• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୋଭିଡ୍ ଅନୁକମ୍ପା ସହାୟତା ପ୍ରକ୍ରିୟା ଆରମ୍ଭ ।

  • କୋଭିଡ୍‌ରେ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ।

  • ମୃତକଙ୍କ ଆତ୍ମୀୟ ସ୍ୱଜନ କରିପାରିବେ ଆବେଦନ ।

ଭୁବନେଶ୍ୱର: କୋଭିଡ୍ ଅନୁକମ୍ପା ରାଶି ଦେବା ନେଇ ପ୍ରକ୍ରିୟା ଆରମ୍ଭ । ସୁପ୍ରିମକୋର୍ଟଙ୍କ ରାୟ ପରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ । ଆଉ ଏହିକ୍ରମରେ ରାଜ୍ୟରେ ଆରମ୍ଭ ହୋଇଛି କୋଭିଡ୍ ଅନୁକମ୍ପା ସହାୟତା ରାଶି ପ୍ରଦାନ ପ୍ରକ୍ରିୟା । ଏହା ଜରିଆରେ ପ୍ରତି କୋଭିଡ୍‌ ଜନିତ ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା । ଏପଟେ ଟିକାକରଣ ହାର କମ୍ ଥିବା ଜିଲ୍ଲାଗୁଡ଼ିକରେ କିପରି ଏହାକୁ ଜୋରଦାର କରାଯାଇପାରିବ ସେ ନେଇ ଜିଲ୍ଲାପାଳ ଓ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏଥିଲାଗି ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ତେବେ କିଏ କରିପାରିବ ଆବେଦନ ? କିଭଳି ଓ କାହାକୁ କରିବେ ଆବେଦନ ? ଏଥିଲାଗି କଣ ଡକ୍ୟୁମେଣ୍ଟ ଆବଶ୍ୟକ ? ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ବିଜ୍ଞପ୍ତି ମୁତାବକ, କୋଭିଡ୍‌ରେ ମୃତବ୍ୟକ୍ତିଙ୍କ ଆତ୍ମୀୟ ସ୍ୱଜନ ଓ ନିକଟ ସମ୍ପର୍କୀୟ ହିଁ ଏଥିପାଇଁ କରିପାରିବେ ଆବେଦନ । SRCଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଧାରିତ ଫର୍ମ ସହ ମୃତ ବ୍ୟକ୍ତିଙ୍କ ଆଧାର କାର୍ଡ, କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଓ ଆବଶ୍ୟକ ଡକ୍ୟୁମେଣ୍ଟ ସହ ଜଣେ ବ୍ୟକ୍ତି ଆର୍ଥିକ ସହାୟତା ଲାଗି ଆବେଦନ କରିପାରିବେ ।

ଜିଲ୍ଲାପାଳଙ୍କୁ ପ୍ରତ୍ୟକ୍ଷ ଭାବେ କିମ୍ବା କୋଭିଡ୍-୧୯ ଅନୁକମ୍ପା ସହାୟତା ପେମେଣ୍ଟ ସିଷ୍ଟମ ବା କ୍ୟାପ୍ସ ୱେବସାଇଟ୍ https://caps.odisha.gov.in ଜରିଆରେ ହିତାଧିକାରୀ ଏହି ସହାୟତା ଲାଗି ଆବେଦନ କରିପାରିବେ । ଆବେଦନ ପତ୍ରକୁ ଯାଞ୍ଚ କରାଯାଇ ଆବେଦନର ୩୦ ଦିନ ମଧ୍ୟରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୋଭିଡ୍ ଡ୍ୟାସ୍‌ବୋର୍ଡ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୮ ହଜାର ୩୪୩ ଜଣଙ୍କର କୋଭିଡ୍‌ରେ ମୃତ୍ୟୁ ହୋଇଛି ।

ଏପଟେ ଦେଶରୁ କୋଭିଡ୍‌କୁ ସମୂଳେ ନାଶ ଲାଗି ଟିକାକରଣ ତ୍ୱରାନ୍ୱିତ କରିବା ସହ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟିକାକରଣ ହାର କମ୍ ଥିବା ଜିଲ୍ଲାର ଜିଲ୍ଲାପାଳ ଓ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଟିକାକରଣ ଶହେ କୋଟି ଡୋଜ୍ ଟପିଥିଲେ ବି ଆମେ ଖାମଖିଆଲ ରହିବାନି । ଏମିତିକି ଟିକାକରଣକୁ ତ୍ୱରାନ୍ୱିତ କରିବା ଲାଗି ନୂଆ ନୂଆ ତରିକା ଆପଣାଇବା । ଏବେ ଦେଶରେ ଏପରି ୪୦ଟି ଜିଲ୍ଲା ରହିଛି, ଯେଉଁଠି ଟିକାକରଣ ହାର ୫୦ ପ୍ରତିଶତ ତଳେ ରହିଛି ।