• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ବୁଷ୍ଟର ଡୋଜ୍ ନେଇପାରିବେ

  • ବୁଷ୍ଟର ଡୋଜକୁ ନେଇ ସାରା ବିଶ୍ୱରେ ଚାଲିଛି ଗବେଷଣା

  • ନାଜାଲ ଭ୍ୟାକସିନ୍ ଉପରେ କାମ କରୁଛି ଭାରତ ବାୟୋଟେକ୍

ନୂଆଦିଲ୍ଲୀ : କେବେ ନେବା ଉଚିତ କୋଭିଡ ଟିକାର ବୁଷ୍ଟର ଡୋଜ୍ ? ଏହାକୁ ନେଇ ସାରା ଦେଶରେ ତର୍କ ବିତର୍କ ଓ ଗବେଷଣା ଚାଲିଥିବା ବେଳେ ଭାରତ ବାୟୋଟେକର ଏମଡି ରଖିଛନ୍ତି ଗୁରୁତ୍ୱପୂର୍ଣ୍ଣ ମତ । ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ଜଣେ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କହିଛନ୍ତି ଭାରତ ବାୟୋଟେକ୍ ଅଧ୍ୟକ୍ଷ କ୍ରିଷ୍ଣା ଇଲା । ଏହି ସମୟ ହିଁ ହେଉଛି ଟିକାର ବୁଷ୍ଟର ଡୋଜ୍ ନେବାର ଉତ୍କୃଷ୍ଟ ସମୟ । ତେଣୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାର ୬ ମାସ ପରେ ଜଣେ ବୁଷ୍ଟର ଡୋଜ୍ ନେବା ଉଚିତ ।

ପ୍ରଧାନମନ୍ତ୍ରୀ ମୋଦି କୋଭାକ୍ସିନ ଟିକା ନେଇ ଦେଶର ବିଜ୍ଞାନ ଓ ଗବେଷଣା ଉପରେ ବିଶ୍ୱାସ ସୃଷ୍ଟି କରିଥିବା କହିଛନ୍ତି କ୍ରିଷ୍ଣା ଇଲା । କୌଣସି ବି ବୈଜ୍ଞାନିକଙ୍କ ପାଇଁ ଏହା ଠାରୁ ବଡ଼ ସନ୍ତଷ୍ଟି ଆଉ କିଛି ନାହିଁ । ଏହା ଭାରତୀୟ ବିଜ୍ଞାନ ଉପରେ ଆତ୍ମବିଶ୍ୱାସ, ଷ୍ଟାର୍ଟଅପ୍ ଏବଂ ନୂତନ ଉଦ୍ଭାବନକୁ ନେଇ ଆତ୍ମବିଶ୍ୱାସ ବଢ଼ାଉଛି । ଏଥିସହ ନାଜାଲ୍ ଭ୍ୟାକସିନ ଉପରେ ଭାରତ ବାୟୋଟେକ୍ କାମ କରୁଥିବା ସେ ସ୍ପଷ୍ଟ କରିଛନ୍ତି ।

ପ୍ରଥମେ କୋଭାକ୍ସିନର ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ ଭାବେ ନାଜାଲ ଭ୍ୟାକସିନ ନେଲେ, ତାହା ଅଧିକ ଫଳପ୍ରଦ ହେବ ବୋଲି ମତ ରଖିଛନ୍ତି । ଉଭୟ ରଣନୈତିକ ଏବଂ ବୈଜ୍ଞାନିକ ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ । ଦ୍ୱିତୀୟ ଡୋଜ୍ ନାଜାଲ ଭ୍ୟାକସିନ୍ ହେଲେ ସଂକ୍ରମଣ ରୋକିବା ସହଜ ହେବ । ଯଦି କେହି ସଂକ୍ରମିତ ହୁଅନ୍ତି କିମ୍ବା ପ୍ରଥମ ଡୋଜ୍ ଦିଆ ସରିଥିଲେ, ନାସାଲ୍ ଟିକା ସେମାନଙ୍କ ଉପରେ ଭଲ କାମ କରେ ।

ସେହିପରି ଜିକା ଭାଇରସ ପାଇଁ ମଧ୍ୟ ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କରୁଛି । ଟିକାର ପ୍ରଥମ ଫେଜ୍ ଶେଷ ହୋଇଛି । ସରକାର ଆହୁରି କିଛି ପରୀକ୍ଷା କରିବାକୁ ଚାହୁଁଛନ୍ତି । ବିଶ୍ୱର ପ୍ରଥମ କମ୍ପାନୀ ଭାବେ ଭାରତ ବାୟୋଟେକ୍ ଖୁବଶୀଘ୍ର ଏହି ଟିକା ଆଣିବ ବୋଲି କ୍ରିଷ୍ଣା ଇଲା କହିଛନ୍ତି ।