• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କୁକୁରଟି ଏବେ ଧୀରେ ଧୀରେ ସୁସ୍ଥ ହେଉଛି

  • ପୂର୍ବରୁ ପୋଷା କୁକୁରର ମାଲିକ କରୋନା ଆକ୍ରାନ୍ତ ହୋଇଥିଲେ

  • କୁକୁରଠାରୁ ଅନ୍ୟ କୌଣସି ପୋଷା ଜୀବଜନ୍ତୁ ସଂକ୍ରମିତ ହୋଇନାହାନ୍ତି

ନୂଆଦିଲ୍ଲୀ : ଥମିନି କରୋନା ସଂକ୍ରମଣ । ବିଶ୍ୱରେ ଅନେକ ଦେଶ ଏବେ ବି କରୋନା ସହ ସଂଗ୍ରାମ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଟିକାକରଣ ଦ୍ୱାରା କରୋନାରୁ ରକ୍ଷା ପାଇବା ପାଇଁ ପ୍ରୟାସ ଜାର ରହିଛି । ଆଉ ଏହାରି ଭିତରେ ମଣିଷକୁ ଛାଡ଼ି ଦେଲେ ପୁଣି ଥରେ ପଶୁଙ୍କୁ ସଂକ୍ରମିତ କରିଛି କରୋନା । ବ୍ରିଟେନର ଗୋଟିଏ ପୋଷା କୁକୁର କରୋନା ଆକ୍ରାନ୍ତ ହୋଇଛି । ଏନେଇ ୟୁକେର ମୁଖ୍ୟ ବନ୍ୟପ୍ରାଣୀ ଅଧିକାରୀ ସ୍ପଷ୍ଟ କରିଛନ୍ତି । ନଭେମ୍ବର ୩ରେ କୁକୁରର ନମୂନା ପରୀକ୍ଷା ପରେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କୁକୁରଟି ଏବେ ଧୀରେ ଧୀରେ ସୁସ୍ଥ ହେଉଛି ।

ପୂର୍ବରୁ ପୋଷା କୁକୁରର ମାଲିକ କରୋନା ଆକ୍ରାନ୍ତ ହୋଇଥିଲେ । ତେଣୁ ତାଙ୍କ ଠାରୁ କୁକୁରଟିକୁ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । କିନ୍ତୁ କୁକୁର ଠାରୁ ଅନ୍ୟ କୌଣସି ପୋଷା ଜୀବଜନ୍ତୁଙ୍କୁ ସଂକ୍ରମିତ ହୋଇଥିବା ସମ୍ପର୍କରେ କୌଣସି ପ୍ରମାଣ ମିଳିନାହିଁ । କୁକୁରମାନେ କରୋନା ସଂକ୍ରମିତ ହେବା ଅତ୍ୟନ୍ତ ବିରଳ । ସାଧାରଣତଃ ସେମାନଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯିବା ସହ କିଛି ଦିନ ଭିତରେ ସୁସ୍ଥ ହୋଇଥାନ୍ତି ।

 

ଜଣେ ଡାକ୍ତରଙ୍କ ବୟାନ୍ ଅନୁସାରେ ଆନ୍ତର୍ଜାତୀୟ ପ୍ରତିବନ୍ଧତା ଅନୁସାରେ ଏହି ମାମଲା ସମ୍ପର୍କରେ ବିଶ୍ୱ ପ୍ରାଣୀ ସ୍ୱାସ୍ଥ୍ୟ ସଂଗଠନକୁ ଅବଗତ କରାଯାଇଛି । ୟୁରୋପ, ଉତ୍ତର ଆମେରିକା ଏବଂ ଏସିଆର ଅନ୍ୟ ଦେଶରେ ଗୃହପାଳିତ ପଶୁମାନେ କରୋନାରେ ସଂକ୍ରମିତ ହୋଇଥିବା ମାମଲା ଅନେକ କମ୍ ଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ମଣିଷ ଚାରିପାଖରେ ରୁହନ୍ତି କୁକୁର । କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ କୁହାଯାଏ । ଯଦି ସେମାନେ ମଧ୍ୟ କୋଭିଡ -19 ଜୀବାଣୁ ସଂକ୍ରମଣର ଉତ୍ସ ହେଉଛନ୍ତି, ତେବେ କୁକୁରଙ୍କ ସଂସ୍ପର୍ଶରେ ଆସିବା ବିପଜ୍ଜନକ ହେବ । ବର୍ତ୍ତମାନ ସୁଦ୍ଧା କେବଳ ମଣିଷଙ୍କ ପାଇଁ ପ୍ରସ୍ତୁତ ହୋଇଛି କରୋନା ଟିକା । ଦୁନିଆରେ ପଶୁମାନଙ୍କ ପାଇଁ କୌଣସି ଟିକା ନାହିଁ।