• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦୁନିଆକୁ ଭଲକି ଦେଖିନାହାନ୍ତି ଦୁଇଜଣ । କେଉଁଟା ଭଲ, କେଉଁଟା ଖରାପ ତାହା ବି ମଧ୍ୟ ଜଣାନାହିଁ । ଉଭୟ ଭାଇ-ଭଉଣୀଙ୍କ ମଧ୍ୟରେ ଥିଲା ବହୁତ ଭଲପାଇବା । ହତ୍ୟାର ଅର୍ଥ ବୁଝିନଥିବା ଜଣେ କୁନି ଝିଅ ତା’ର ଭାଇକୁ ହତ୍ୟା କରିଦେଲା । ପରେ ମା’କୁ କହିଲା I'm Sorry Mummy ।

କଥାଟି ଯେତିକି ସରଳ ତା’ଠାରୁ ହଜାରେ ଗୁଣ ଅଧିକ ଯନ୍ତ୍ରଣାଦାୟକ । ଏକ ବୀଭତ୍ସ ହତ୍ୟାକାଣ୍ଡ । କାରଣ ଜଣେ ବାପା-ମା’ଙ୍କ କୋଳ ଖାଲି ହୋଇଯାଇଛି । ଜଣେ ଭଉଣୀ ତା’ର ମାତ୍ର ୯ ବର୍ଷର କୁନି ଭାଇକୁ ବାରମ୍ବାର ଛୁରୀ ଭୁସି ଭୁସି ହତ୍ୟା କରିଛି । ହତ୍ୟା କରିଥିବା ଭଉଣୀର ବୟସ ୧୨ ବର୍ଷ । ତେବେ କେଉଁ କାରଣରୁ ଏପରି ହତ୍ୟାକଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ ।

ଘଟଣାକୁ ନେଇ ପୋଲିସ ତଦନ୍ତ ଚଳାଇଛି । ଏନେଇ ପରିବାରର ଲୋକଙ୍କୁ ପଚରାଉଚରା କରୁଛି । ହତ୍ୟାକାଣ୍ଡ ଘଟାଇଥିବା ଝିଅଟିର ମା’ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଉଭୟ ଭାଇ-ଭଉଣୀଙ୍କ ମଧ୍ୟରେ ବହୁତ ଭଲପାଇବା ଥିଲା । ଏପରି କାମ କାହିଁକି ଝିଅ କରିଛି ଜଣାନାହିଁ । ହେଲେ ପୁଅକୁ ହତ୍ୟା କରିବା ପରେ ଝିଅ ମୋତେ ବାରମ୍ବାର I'm Sorry Mummy ବୋଲି କହୁଥିଲା । ତା’ କଥାକୁ ସେତେଟା ମୁଁ ଦୃଷ୍ଟି ଦେଇନଥିଲି । ହେଲେ ପରେ ଏହି ଘଟଣା ସମ୍ନାକୁ ଆସିଥିଲା ବୋଲି ଝିଅଟିର ମା’ କହିଛନ୍ତି ।

ଏପରି ଏକ ଦୁଃଖଦ ଘଟଣା ଆମେରିକାରୁ ଆସିଛି । ଆମେରିକାର ଓକଲାହୋମାରେ ଥିବା ଟୁସଲା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଘରର ଉପର ମହଲାରେ ଭାଇକୁ ହତ୍ୟା କରିବା ପରେ ମା’କୁ ବାରମ୍ବାର I'm Sorry Mummy କହିକହି ସିଡିରେ ଦୌଡ଼ି ଦୌଡ଼ି ଝିଅଟି ତଳକୁ ଆସିଥିବା ଜଣାପଡ଼ିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।