ କରେ ନିଜ ପରିବାରର ସୁଖ ଫେରେଇ ଆଣିବା ନେଇ। ଯେତେବେଳେ ଏହି ବହିଟି ସେମାନଙ୍କ ହାତରେ ପଡେ ସେମାନେ ଭାବନ୍ତି ଯେ ଏହି ବହି ହିଁ ସେମାନଙ୍କର ସମସ୍ୟା ସମାଧାନର ବାଟ ହେବ। ତେଣୁ ସେମାନେ ଏହି ବହିର ନାମ ଦିଅନ୍ତି ହୀରୋ ଦେଇଛନ୍ତି।

ଯଦି କାହାଣୀର ଚରିତ୍ରମାନଙ୍କୁ ଦେଖାଯାଏ ତେବେ ଧାରାବାହିକର ମୁଖ୍ୟ ଚରିତ୍ର ଇନା ଭୂମିକାରେ ତାରା ତାରିଣୀ ଫେମ୍ ଆୟଶାଙ୍କୁ ଦେଖିବାକୁ ମିଳିବ। ଏହି ଧାରାବାହିକରେ ଆୟଶାଙ୍କ ଅଭିନୟ ଦର୍ଶକମାନଙ୍କ ହୃଦୟକୁ ବେଶ ପ୍ରଭାବିତ କରିଥିଲା। ଅନ୍ୟମାନଙ୍କ ମଧ୍ୟରେ ଭିକି ଭୂମିକାରେ ତେଜ୍, ମୀନା ଭୂମିକାରେ ଖୁସୀ ଓ ଡିକା ଭୂମିକାରେ ଶିବାନୀଙ୍କୁ ଦେଖିବାକୁ ମିଳିବ।

Taranga Plus Taranga Tv
Advertisment
Advertisment