Advertisment

ତୃତୀୟ ଲହର ପ୍ରଭାବ ୭୫ ଦିନ !

ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଏମର୍ଜେନ୍ସି କୋଭିଡ୍ ରେସ୍ପନ୍ସ ପ୍ଲାନ୍ ୨୦୨୧-୨୨ ଅନୁସାରେ କୋଭିଡ୍ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି।୨୪୫ଟି ସିଏସ୍‌ସି ୫୫୧ଟି ପିଏଚ୍‌ସିରେ କୋଭିଡ୍ କେୟାର ସେଣ୍ଟର ପାଇଁ ୧୩୯ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Mass Gathering

Mass Gathering

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି। କେନ୍ଦ୍ର ସରକାରଙ୍କ ପରାମର୍ଶ ଅନୁସାରେ ସବୁ ଜିଲ୍ଲାପାଳମାନଙ୍କୁ  ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି। ତୃତୀୟ ଲହର ଆସିଲେ ତାର ପ୍ରଭାବ ୭୫ ଦିନ ପର୍ଯ୍ୟନ୍ତ ରହିପାରେ ବୋଲି ଚିଠିରେ ଦର୍ଶାଯାଇଛି। ସେହି ସମୟରେ ଓଡ଼ିଶାରେ ସର୍ବାଧିକ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ। ପ୍ରତିଦିନ ହାରାହାରି ୧୦ ହଜାର ପଜିଟିଭ୍ ବାହାରିପାରନ୍ତି।

Advertisment

ଏଥିପାଇଁ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରସ୍ତୁତ ରହିବାକୁ ଚିଠିରେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଏମର୍ଜେନ୍ସି କୋଭିଡ୍ ରେସ୍ପନ୍ସ ପ୍ଲାନ୍ ୨୦୨୧-୨୨ ଅନୁସାରେ କୋଭିଡ୍ ମୁକାବିଲା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ କୁହାଯାଇଛି।୨୪୫ଟି ସିଏସ୍‌ସି ୫୫୧ଟି ପିଏଚ୍‌ସିରେ କୋଭିଡ୍ କେୟାର ସେଣ୍ଟର ପାଇଁ ୧୩୯ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି। ୭୪୦ ଆଇସିୟୁ ବେଡ୍ ପାଇଁ ୧୨୪ କୋଟି, ୨୮ଟି ଫିଲ୍ଡ ହସ୍ପିଟାଲ ପାଇଁ ୧୭୬ କୋଟି, ମେଡିସିନ ପାଇଁ ୩୦ କୋଟି, ଶିଶୁରୋଗ ଚିକିତ୍ସା ୟୁନିଟ୍ ପାଇଁ ୭୫ କୋଟି, ଆର୍‌ଟିପିସିଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟିଂ ପାଇଁ ୯୪ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି।

କରୋନା ୩ୟ ଲହର ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ ଭିତ୍ତିଭୂମି ପ୍ରସ୍ତୁତ କରୁଛୁ, ଔଷଧ ସରଞ୍ଜାମ ମହଜୁଦ ରଖୁଛୁ। ଭିନ୍ନ ଭିନ୍ନ ଆକଳନ ଆସୁଛି, ତାଲିମ ଦେଇ ମାନବ ସମ୍ବଳ ବଢ଼ାଉଛୁ। ଜୁନ ଶେଷ ସପ୍ତାହର ଆକଳନ ଅନୁସାରେ ପ୍ରସ୍ତୁତି କରାଯାଉଛି। ଟାସ୍କ ଫୋର୍ସ ଅନୁଧ୍ୟାନ କରି ଗାଇଡାନ୍ସ ଦେବେ, ସେହି ଅନୁସାରେ ପଦକ୍ଷେପ ନିଆଯିବ। ସବୁ ହସ୍ପିଟାଲରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ସିବିକେ ମହାନ୍ତି କହିଛନ୍ତି। 

Advertisment

ଅକ୍ଟୋବରରେ ଆରମ୍ଭ ହେବ ୧୨ରୁ ୧୭ ବର୍ଷର ପିଲାଙ୍କୁ ଟିକାକରଣ । ଏହି ବର୍ଗର ପିଲାଙ୍କ ପାଇଁ ଅକ୍ଟୋବରରେ ଜାଇକୋଭ-ଡି ଭ୍ୟାକ୍ସିନ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି ନିତି ଆୟୋଗର କୋଭିଡ୍ ଓ୍ୱାର୍କିଂ ଗ୍ରୁପ ଅଧ୍ୟକ୍ଷ ଡାକ୍ତର ଏନ୍.କେ. ଆରୋରା । ତେବେ ଏହା ପୂର୍ବରୁ ରୋଗାଗ୍ରସ୍ତ ଶିଶୁଙ୍କ ପାଖରେ କେମିତି ଶୀଘ୍ର ପହଞ୍ଚି ହେବ ସେନେଇ ତାଲିକା ଓ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି ।

ଆଜି  କେରଳରେ ୩୧ ହଜାର ୪୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟାଠାରୁ ଏହା ୩୦ ପ୍ରତିଶତ ଅଧିକ।ଏଠାରେ ଟେଷ୍ଟ ପଜିଟିଭିଟି ରେଟ୍ ୧୯ ପ୍ରତିଶତ ପାର କରିଛି। ଏରନାକୁଲମ ଜିଲ୍ଲାରେ ସର୍ବାଧିକ ୪ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେରଳରେ ୧୦ ଦିନ ଧରି ଓନମ ପର୍ବ ଧୁମଧାମରେ ପାଳିତ ହୋଇଥିବାରୁ ଏହା ସଂକ୍ରମଣର କାରଣ ବୋଲି କୁହାଯାଉଛି। 

Odisha News ACS Pradipta Mohapatra Corona 3rd Wave
Advertisment
Advertisment