Advertisment

ଟିକାକରଣ ପାଇଁ ଶିକ୍ଷକଙ୍କୁ ଅଗ୍ରାଧିକାର, କେନ୍ଦ୍ରର ଚିଠି ପରେ ରାଜ୍ୟର ତତ୍ପରତା

ରାଜ୍ୟରେ ଟିକାକରଣ ପାଇଁ ଶିକ୍ଷକଙ୍କୁ ଦିଆଯିବ ଅଗ୍ରାଧିକାର । ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷା ଅନୁଷ୍ଠାନର ଅନ୍ୟ କର୍ମଚାରୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି କରାଯିବା ପରେ ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ ।

author-image
Satyendu Shekher Mishra
undefined

Covid 19 Vaccine

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ପାଇଁ ଶିକ୍ଷକଙ୍କୁ ଦିଆଯିବ ଅଗ୍ରାଧିକାର । ସବୁ ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷକ ଓ ଶିକ୍ଷା ଅନୁଷ୍ଠାନର ଅନ୍ୟ କର୍ମଚାରୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠି କରାଯିବା ପରେ ପ୍ରକ୍ରିୟା ଆରମ୍ଭ କରିଛି ସ୍ୱାସ୍ଥ୍ୟ ବିଭାଗ । କେତେ ଶିକ୍ଷକ ଟିକା ନେଇଛନ୍ତି ଓ କେତେ ନେଇ ନାହାଁନ୍ତି ତାଙ୍କର ତାଲିକା ପ୍ରସ୍ତୁତ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ୟୁ ଡାଇସ ପ୍ଲସ୍ ସଫ୍ଟଓୟାର ମାଧ୍ୟମରେ ଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସମନ୍ୱୟରେ ଟିକାକରଣ କରାଯିବ ବୋଲି କୁହାଯାଇଛି ।

Advertisment

ଏଥିପାଇଁ ୨୭ ତାରିଖରୁ ଅତିରିକ୍ତ ୧୧ ଲକ୍ଷ ଟିକା ଆସିବା ପରେ କାର୍ଯ୍ୟ ଆରମ୍ଭ ହେବ । ଯେଉଁଥିରୁ ୯ ଲକ୍ଷ ୯୨ ହଜାର ୩୮୦ କୋଭିସିଲଡ୍‌ ଓ ୧ ଲକ୍ଷ ୨୪ ହଜାର କୋଭାକ୍ସିନ୍‌ ଟିକା ଆସିବ । ସେପ୍ଟେମ୍ବର ୫ ମଧ୍ୟରେ ସମସ୍ତ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କୁ ଟିକା ଦାନ ପାଇଁ ଟାର୍ଗେଟ ରଖାଯାଇଛି । ଆବଶ୍ୟକ ହେଲେ ବିଭିନ୍ନ ସ୍କୁଲରେ ଟିକାକରଣ କେନ୍ଦ୍ର କରି ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

Advertisment

ତେବେ ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ପୂର୍ବରୁ ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସବୁ ରାଜ୍ୟକୁ କହିଥିଲେ। ଏଇ ମାସରେ ରାଜ୍ୟ ଗୁଡ଼ିକୁ ଅଧିକ ୨ କୋଟି ଡୋଜ୍ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଅନେକ ରାଜ୍ୟରେ ଏବେ ଧୀରେ ଧୀରେ ସ୍କୁଲ ଖୋଲୁଛି, ତେଣୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟିକା ପ୍ରଦାନ ନେଇ ଗୁରୁତ୍ୱ ଦିଆଯାଉଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । 

ଅନ୍ୟପଟେ ଓଡ଼ିଶାରେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ତୃତୀୟ ଲହର ଆସିଲେ ତାର ପ୍ରଭାବ ୭୫ ଦିନ ପର୍ଯ୍ୟନ୍ତ ରହିପାରେ ବୋଲି ଚିଠିରେ ଦର୍ଶାଯାଇଛି । ସେହି ସମୟରେ ଓଡ଼ିଶାରେ ସର୍ବାଧିକ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ । ପ୍ରତିଦିନ ହାରାହାରି ୧୦ ହଜାର ପଜିଟିଭ୍ ବାହାରିପାରନ୍ତି ବୋଲ ଆଶଙ୍କା କରାଯାଉଛି ।

ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଏମର୍ଜେନ୍ସି କୋଭିଡ୍ ରେସ୍ପନ୍ସ ପ୍ଲାନ୍ ୨୦୨୧-୨୨ ଅନୁସାରେ କୋଭିଡ୍ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି । ୨୪୫ଟି ସିଏସ୍‌ସି ୫୫୧ଟି ପିଏଚ୍‌ସିରେ କୋଭିଡ୍ କେୟାର ସେଣ୍ଟର ପାଇଁ ୧୩୯ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ୭୪୦ ଆଇସିୟୁ ବେଡ୍ ପାଇଁ ୧୨୪ କୋଟି, ୨୮ଟି ଫିଲ୍ଡ ହସ୍ପିଟାଲ ପାଇଁ ୧୭୬ କୋଟି, ମେଡିସିନ ପାଇଁ ୩୦ କୋଟି, ଶିଶୁରୋଗ ଚିକିତ୍ସା ୟୁନିଟ୍ ପାଇଁ ୭୫ କୋଟି, ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟିଂ ପାଇଁ ୯୪ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Odisha COVID Vaccination Corona
Advertisment
Advertisment