/odishatv-khabar/media/post_attachments/uploadimage/library/16_9/16_9_0/corona_1629791267.jpeg)
corona
ଭୁବନେଶ୍ୱର:କରୋନା ସଂକ୍ରମଣ କ୍ରମଶଃ କମିବ । ୩ୟ ଲହର ସମ୍ଭାବନାକୁ ନେଇ ଶିଶୁଙ୍କ ଉପରେ ଅଧିକ ଫୋକସ୍ ଦିଆଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଓଡ଼ିଶାରେ କରୋନାର ପରିସ୍ଥିତି ଆଗ ଅପେକ୍ଷା କିମିଛି । ସେପ୍ଟେମ୍ବର ଓ ଅକ୍ଟୋବରରେ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ତେଣୁ ପାର୍ବଣ ଋତୁ ସମୟରେ ଲୋକମାନେ ବାହାରକୁ ଆସି ଭିଡ଼ କରନ୍ତୁ ନାହିଁ ଓ କୋଭିଡ ନିୟମ ସମସ୍ତେ ପାଳନ କରନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି, ପ୍ରଥମ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିଲେ । ଏବେ ବି ଶିଶୁମାନେ ସଂକ୍ରମିତ ହେଉଛନ୍ତି । ଯେହେତୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ଟିକା ଦିଆଯାଇନି ତେଣୁ ତୃତୀୟ ଲହରରେ ସେମାନେ ସଂକ୍ରମିତ ହେବାର ଆଶଙ୍କା କରାଯାଉଛି । ଟିକା ନେବା ପରେ ବି ଲୋକମାନେ ସଂକ୍ରମିତ ହେବେ । କିନ୍ତୁ ସିଭିୟରିଟି ସ୍ଥିତି ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ତୃତୀୟ ଲହରରେ ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମଣ ଛୁଇଁ ପାରେ । ଯଦି ସେମିତି ହୁଏ ଓଡ଼ିଶାରେ ଦୈନିକ ୧୪ ହଜାର ସଂକ୍ରମିତ ଚିହ୍ନଟ ହେବ ବୋଲି ଆଗରୁ ଡିଏମ୍ଇଟି ସିବିକେ ମହାନ୍ତି ମଧ୍ୟ କହିଥିଲେ । ସେପ୍ଟେମ୍ବରରେ ୩ୟ ଲହର ଆସିଲେ ଅକ୍ଟୋବରେ ଶିଖର ଛୁଇଁବ । ୩ୟ ଲହର ଯଦି ଆସେ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି ସେ କହିଥିଲେ ।
ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୫ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ ୧୮ ବର୍ଷ ଭିତରେ ଅଛନ୍ତି ୮୦ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୧୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ । ୨୪ ଘଣ୍ଟାରେ ୫୩ ହଜାର ୫୨୭ କୋଭିଡ୍ ଟେଷ୍ଟିଂ ହୋଇଛି । ପଜିଟିଭ ହାର ରହିଛି ୧.୧୬ ପ୍ରତିଶତ ।
ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମାତ୍ର ୨୫,୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୪,୭୭୩ରେ ପହଞ୍ଚିଛି। ଏହାସହ ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୯,୪୮୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ସଂକ୍ରମଣ ହାର କମିଲେ ବି ଭୟ ଯାଇନି। ଏବେ ବି ତୃତୀୟ ଲହର ଭୟ ମନରେ ରହିଛି । ଏହା ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି ଏବଂ କିପରି ଭାବରେ ଏହାର ସଠିକ୍ ଭାବରେ ମୁକାବିଲା କରାଯିବ ସେନେଇ ମୋଦି ବୈଠକ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)