Advertisment

୨ୟ ଲହର ପରି କୋଭିଡ ୩ୟ ଲହର ଭୟଙ୍କର ହୋଇ ନ ପାରେ-DMET

କୋଭିଡ ୩ୟ ଲହର କେତେ ପ୍ରଭାବ ପକାଇବ ? ୨ୟ ଲହରଠାରୁ ଭୟଙ୍କର ହେବ କି ? ଉତ୍ତର ଦେଲେ ଡିଏମଇଟି।

author-image
Minati Mishra
ଅଦ୍ୟତନ ହୋଇଛି
covid third wave

covid third wave

ଭୁବନେଶ୍ୱର: କୋଭିଡର ୨ୟ ଲହର କମିନାହିଁଁ। ତୃତୀୟ ଲହରକୁ ନେଇ ଚିନ୍ତା ବଢିଲାଣି। ତୃତୀୟ ଲହରରରେ ୧୮ ବର୍ଷରୁ କମ୍‌ ବର୍ଗର ପିଲାମାନେ ବେଶି ଆକ୍ରାନ୍ତ ହେବେ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ଦେଖିଲେ ଏବେ ପିଲାଙ୍କ ସଂକ୍ରମଣ ବି ବଢୁଥିବା ଲକ୍ଷ୍ୟ କରାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୩୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ତେବେ କୋଭିଡ୍ ୩ୟ ଲହର ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ଯେଉଁ ସୂଚନା ଦେଇଛନ୍ତି ତାହା ଆଶ୍ୱସ୍ତି ଜନକ। 

Advertisment

ଡିଏମଇଟି କହିଛନ୍ତି,  ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ହୋଇ ନ ପାରେ। ଯଦି ଭାଇରସ ରୂପ ବଦଳାଏ ତାହେଲେ ପ୍ରଭାବ ଅଧିକ ରହିବ। ଯଦି ଭାଇରସ ରୂପ ନ ବଦଳାଏ ତାହେଲେ ଏତେ ପ୍ରଭାବ ରହିବ ନାହିଁ। ୩ୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। କିଛି ମଡେଲ କହୁଛି ଦିନକୁ ୪ରୁ ୫ ଲକ୍ଷ ସଂକ୍ରମିତ ହେବେ । 

Advertisment

ଅନ୍ୟପକ୍ଷେ ଆଉ କେତେକ ମଡେଲ କହୁଛନ୍ତି ତୃତୀୟ ଲହରର ଏତେ ପ୍ରଭାବ ପଡ଼ିବ ନାହିଁ। IIT କାନପୁର ସୂତ୍ର କହୁଛି ଓଡ଼ିଶାରେ ୩ୟ ଲହର ବେଶି ପ୍ରଭାବ ପକାଇବନି। କିନ୍ତୁ ମଡେଲ ଯାହା କହୁ ସରକାର ସବୁ ଦିଗରୁ ପଦକ୍ଷେପ ନେଉଛନ୍ତି।

ସେହିପରି ଇକ୍‌ମୋ ସେବା ନେଇ ଡିଏମଇଟି କହିଛନ୍ତି,  କଟକ SCBରେ ଇକ୍‌ମୋ ସେବା ଶୀଘ୍ର ଆରମ୍ଭ ହେବ । ଏପରିକି ଆସନ୍ତା ୨୭ରୁ ଇକମୋ ଚିକିତ୍ସା ମିଳିବ ଏବଂ ପୂର୍ବ ଭାରତର ସବୁଠୁ ବଡ଼ ୟୁନିଟ୍ ହେବ ବୋଲି ସେ କହିଛନ୍ତି। SCBରେ ସମୀକ୍ଷା ହୋଇଛି, ସମୁଦାୟ ୯ଟି ଇକ୍‌ମୋ ମେସିନ ରହିବ।

ସେହିପରି ଭାରତରେ ଏଣ୍ଡେମିକ୍ ସ୍ଥିତିରେ କରୋନା  ପ୍ରବେଶ କରୁଛି ବୋଲି କହିଛନ୍ତି  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏଣ୍ଡେମିକର ଅର୍ଥ ହେଲା, କରୋନା ଆଉ ବେଶି ସଂକ୍ରାମଣ ହେବନି । ଅଧିକ ଲୋକଙ୍କୁ ଏହା ଆଉ ଆକ୍ରାନ୍ତ କରିବ ନାହିଁ । କିନ୍ତୁ କରୋନା ଭୂତାଣୁ ରହିବ । ଏହା ସହିତ ବଞ୍ଚିବାକୁ ପଡ଼ିବ । ଆଶ୍ୱସ୍ତିର କଥା ହେଲା, ଏହା ମହାମାରୀର ରୂପରେ ରହିବ ନାହିଁ ବୋଲି ଏକ ଜାତୀୟ ଗଣମାଧ୍ୟମକୁ ସେ ଏହା କହିଛନ୍ତି ।

ସୂଚନାଥାଉ କି, ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଦେଶରେ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟରେ ଆଜି  ୮୮୭ କରୋନା ପଜିଟିଭ ଚିହ୍ନଟ ‌ହୋଇଥିବାବେଳେ ଦେଶରେ ୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଗତକାଲି ତୁଳନାରେ ସଂଖ୍ୟା ବଢିଥିବାରୁ ଚିନ୍ତାର ବିଷୟ ହୋଇଛି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। 

COVID-19 Odisha COVID-19 Update
Advertisment
Advertisment