• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗମ୍ଭୀରଙ୍କ ବଦଳରେ କ୍ୟାପଟେନ କୁଲ୍ ମହେନ୍ଦ୍ର ସିଂହ ଧୋନି ହୋଇ ପାରନ୍ତି ହେଡ୍ କୋଚ୍ । ଏନେଇ ରିପୋର୍ଟ ପ୍ରକାଶ ପାଇଛି । ବିରାଟ କୋହଲିଙ୍କ ପାଇଁ ମୁଖ୍ୟ ପ୍ରଶିକ୍ଷକ ପଦରୁ ଗମ୍ଭୀରଙ୍କୁ ବାଦ୍ ଦେବାକୁ ବିସିସିଆଇକୁ କହିଛନ୍ତି କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମା ।

ଭାରତୀୟ ପୁରୁଷ କ୍ରିକେଟ ଦଳ ପାଇଁ ହେଡ୍ କୋଚ୍ ଖୋଜାଯାଉଥିବା କଥା ତ ଆପଣମାନେ ଜାଣିଥିବେ । ଏନେଇ ଆବେଦନ ମଧ୍ୟ ଆଇପିଏଲ ଶେଷ ହେବାର ଗୋଟିଏ ଦିନ ପରେ ମେ ୨୭ ରେ ଶେଷ ହୋଇଛି । ତେବେ ଭାରତୀୟ ଦଳର ହେଡ୍ କୋଚ୍ ଜଣେ ଭାରତୀୟ ହେବେ ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ମ୍ୟାଚ୍‌ ଜିତିବା ପରେ ରିଙ୍କୁଙ୍କ ଭିଡିଓ କଲ୍‌.. ପନ୍ତଙ୍କୁ କହିଲେ ଏମିତି କଥା..

ବିସିସିଆଇ ସଚିବ ଜୟ ଶାହାଙ୍କ ନିଜ ମନ୍ତବ୍ୟରେ କହିଛନ୍ତି, ରାହୁଲ୍ ଦ୍ରାବିଡଙ୍କ ସ୍ଥାନ ଜଣେ ଭାରତୀୟ ନେବାର ସମ୍ଭାବନା ରହିଛି । ତେବେ ମିଳିଥିବା ସୂଚନାରୁ ଜଣା ପଡ଼ିଛି ଯେ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ହେବାର ସମ୍ଭାବନା ରହିଛି । ତେବେ ଏ ସବୁ ମଧ୍ୟରେ ବିରାଟ କୋହଲିଙ୍କ ପିଲାଦିନର ପ୍ରଶିକ୍ଷକ ରାଜକୁମାର ଶର୍ମାଙ୍କ ଭିନ୍ନ ମତ ରହିଛି ।

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ରାଜକୁମାର ଶର୍ମା, ମହେନ୍ଦ୍ର ସିଂହ ଧୋନିଙ୍କ ସପକ୍ଷରେ ଯାଇଛନ୍ତି । ଧୋନି ଜଣେ ଭଲ ବିକଳ୍ପ ହୋଇପାରିବେ ବୋଲି ସେ କହିଛନ୍ତି । ସେ ବହୁତ କ୍ରିକେଟ୍ ଖେଳିଛନ୍ତି ଏବଂ ବହୁ ବଡ଼ ବଡ଼ ଟୁର୍ନାମେଣ୍ଟ ଜିତିଛନ୍ତି । ଏଣୁ ସେ ହେଡ୍ କୋଚ୍ ପାଇଁ ଠିକ୍ ରହିବେ ବୋଲି ରାଜକୁମାର କହିଛନ୍ତି ।

ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରୁ ଅବସର ନେଇ ନାହାଁନ୍ତି । ସମସ୍ତେ ଚଳିତ ଆଇପିଏଲ୍ ଧୋନିଙ୍କର ଶେଷ ଆଇପିଏଲ ବୋଲି ଭାବିଛନ୍ତି । କିନ୍ତୁ ପରବର୍ତ୍ତୀ ସିଜନ ସେ ଖେଳିବେ ବୋଲି ଦଳ ଆଶା ରଖିଛି । ସିଏସକେ ସିଇଓ କାଶୀ ବିଶ୍ୱନାଥ କହିଛନ୍ତି, ପରବର୍ତ୍ତୀ ବର୍ଷ ପାଇଁ ଧୋନି ପୁଣି ପଡ଼ିଆକୁ ଫେରିବେ ।

ଅଧିକ ପଢ଼ନ୍ତୁ: ବିରାଟ ଫ୍ୟାନ୍‌ଙ୍କ ପାଇଁ ମାଗଣା ଖାଦ୍ୟ; କିଙ୍ଗ୍‌ଙ୍କୁ ଦେଖିବା ପାଇଁ କଲେ ୧୫୬୮ କିମି ଯାତ୍ରା...

ତେବେ ରାଜକୁମାର ଶର୍ମା କହିଛନ୍ତି ଯେ, ଧୋନିଙ୍କୁ ଡ୍ରେସିଂ ରୁମ୍ ରେ ଖୁବ ସମ୍ମାନ ମିଳିବ । ସେ ଦୁଇଟି ବିଶ୍ୱକପ୍ ଟ୍ରଫି ସହ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଜିତି ସାରିଛନ୍ତି । ସେ ଜଣେ ପ୍ରମାଣିତ ଅଧିନାୟକ । ହେଡ୍ କୋଚ୍ ହେଲେ ସେ ନିଜକୁ ଭଲ କୋଚ୍ ଭାବେ ମଧ୍ୟ ପ୍ରମାଣିତ କରିପାରିବେ । ସୂଚନାଯୋଗ୍ୟ, ୨୦୨୧ରେ ଟି -୨୦ ବିଶ୍ୱକପରେ ଧୋନି ଭାରତୀୟ ଦଳର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now