• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Covid 19 Vaccine
ଟିକାକରଣ ପାଇଁ ଶିକ୍ଷକଙ୍କୁ ଅଗ୍ରାଧିକାର, କେନ୍ଦ୍ରର ଚିଠି ପରେ ରାଜ୍ୟର ତତ୍ପରତା

ରାଜ୍ୟରେ ଟିକାକରଣ ପାଇଁ ଶିକ୍ଷକଙ୍କୁ ଦିଆଯିବ ଅଗ୍ରାଧିକାର । ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷା ଅନୁଷ୍ଠାନର ଅନ୍ୟ କର୍ମଚାରୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି କରାଯିବା ପରେ ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ ।

Covid 19 in India
ଚିନ୍ତା ବଢାଇଲା କେରଳ; ଦିନକରେ ବାହାରିଲେ ୩୧ ହଜାର କରୋନା ସଂକ୍ରମିତ

ଦେଶରେ ଆସିଲା କି କରୋନାର ତୃତୀୟ ଲହର ? କାହିଁକି ଏତେ ବଢିଗଲା ସଂକ୍ରମିତଙ୍କ ସଂଖ୍ୟା ?

Mass Gathering
ତୃତୀୟ ଲହର ପ୍ରଭାବ ୭୫ ଦିନ !

ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଏମର୍ଜେନ୍ସି କୋଭିଡ୍ ରେସ୍ପନ୍ସ ପ୍ଲାନ୍ ୨୦୨୧-୨୨ ଅନୁସାରେ କୋଭିଡ୍ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି।୨୪୫ଟି ସିଏସ୍‌ସି ୫୫୧ଟି ପିଏଚ୍‌ସିରେ କୋଭିଡ୍ କେୟାର ସେଣ୍ଟର ପାଇଁ ୧୩୯ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।

Odisha Covid-19
୧୮ ବର୍ଷରୁ କମ୍ ବର୍ଗର ୧୩୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୫୯କୁ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ୭୧,୨୩୧ ଟେଷ୍ଟ କରାଯାଇଛି।ପଜିଟିଭିଟି ରେଟ୍‌ ୧.୧୯ ରହିଛି। ଏନେଇ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। 

Onam festival
କେରଳରେ କୋଭିଡ୍ ସଂକ୍ରମଣ ବଢାଇଲା କି ଓନମ ପର୍ବ?

୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ଏହି ଓନମ ପର୍ବ ପାଳିତ ହୋଇଥିଲା। ଏହି ପର୍ବ ପରେ ହଠାତ କୋଭିଡ୍ ସଂକ୍ରମଣ ବଢିଯାଇଛି। ଗତ ମେ ୨୦ରେ ରାଜ୍ୟରେ ୩୦ ହଜାର ଉପରେ ଥିଲା ଦୈନିକ ସଂକ୍ରମଣ। ତେବେ ଆଜି ସଂକ୍ରମଣ ଏହାକୁ ମଧ୍ୟ ଟପିଯାଇଛି।

Corona Vaccination
ଅକ୍ଟୋବରରେ ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକାକରଣ: ଡାକ୍ତର ଏନ୍.କେ. ଆରୋରା

ଅକ୍ଟୋବରରେ ୧୨ରୁ ୧୭ ବର୍ଷର ପିଲାଙ୍କୁ କରାଯିବ ଟିକାକରଣ । ଏହି ବର୍ଗର ପିଲାଙ୍କ ପାଇଁ ଅକ୍ଟୋବରରେ ଜାଇକୋଭ-ଡି ଭ୍ୟାକ୍ସିନ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି ନିତି ଆୟୋଗର କୋଭିଡ୍ ଓ୍ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ଏନ୍.କେ. ଆରୋରା ।

vaccination
ଟିକାକରଣରେ ଭାରତ ବିଶ୍ୱରେ ଦ୍ୱିତୀୟ, ଏବେ ସୁଦ୍ଧା ୬୦ କୋଟି ଡୋଜ ସରିଲାଣି

ଦେଶରେ ଏବେ ସୁଦ୍ଧା ୬୦ କୋଟି ଡୋଜ କରୋନା ଟିକାକରଣ ହୋଇସାରିଲାଣି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଟୁଇଟ କରି ସୂଚନା ଦେଇଛନ୍ତି । ଏଥି ସହ ଡୋଜ ପରିମାଣରେ ଚୀନ ପଛକୁ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବା ସେ କହିଛନ୍ତି ।

vaccinating all school teachers
ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ସ୍କୁଲ୍‌ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦେବାକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସବୁ ରାଜ୍ୟକୁ କହିଛନ୍ତି। 

covid third wave
୨ୟ ଲହର ପରି କୋଭିଡ ୩ୟ ଲହର ଭୟଙ୍କର ହୋଇ ନ ପାରେ-DMET

କୋଭିଡ ୩ୟ ଲହର କେତେ ପ୍ରଭାବ ପକାଇବ ? ୨ୟ ଲହରଠାରୁ ଭୟଙ୍କର ହେବ କି ? ଉତ୍ତର ଦେଲେ ଡିଏମଇଟି।

Corona Virus
ଚିନ୍ତା ବଢାଉଛି ପିଲାଙ୍କ ସଂକ୍ରମଣ; ଆଜି ୧୮ବର୍ଷରୁ କମ୍‌ ବର୍ଗର ୧୩୧ ଚିହ୍ନଟ

ଚିନ୍ତା ବଢାଉଛି ପିଲାଙ୍କ ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳେ ଥିବାବେଳେ ପିଲାଙ୍କ ସଂଖ୍ୟା ୧୦୦ ଉପରେ ରହିଛି

Corona
କରୋନାକୁ ପୁଣି ଥରେ ମାତ୍‌ ଦେଲା ଚୀନ୍‌, କୋଭିଡ୍‌ ମୁକ୍ତ ହେଲା ଦେଶ

ସାରା ବିଶ୍ୱରେ ଏବେ କରୋନା ଭୟର ବାତାବରଣ । ଚାରିଆଡ଼େ ହାହାକାର । ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେବ ଲୋକ କରୋନାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।

corona
ସେପ୍ଟେମ୍ବରରେ ଆସିବ ତୃତୀୟ ଲହର : ପାର୍ବଣରେ ଭିଡ଼କୁ ନ ଯିବା ପାଇଁ ଚେତାବନୀ ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ସଂକ୍ରମଣ କ୍ରମଶଃ କମିବ । ୩ୟ ଲହର ସମ୍ଭାବନାକୁ ନେଇ ଶିଶୁଙ୍କ ଉପରେ ଅଧିକ ଫୋକସ୍ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଓଡ଼ିଶାରେ କରୋନାର ପରିସ୍ଥିତି ଆଗ ଅପେକ୍ଷା କିମିଛି ବୋଲି ସେ କହିଛନ୍ତି । ସେପ୍ଟେମ୍ବରରେ ୩ୟ ଲହର ‌ଆସିଲେ ଅକ୍ଟୋବରେ ଶିଖର ଛୁଇଁବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

covid 19
କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ୬୩୫ ମଧ୍ୟରୁ ୮୦ ଜଣ ୧୮ ବର୍ଷରୁ କମ୍‌ ବର୍ଗର

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଯାହା କି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ଗତ  ୨୪ ଘଣ୍ଟାରେ ୬୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୦ ଜଣ ଅଛନ୍ତି ।

Puri Srimandir
ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ଦୀର୍ଘ ୪ ମାସର ଅପେକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧା

Corona 3rd wave
ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ: ଦୈନିକ ସଂକ୍ରମିତ ହେବେ ୫ ଲକ୍ଷ !

ପ୍ରଥମ ଲହରରେ ଡରାଇଲା। ଦ୍ୱିତୀୟ ଲହରରେ ଭୟଙ୍କର ହେଲା। ସମ୍ଭାବ୍ୟ ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ। ନିତି ଆୟୋଗ ସଦସ୍ୟ ଭି.କେ ପଲ୍‌ଙ୍କ ଆକଳନକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କିଛି ଏଭଳି ଆଶଙ୍କା କରାଯାଇଛି। ପଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏମ୍ପାଓ୍ୱାର୍ଡ କମିଟିର ଆକଳନ ଅନୁଯାୟୀ, ତୃତୀୟ ଲହର ପିକ୍ ସମୟରେ ଦେଶରେ ଦିନକୁ ୪-୫ ଲକ୍ଷ ପଜିଟିଭ୍ କେସ୍ ବାହାରିବ।

Corona 3rd wave
ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ: ଦୈନିକ ସଂକ୍ରମିତ ହେବେ ୫ ଲକ୍ଷ !

ଭେଣ୍ଟିଲେଟର୍ ଥିବା ୧ ଲକ୍ଷ ୨୦ ହଜାର ଆଇସିୟୁ ବେଡ୍, ୫ ଲକ୍ଷ ଅକସିଜେନ୍ ସୁବିଧା ବେଡ୍ ସହ ମୋଟ୍ ୭ ଲକ୍ଷ ନନ୍ ଆଇସିୟୁ ବେଡ୍ ଓ ୧୦ ଲକ୍ଷ କୋଭିଡ୍ ଆଇସୋଲେସନ୍ କେୟାର୍ ବେଡ୍ ଆବଶ୍ୟକ ହେବ। ଏପରି ସ୍ଥିତିରେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ହୋଇପାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି।

corona
’ପିକ୍ ପିରିୟଡରେ ୧୦୦ ରେ ୨୩ ପିଲା ହସ୍ପିଟାଲାଇଜ୍ ହେବେ’ : ତୃତୀୟ ଲହର ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

କରୋନାର ତୃତୀୟ ଲହର ଆସିଲେ ପିଲାମାନେ ଅଧିକ ପ୍ରଭାବିତ ହେବେ । ପିକ୍ ପିରିୟଡରେ ୧୦୦ ରେ ୨୩ ପିଲା ହସ୍ପିଟାଲାଇଜ୍ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ହସ୍ପିଟାଲାଇଜେସନର ଅଧିକ ବ୍ୟବସ୍ଥା ନାହିଁ । ତେବେ ଆଗାମୀ ସମୟକୁ ଦୃଷ୍ଟିରେ ରଖି ଶିଶୁ ମାନଙ୍କ ପାଇଁ ସବୁ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

corona
’ଅକ୍ଟୋବରରେ ଶିଖର ଛୁଇଁପାରେ ତୃତୀୟ ଲହର, ଅଧିକ ମାତ୍ରାରେ ଆକ୍ରାନ୍ତ ହୋଇପାରନ୍ତି ଶିଶୁ’

ଗୃହ ମନ୍ତ୍ରାଳୟର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ବିଶେଷଜ୍ଞ କମିଟି କୋଭିଡର ତୃତୀୟ ଲହରୀ ପ୍ରସଙ୍ଗରେ ଚେତାବନୀ ଦେଇଛି । ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାସହ ମୁଖ୍ୟତଃ ତୃତୀୟ ଲହରରେ ଶିଶୁମାନଙ୍କ ପ୍ରତି ଅଧିକ ବିପଦ ରହିଛି ।

Odisha sees 1193 new corona positive cases
ରାଜ୍ୟରେ ପୁଣି ୭୬୧ ଜଣ କରୋନା ସଂକ୍ରମିତ, ୬୮ ମୃତ

ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

coronavirus infection to children
୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୩ କରୋନା ରୋଗୀ, ଆକ୍ରାନ୍ତଙ୍କ ମଧ୍ୟରେ ୧୦୦ ପିଲା

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ଏବେ ନିକ ହଜାରେ ତଳେ ରହୁଛି। ହେଲେ ଭୟ ଦିନକୁ ଦିନ ବଢି ଚାଲିଛି। କାରଣ ତୃତୀୟ ଲହର ପିଲାଙ୍କୁ ବେଶି ପ୍ରଭାବିତ କରିବ ବୋଲି କୁହାଯାଉଥିବାବେଳେ ଏବେ ଦୈନିକ ଆକ୍ରାନ୍ତ ଶିଶୁଙ୍କ ବଢୁଥିବା ଲକ୍ଷ୍ୟ କରାଯାଉଛି। 

Child Corona
ସଂକ୍ରମଣ କମୁଛି ସତ କିନ୍ତୁ ଟେନ୍‌ସନ୍‌ କମିନାହିଁ

ପ୍ରଥମ ଡୋଜର ୨୮ ଦିନ ପରେ ଦ୍ୱିତୀୟ ଓ ଏହାର ୨୮ ଦିନ ପରେ ତୃତୀୟ ଡୋଜ୍ ନିଆଯିବ। କମ୍ପାନି ଦାବି କରିଛି ଏଇ ଟିକା ୬୬ ଦଶମିକ ୬ ପ୍ରତିଶତ ଫଳପ୍ରଦ। ହେଲେ ଏହାର ମୂଲ୍ୟ କେତେ ରହିବ ତାହା ଆସନ୍ତା ସପ୍ତାହରେ ସ୍ପଷ୍ଟ ହେବ।

Dmet Chief CBK Mohanty
ପିଲାଙ୍କୁ ଟିକା ମିଳିବ କେବେ? DMET କହିଲେ, କେନ୍ଦ୍ର ଗାଇଡ୍‌ ଲାଇନ୍‌କୁ କରିଛୁ ଅପେକ୍ଷା

ତେବେ ଆଜି ରାଜ୍ୟରେ ରାଜ୍ୟରେ ୨୪ ଘଣ୍ଟାରେ ୯୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୬ ଆକ୍ରାନ୍ତ। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୫୩୧; ଲୋକାଲ କେସ୍- ୩୮୦ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

DMET chief CBK Mohanty
ଛୋଟ ପିଲାଙ୍କୁ କେବେ ଦିଆଯିବ କରୋନା ଟିକା?

ଜାଇଡସ୍ କାଡିଲା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଜାଇଡସ୍ କାଡିଲାର ଜାଇକୋଭ୍-ଡି ଟିକାକୁ ଅନୁମତି ଦିଆଯାଇଛି।ଭାରତରେ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେବା ସହ ଭାରତର ପ୍ରଥମ ଟିକା ଭାବେ ପିଲାଙ୍କୁ ଦିଆଯାଇପାରିବ ଜାଇକୋଭ୍-ଡି।ଛୋଟ ପିଲା ଏବଂ ୧୨ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯାଇପାରିବ ଏହି ଟିକା। 

corona virus
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଲା

ରାଜ୍ୟରେ ଆକ୍ରାନ୍ତଙ୍କ ୧୦ ଲକ୍ଷ ୮୪କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ ସାମ୍ପଲ୍ ଟେଷ୍ଟ ୭୧,୨୬୪ ହୋଇଥିବା ବେଳେ ପଜିଟିଭିଟି ୧.୨୭% ରହିଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ। 

Covid 19 Vaccine
ଛୋଟ ପିଲାଙ୍କ ପାଇଁ ଆସିଲା ପ୍ରଥମ କରୋନା ଭ୍ୟାକ୍ସିନ୍

କେନ୍ଦ୍ର ସରକାରଙ୍କ ମିଶନ୍ କୋଭିଡ୍ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ଏହି ଟିକାକୁ ବିକଶିତ କରାଯାଇଛି। ଗତ ଜୁଲାଇ ୧ ତାରିଖରେ ଏହି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଏକୁ ଅନୁମତି ମାଗିଥିଲା ଜାଇଡସ୍ କାଡ଼ିଲା। ଦେଶବ୍ୟାପୀ ପ୍ରାୟ ୨୮ ହଜାର ସ୍ୱେଛାସେବୀଙ୍କ ଉପରେ ଏହାର ପରୀକ୍ଷଣ କରାଯାଇଥିଲା।