• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ ।

  • ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି ।

  • ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । 

ଭୁବନେଶ୍ୱର: ରାଜ୍ୟରେ ଆଜି ପୁଣି ୭୬୧ ଜଣ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୧ ଜଣ ରହିଛନ୍ତି । ଏହାସହ ଖୋର୍ଦ୍ଧାରୁ ସର୍ବାଧିକ ୨୮୯ ଏବଂ କଟକରୁ ୧୧୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ଏହି ପଜିଟିଭଙ୍କ ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୬୯୮କୁ ବୃଦ୍ଧି ପାଇଛି । 

ଦିନକରେ ୬୦ ହଜାର ୭୯୧ ସାମ୍ପଲ ଟେଷ୍ଟ କରାଯାଇଥିବା ବେଳେ ପଜିଟିଭିଟି ହାର ରହିଛି ୧ ଦଶମିକ ୨୫ ପ୍ରତିଶତ । ସେପଟେ ରାଜ୍ୟରେ ଆଉ ୬୮ ଜଣଙ୍କ ମୃତ୍ୟୁ ରେକର୍ଡ ହୋଇଥିବା ରିପୋର୍ଟ ଆସିଛି । କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେହିଭଳି ଜଗତସିଂହପୁରରୁ ୧୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳରୁ ୯, ଖୋର୍ଦ୍ଧାରୁ ୮, ଯାଜପୁରରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଆଜିର ଏହି ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୭ ହଜାର ୪୨୬କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ରାଜ୍ୟରେ କରୋନାର କୋପ ଟିକେ ଥମି ଆସୁଥିବାବେଳେ ଶିଶୁଙ୍କୁ ସଂକ୍ରମଣ ନେଇ ଚିନ୍ତା ବଢୁଛି । ତଥ୍ୟ କହୁଛି ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାର କରିଥିବାବେଳେ ସେ ଭିତରେ ଶିଶୁଙ୍କ ସଂଖ୍ୟା ହେଉଛି ପ୍ରାୟ ଏକ ଲକ୍ଷ । ତା ମଧ୍ୟରୁ ୩୬ ଶିଶୁଙ୍କ ଜୀବନ ବି ଯାଇଛି । ଅପରପକ୍ଷେ ସାମଗ୍ରିକ ଭାବେ ରାଜ୍ୟରେ ସଂକ୍ରମଣ ଓ ଆକଟିଭ୍ କେସ୍ କମିଥିଲେ ମଧ୍ୟ ଭୁବନେଶ୍ୱରରେ ସଂକ୍ରମଣ ନ କମିବା ସମସ୍ୟା ବଢ଼ାଇଛି । ମାସକ ତଳେ ରାଜଧାନୀରେ ଆକଟିଭ୍ କେସ୍ ୧୬୧୧ ଥିବାବେଳେ ଏବେ ଏହା ବଢ଼ି ୩ ହଜାର ୨୯୨ରେ ପହଞ୍ଚିଛି ।