• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁରୁଷ ଯାତ୍ରୀଙ୍କ ଉନ୍ମତ କାଣ୍ତ । ବିମାନରେ ଉଲଗ୍ନ ହୋଇ ଦୌଡ଼ିଲେ, କ୍ରିଉ ମେମ୍ବରଙ୍କୁ ତଳେ ପକାଇଲେ । ସେତେବେଳକୁ ଉଡ଼ାଣ ଭରି ସାରିଥିଲା ବିମାନ । ଏହି ସମୟରେ କ୍ରିଉ ମେମ୍ବରମାନେ ଦେଖିବାକୁ ପାଇଥିଲେ ଯେ, ଜଣେ ଯାତ୍ରୀ ଉଲଗ୍ନ ହୋଇ ସେମାନଙ୍କ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛନ୍ତି । ପରେ ପରେ ଅତି କମ୍ ସମୟ ମଧ୍ୟରେ ସେ ଜଣେ କ୍ରିଉ ମେମ୍ବରଙ୍କୁ ମଧ୍ୟ ପକାଇ ଦେଇଥିଲେ ।

ଖବର ଅନୁସାରେ ପର୍ଥରୁ ବିମାନ ଉଡ଼ାଣ ଭରିଥିଲା । ମେଲବୋର୍ଣ୍ଣ ଅଭିମୁଖେ ଭର୍ଜିନ ଅଷ୍ଟ୍ରେଲିଆ ବିମାନ ଉଡ଼ାଣ ଭରିବା ବେଳେ ଜଣେ ପୁରୁଷ ଯାତ୍ରୀ ଉଲଗ୍ନ ହୋଇ ଦୌଡ଼ି ଯାଇ କ୍ରିଉ ସଦସ୍ୟଙ୍କୁ ତଳେ ପକାଇ ଦେଇଥିଲେ । ଏହି ଘଟଣା ସମ୍ପର୍କରେ ବିମାନବନ୍ଦର କର୍ମଚାରୀମାନେ ଅଷ୍ଟ୍ରେଲୀୟ ଫେଡେରାଲ ପୋଲିସ କର୍ମଚାରୀଙ୍କୁ ଜଣାଇଥିଲେ ।

ଅଧିକ ପଢ଼ନ୍ତୁ: ବିମାନରେ ଯାତ୍ରୀଙ୍କୁ ଦିଆଯିବ କେତେ ମଦ ? DGCA ଦେଲା ବଡ଼ ଅପଡେଟ୍‌....

ଫଳରେ ବିମାନ ପୁଣି ଥରେ ପର୍ଥକୁ ଫେରି ଆସିବାକୁ ବାଧ୍ୟ ହୋଇଥିଲା । ପର୍ଥରେ ବିମାନ ପହଞ୍ଚିବା ପରେ ସେମାନେ ବିମାନବନ୍ଦରରେ ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲେ ବୋଲି ଜଣା ପଡ଼ିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଜଣେ ଯାତ୍ରୀ କହିଛନ୍ତି, ପ୍ରଥମେ ଏହା ଏକ ଆକ୍ରମଣ ପରି ଲାଗିଲା । ସେ ସମୟରେ ବିମାନ ଭିତରେ ରହିବା ନିହାତି କଷ୍ଟକର ଥିଲା । ସେ ଆହୁରି ମଧ୍ୟ କହିଛନ୍ତି, ବାକି ଯାତ୍ରୀମାନଙ୍କ ସହାୟତାରେ ଉକ୍ତ ବ୍ୟକ୍ତିଙ୍କୁ କାବୁ କରି ପୋଲିସ ଜିମାରେ ଦିଆଯାଇଥିଲା ।

ଅନ୍ୟଜଣେ ଯାତ୍ରୀ କହିଛନ୍ତି ଯେ, ବିମାନ ଅବତରଣ କରିବା ପର୍ଯ୍ୟନ୍ତ ଉକ୍ତ ବ୍ୟକ୍ତିଙ୍କୁ ଦୁଇଜଣ କାବୁ କରି ରଖିଥିଲେ । ଫଳରେ ବିମାନଟି ପୁଣି ନିଜ ସ୍ଥାନକୁ ଫେରି ଆସିଥିଲା । ଅର୍ଥାତ୍ ପର୍ଥକୁ ହିଁ ଫେରି ଆସିଥିଲା । ଅନ୍ୟପଟେ କମ୍ପାନୀ ମୁଖପାତ୍ର କହିଛନ୍ତି, ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଭିତ୍ତିରେ ଉକ୍ତ ପଦକ୍ଷେପ ନିଆଯାଇଛି ।

ଯାତ୍ରୀମାନେ ହିଁ କମ୍ପାନୀର ଅତିଥି । ତେଣୁ ସେମାନଙ୍କର ସୁରକ୍ଷା ସର୍ବୋଚ୍ଚ ସ୍ତରରେ ରହିବା ଉଚିତ୍ । ଅନ୍ୟପଟେ ଉକ୍ତ ବ୍ୟକ୍ତିଙ୍କର ଡାକ୍ତରୀ ଟେଷ୍ଟ କରାଯିବା ସହ ଆସନ୍ତା ଜୁନ୍ ୧୪ରେ ପର୍ଥ ମାଜିଷ୍ଟ୍ରେଟ୍ କୋର୍ଟରେ ହାଜର କରାଯିବ ବୋଲି ଜଣା ପଡ଼ିଛି । ପରେ ଆଇନ ଅନୁଯାୟୀ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅଧିକ ପଢ଼ନ୍ତୁ: ବାଧୁଥିଲା ଘରଭଡ଼ା, ଫ୍ଲାଇଟ୍‌ରେ କଲେଜ ଯାଉଥିଲେ ଛାତ୍ର; ଦେଉଥିଲେ ଏତିକି ଟଙ୍କା

OTV is now on Whatsapp

Join and get latest news update delivered to you via whatsapp

Join Now