Corona
ବେଜିଙ୍ଗ: ସାରା ବିଶ୍ୱରେ ଏବେ କରୋନା ଭୟର ବାତାବରଣ । ଚାରିଆଡ଼େ ହାହାକାର । ଗତ ଦେଢ଼ ବର୍ଷରୁ ଅଧିକ ସମୟ ହେବ ଲୋକ କରୋନାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ମହାମାରୀ କରୋନା । କୁହାଯାଉଛି ଯେ ଚୀନ୍ର ଉହାନ୍ ଲ୍ୟାବ୍ରୁ ହିଁ କରୋନା ଭାଇରସ୍ ସାରା ବିଶ୍ୱକୁ ସଂକ୍ରମଣ ହୋଇଥିଲା ।
ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଚୀନ୍ ପୁଣିଥରେ ସାର ବିଶ୍ୱକୁ ଚକିତ କରିଛି । ସାରା ଦେଶରେ କରୋନା ମାହାମରୀ ବେଳକୁ ବେଳ ରୂପ ବଦଳାଉଥିବା ବେଳେ ଚୀନ୍ ପୁଣି ଥରେ କରୋନା ମୁକ୍ତ ହୋଇଛି । ଗତ ମାସେ ହେବ ଗୋଟିଏ ବି ନୂଆ କେସ୍ ସାମ୍ନାକୁ ଆସି ନାହିଁ । ଯାହାଦ୍ୱାରା ଲୋକାଲ କେସ୍ ଶୂନ୍ୟ ରହିଛି ।
Also Read
ଏହା ପଛରେ ସବୁଠାରୁ ବଡ଼ କାରଣ ହେଲା ଚୀନ୍ର କରୋନା ମୁକାବିଲା ତରିକା । କରୋନାକୁ ମାତ୍ ଦେବା ପାଇଁ ଚୀନ୍ ଯେଉଁଭଳି ଭାବେ ପଦକ୍ଷେପ ନେଉଛି ତାହା ନିଶ୍ଚିତ ଭାବେ ପ୍ରଭାବଶାଳି ସାବ୍ୟସ୍ତ ହୋଇଛି । ଚୀନ୍ କରୋନା ପାଇଁ ଅନେକ କଟକଣା ଲଗାଇଛି । ଯାହାର ଫଳସ୍ୱରୂପ ଆଜି ଦେଶରେ ଗୋଟିଏ ବି ନୂଆ କେସ୍ ନାହିଁ ।
ପୂର୍ବରୁ ମଧ୍ୟ ଚୀନ୍ରେ କରୋନା ସଂକ୍ରମଣ ସଂଖ୍ୟା ଶୂନ୍ୟ ହୋଇଥିଲା । କିନ୍ତୁ ଗତ ୨୩ ଜୁଲାଇରେ ଚୀନର ପ୍ରମୁଖ ପୂର୍ବଞ୍ଚଳ ସହର ନାନଜିଙ୍ଗରେ ୩୮ଟି ନୂଆ କେସ୍ ଚିହ୍ନଟ ହୋଇଥିଲା । ଏହାପରେ ଚୀନ୍ ଗୋ ରାଉଣ୍ଡରେ ସମୟରେ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରିଥିଲା । ସ୍ଥାନୀୟ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ଟେଷ୍ଟିଂ ଉପରେ ଅଧିକରୁ ଅଦିକ ଗୁରୁତ୍ୱ ଦେବାକୁ ଲାଗିଲେ । ବାରମ୍ବାର ଲୋକଙ୍କ ଟେଷ୍ଟିଂ କରାଗଲା । ଏମିତିକ ଗୋଟିଏ ସହରରେ ଲୋକମାନଙ୍କର ୧୨ ଥର କରୋନା ଟେଷ୍ଟିଂ କରାଗଲା । ଏଭଳି ମୋଟ ୧୦୦ ମିଲିୟନରୁ ଅଧିକ ଟେଷ୍ଟିଂ କରାଯାଇଥିଲା । ୟାଙ୍ଗଝୋ ସହରରେ ସ୍ୱାବ୍ ଟେଷ୍ଟ ପାଇଁ କିଛି ଲୋକମାନେ ଲାଇନରେ ଛିଡ଼ା ହୋଇ ସଂକ୍ରମିତ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା ।
କରୋନାର ସହ ଏହି ମୁକାବିଲାରେ କ୍ୱାରେଣ୍ଟାଇନ ସେଣ୍ଟର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଚୀନ୍ରେ ଏମିତି ମଧ୍ୟ ଏକ ସମୟ ଆସିଥିଲା ଯେଉଁ ସମୟରେ ଗୋଟିଏ ବି କେସ୍ ଚିହ୍ନଟ ହେଲେ ପୁରା ଅଞ୍ଚଳକୁ ସିଲ୍ କରିଦିଆଯାଉଥିଲା । ଏମିତିକି ଟ୍ରେନ ଓ ଫ୍ଲାଇଟକୁ ମଧ୍ୟ ବନ୍ଦ କରିଦିଆଯାଉଥିଲା । ଯାହାର ଫଳ ସ୍ୱରୁପ ଆଜି ଚୀନ୍ କରୋନାକୁ ହରାଇପାରିଛି । କିନ୍ତୁ ଆଗାମୀ ଦିନରେ ବି ଚୀନ୍ ଏଭଳି କରୋନା ମୁକ୍ତ ରହିବ ବୋଲି କିଛି ମାନେ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)