• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତକାଲି ଶେଷ ହୋଇଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ । ଫାଇନାଲରେ ହାଇଦ୍ରାବାଦକୁ ହରାଇ ଚାମ୍ପିଅନ୍ ହୋଇଛି କୋଲକାତା ନାଇଟ ରାଇଡର୍ସ । କୋଲକାତା ନାଇଟ୍ ରାଇଡର୍ସ ନିଜର ତୃତୀୟ ଟାଇଟଲ୍ ହାସଲ କରିଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ କେବଳ ରନର୍ସ ଅପ୍ ରେ ସନ୍ତୁଷ୍ଟ ରହିଛି । ତେବେ ଏହି ବିଜୟ ସହିତ କେକେଆର୍ କୁ INR ୨୦ କୋଟି ଟଙ୍କା ପୁରସ୍କାର ମିଳିଛି ।

ଏହା ସହ ରନର୍ସ ଅପ୍ ଦଳକୁ ୧୨.୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଇପିଏଲ୍ ର ମୋଟ ପୁରସ୍କାର ରାଶି INR ୪୬.୫ କୋଟି ଥିଲା । ସୂଚନାଯୋଗ୍ୟ ଏହି ପୁରସ୍କାର ରାଶି କେବଳ ବିଜେତା ଓ ରନର୍ସଅପଙ୍କ ମଧ୍ୟରେ ବଣ୍ଟା ଯାଇନଥିଲା । ଆସନ୍ତୁ ଜାଣିବା ଅନ୍ୟ କେଉଁମାନେ ଏହି ପୁରସ୍କାର ରାଶି ପାଇଥିଲେ ।

ଅଧିକ ପଢ଼ନ୍ତୁ: ଛାଡପତ୍ର ଚର୍ଚ୍ଚା ଭିତରେ ଭାଇରାଲ୍ ହେଲା ହାର୍ଦ୍ଦିକ ପାଣ୍ଡ୍ୟା-ନତାଶାଙ୍କ ଏମିତି ଭିଡିଓ

ପଏଣ୍ଟ ଟେବୁଲରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ମଧ୍ୟ ଏହି ରାଶିରୁ କିଛି ଅର୍ଥ ମିଳିଛି । ତୃତୀୟ ସ୍ଥାନ ଅଧିକାର ପାଇଁ ସଞ୍ଜୁ ସାମସନଙ୍କ ଦଳକୁ ୭ କୋଟି ଟଙ୍କା ଦିଆଯାଇଥିବା ବେଳେ ଫାଫ୍ ଡୁ ପ୍ଲେସିଙ୍କ ଦଳ ୬.୫ କୋଟି ଟଙ୍କା ପାଇଛି ।

ଆରସିବିର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ଅରେଞ୍ଜ କ୍ୟାପ୍ ଜିତିଥିବା ବେଳେ ନିଜର ସୁନ୍ଦର ବୋଲିଂ ପାଇଁ ବାଇଗଣୀ କ୍ୟାପ୍ ପଞ୍ଜାବ କିଙ୍ଗ୍ସର ହର୍ଷଲ ପଟେଲଙ୍କୁ ମିଳିଛି । ଉଭୟେ ନିଜର ସଫଳତା ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ ।

କୋହଲି ୧୫ ଟି ମ୍ୟାଚରେ ୬୧.୭୫ ଷ୍ଟ୍ରାଇକ୍ ରେଟରେ ୭୪୧ ରନ୍ ସଂଗ୍ରହ କରିଥିଲେ । ଏହା ମଧ୍ୟରେ ଗୋଟିଏ ଶହେ ମଧ୍ୟ ଥିଲା । ତାଙ୍କର ସର୍ବୋଚ୍ଚ ସ୍କୋର ୧୧୩* ଥିଲା । ଅନ୍ୟପଟେ ପେସର୍ ହର୍ଷଲ ପଟେଲ ୨୪ଟି ୱିକେଟ ନେଇଥିଲେ । ମୋଟ୍ ୧୪ଟି ମ୍ୟାଚ ଖେଳି ସେ ୨୪ ଟି ୱିକେଟ୍ ହାସଲ କରିଥିଲେ ।

ଅନ୍ୟପଟେ ନିଜର ଅଲରାଉଣ୍ଡର ସୋ ପାଇଁ ସନରାଇଜର୍ସ ହାଇଦ୍ରାବାଦର ନୀତୀଶ କୁମାର ରେଡ୍ଡୀଙ୍କୁ ଏମର୍ଜିଂ ପ୍ଲେୟାର ଅଫ୍ ସିଜନ୍ ଭାବରେ ସମ୍ମାନିତ କରାଯାଇଥିବା ବେଳେ କେକେଆରର ସୁନୀଲ୍ ନାରିନଙ୍କୁ ମୋଷ୍ଟ ୱାଣ୍ଟେଡ୍ ଖେଳାଳି ବାବେ ସମ୍ମାନିତ କରାଯାଇଥିଲା ।

IPL ୨୦୨୪ ରେ ପୁରସ୍କାର ବିଜେତାମାନଙ୍କର ସମ୍ପୂର୍ଣ୍ଣ ତାଲିକା:

ଅରେଞ୍ଜ କ୍ୟାପ୍-ବିରାଟ କୋହଲି- ୭୪୧ ରନ୍ (୧୦ ଲକ୍ଷ)

ପର୍ପଲ୍ କ୍ୟାପ୍- ହର୍ଷଲ୍ ପଟେଲ୍- ୨୪ ୱିକେଟ (୧୦ ଲକ୍ଷ)

ମୋଷ୍ଟ ଭାଲ୍ୟୁବଲ୍ ପ୍ଲେୟର୍ ଅଫ୍ ଦି ସିଜନ୍- ସୁନୀଲ୍ ନାରିନ୍ (୧୨ଲକ୍ଷ)

ଅଲଟିମେଟ୍ ଫାନ୍ଟାସୀ ପ୍ଲେୟର୍ ଅଫ୍ ଦ ସିଜନ୍- ସୁନୀଲ୍ ନାରିନ୍

ଏମର୍ଜିସିଂ ପ୍ଲେୟର୍ ଅଫ୍ ଦି ସିଜନ୍- ନୀତିଶ କୁମାର ରେଡ୍ଡୀ(୨୦ ଲକ୍ଷ)

ଫ୍ଲେୟାର୍ ପ୍ଲେ ଆୱାର୍ଡ- ସନରାଇଜର୍ସ ହାଇଦ୍ରାବାଦ୍

ରନର୍ସ ଅପ୍ ଆୱାର୍ଡ- ସନରାଇଜର୍ସ ହାଇଦ୍ରାବାଦ୍

ୱିନର୍- କୋଲକାତା ନାଇଟ ରାଇଡର୍ସ

OTV is now on Whatsapp

Join and get latest news update delivered to you via whatsapp

Join Now