Advertisment

କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ୬୩୫ ମଧ୍ୟରୁ ୮୦ ଜଣ ୧୮ ବର୍ଷରୁ କମ୍‌ ବର୍ଗର

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଯାହା କି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ଗତ  ୨୪ ଘଣ୍ଟାରେ ୬୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୦ ଜଣ ଅଛନ୍ତି ।

author-image
Minati Mishra
ଅଦ୍ୟତନ ହୋଇଛି
ରାଜ୍ୟରେ କମୁନି କରୋନା ମୃତ୍ୟୁ ସଂଖ୍ୟା; ଚିହ୍ନଟ ହେଲେ ୨,୬୦୨,  ଆଖି ବୁଜିଲେ ୫୯

covid 19

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଯାହା କି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେଇଛି। ରାଜ୍ୟରେ ଗତ  ୨୪ ଘଣ୍ଟାରେ ୬୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୦ ଜଣ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୬୬ ଏବଂ ଲୋକାଲ କେସ୍ ୨୫୯ ଥିବା ଜଣାଯାଇଛି। ସେହପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ମୋଟ କରୋନା ମୃତ୍ୟୁ ସଂଖ୍ୟା  ୭,୪୯୩କୁ ବୃଦ୍ଧି ପାଇଛି।

Advertisment

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମଧ୍ୟ ସଂଖ୍ୟା ୩୦୦ ତଳେ ରହିଛି। ଆଜି ଏଠାରୁ ୨୧୪ ଜଣ ସଂକ୍ରମିତ ଚିହ୍ନଟୂ ହୋଇଛନ୍ତି।ଅନୁଗୁଳରୁ ୧୮, ବାଲେଶ୍ୱରରୁ ୫୦,  ବରଗଡ଼ରୁ ୬, ଭଦ୍ରକରୁ ୮, ଗଂଜାମରୁ ୬, ଜଗତସିଂହପୁରରୁ ୩୮, ଯାଜପୁରରୁ ୩୪, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୮, କୋରାପୁଟରୁ ୧୧, ମାଲକାନଗିରିଚ୧, ମୟୂରଭଞ୍ଜରୁ ୭
ନୟାଗଡ଼ରୁ ୧୦, ନୂଆପଡ଼ାରୁ୧, ପୁରୀରୁ ୨୯, ରାୟଗଡ଼ାରୁ ୧୨, ସମ୍ବଲପୁରରୁ୧୮, ସୁନ୍ଦରଗଡ଼ରୁ ୬ ଏବଂ ଷ୍ଟେଟପୁଲରୁ ୪୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।

Advertisment

ଆଜିର ସଂକ୍ରମିତଙ୍କୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨ ହଜାର ୩୨୩କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ୧୦୩୨ ଜଣ ସଂକ୍ରମିତ କରୋନରୁ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ ୧,୭୫,୯୮,୦୨୪ ଜଣଙ୍କ ନମୂନା ପରୀକ୍ଷା ହୋଇଥିବାବେଳେ ୧୦,୦୨,୩୨୩ ଜଣ ପଜିଟିଭ ବାହାରିଛନ୍ତି। ଏଥିମଧ୍ୟରୁ ୯,୮୬,୩୩୪ ଜଣ ସୁସ୍ଥ  ହୋଇଛନ୍ତି। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୮୪୪୩ ଅଛନ୍ତି।

ସେହିପରି ଆଖି ବୁଜିଥିବା ଆଉ  ୬୭ କରୋନା ଆକ୍ରାନ୍ତଙ୍କ  ମଧ୍ୟରେ  ଜଗତସିଂହପୁରରୁ ୧୪ ଜଣ ଥିବାବେଳେ ଢେଙ୍କାନାଳରୁ ୮, ଯାଜପୁରରୁ ୬, ବାଲେଶ୍ୱରରୁ ୫, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏ, ଭଦ୍ରକ ଓ ମୟୂରଭଂଜରୁ ୨ ଲେଖାଏ, କେନ୍ଦୁଝର, ନବରଂଗପୁର, ପୁରୀ, ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି। 

ସଂକ୍ରମଣ ହାର କମିଲେ ବି ଭୟ ଯାଇନି। ଏବେ ବି ତୃତୀୟ ଲହର ଭୟ ମନରେ ରହିଛି।  ଇତି ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁହାଯାଉଛି, ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ ସରକାର କେତେ ପ୍ରସ୍ତୁତ ଅଛନ୍ତି  ଏବଂ କିପରି ଭାବରେ ଏହାର ସଠିକ୍‌ ଭାବରେ ମୁକାବିଲା କରାଯିବ ସେନେଇ ମୋଦି ବୈଠକ କରିବେ। ଆଜିର ଏହି ବୈଠକରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କ୍ୟାବିନେଟ୍‌ ସଚିବ ଓ ନୀତି ଆୟୋଗର ସଦସ୍ୟ ଉପସ୍ଥିତ ରହିବେ। କାରଣ ପୂର୍ବରୁ ନୀତି ଆୟୋଗ ମଧ୍ୟ ପୂର୍ବାନୁମାନ କରିଛି ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର କରୋନାର ତୃତୀୟ ଲହର ପିକ୍‌ ରହିବ। ଆଉ ଏହି ରିପୋର୍ଟ ମିଳିବା ପରେ ସରକାରଙ୍କ ଚିନ୍ତା ବଢିଛି।

COVID-19 Odisha Corona Update
Advertisment
Advertisment