ଦନ୍ତେୱାଡା ଏନକାଉଣ୍ଟରରେ ବର୍ତ୍ତମାନ ସୁଦ୍ଧା ୩୬ ନକ୍ସଲଙ୍କ ମୃତଦେହ ଉଦ୍ଧାର ହେଲାଣି। ନାରାୟଣପୁର-ଦନ୍ତେୱାଡା ସୀମାନ୍ତ ମାଦ୍ ଜଙ୍ଗଲରୁ ମୃତଦେହ ଉଦ୍ଧାର କରି ଅଣାଯାଉଛି ହେଡକ୍ବାର୍ଟର।
ହରିୟାଣା ବିଧାନସଭାର ୯୦ଟି ଆସନ ପାଇଁ ଭୋଟ ଶେଷ ହେବା ପରେ ସମସ୍ତଙ୍କ ଅପେକ୍ଷା ଅକ୍ଟୋବର ୮କୁ। କାରଣ ସେହିଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହାପୂର୍ବରୁ ଆସିଛି ଏକଜିଟ ପୋଲ ରେଜଲ୍ଟ।
ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଘିଅ ଫେରସ୍ତ ପରେ ମନ୍ଦିରକୁ ଆସିଛି ନୂଆ ଘିଅ । ବ୍ୟବହାର ପାଇଁ ଓମ୍ଫେଡ୍ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଛି।
SSSC ଦ୍ବାରା ପରିଚାଳିତ RI, ARI, ଅମିନ, ICDS ସୁପରଭାଇଜର୍, SFS ପରୀକ୍ଷା ବାତିଲ ସହ ଅନଲାଇନ ପରୀକ୍ଷା ଦାବି। ଷ୍ଟୁଡେଣ୍ଟ ଏଗେନ୍ଷ୍ଟ୍ କରପ୍ସନ ଏହି ଦାବି କରିଛି।
ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ପ୍ରଥମରୁ ହିଁ ରାଜଭବନ ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି। ଓଡ଼ିଶା ରାଜନୀତିରେ ଆଗରୁ ଏଭଳି କେବେ ଦେଖାଯାଇ ନଥିଲା।
କିଛି ଗଣମାଧ୍ୟମ ସାଜିଥିଲେ HIS MASTERS VOICE। ଆଜି କିଛି ଏଭଳି ଭାବେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବାପାଙ୍କ ହତ୍ୟାକାଣ୍ଡର ବଦଲା ନେଇଛି ପୁଅ। ବାପାଙ୍କୁ ହତ୍ୟା କରିଥିବା ବ୍ୟକ୍ତିକୁ ସେ ଦୀର୍ଘ ୨୨ ବର୍ଷ ପରେ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି।
କାନପୁରର କିଦୱାଇ ନଗର ପୋଲିସ ଷ୍ଟେସନ ଅଞ୍ଚଳରେ 'ରିଭାଇବଲ ୱାର୍ଲ୍ଡ' ନାମକ ଏକ ଥେରାପି ସେଣ୍ଟର ଖୋଲାଯାଇଥିଲା । ଯେଉଁଥିରେ ବୃଦ୍ଧଙ୍କୁ ଯୁବକ କରିଦେବା ପାଇଁ ଥେରାପି ଦିଆଯାଉଥିଲା ।
ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଝରାପାଲି ଗାଁରେ ପୋଲିସକୁ ଅତର୍କିତ ଆକ୍ରମଣ ହୋଇଛି । ଏକ ଗଣ୍ଡଗୋଳ ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ଆକ୍ରମଣ କରିଥିଲା ଅଭିଯୁକ୍ତ।
ଭୁବନେଶ୍ବରରେ ପୋଲିସକୁ ଛୁରାମାଡ଼ । ତଦନ୍ତ ପାଇଁ ଆସିଥିବା ପିସିଆର କର୍ମଚାରୀଙ୍କୁ ଛରାମାଡ଼ ।
ଫେକ୍ ଫୋନ୍ କଲ୍ ଆସିଲା । ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହୋଇଯିବ ବୋଲି ଶିକ୍ଷୟିତ୍ରୀଙ୍କୁ ଧମକ ମିଳିଲା। ଏମିତି ଘଟଣା ଶୁଣି ସହି ପାରିଲେନି ଶିକ୍ଷୟିତ୍ରୀ । ଶେଷରେ ଚାଲିଗଲା ଜୀବନ ।
Navratri 2024: ନବରାତ୍ରୀରେ ଦେବୀ ମା’ଙ୍କ ନଅଟି ରୂପ ପୂଜା କରାଯାଇଥାଏ । ଏହି ସମୟରେ ଅନେକ ଲୋକେ ନବରାତ୍ରୀର ବ୍ରତ ରଖି ନିଜ ମନସ୍କାମନାର ସିଦ୍ଧି କରିଥାନ୍ତି । ଆସନ୍ତୁ ଜାଣିବା ନବରାତ୍ରୀରେ ଉପବାସ ରଖିବା ପଛରେ କ’ଣ ରହିଛି ବୈଜ୍ଞାନିକ କାରଣ ।
୫ ବର୍ଷରେ ୧ କୋଟି ଯୁବକଙ୍କୁ ମିଳିବ ଇର୍ଣ୍ଟନ୍ସିପ୍ ସୁଯୋଗ । ସାଧାରଣ ବଜେଟରେ ଘୋଷିତ ପିଏମ୍ ଇର୍ଣ୍ଟନ୍ସିପ୍ ସ୍କିମର ପାଇଲଟ୍ ଯୋଜନା ଗୁରୁବାର ଠାରୁ ଆରମ୍ଭ ହୋଇଛି ।
ଚିମେରିକ୍ ଆଣ୍ଟିଜେନ୍ ରିସେପ୍ଟର ଟି-ସେଲ୍ ବା କାର୍ ଟି-ସେଲ୍ ଥେରାପି ମୟୂରଭଞ୍ଜର ଜଣେ ରକ୍ତ କର୍କଟ ଆକ୍ରାନ୍ତ ୧୫ ବର୍ଷୀୟା ନାବାଳିକା ଠାରେ ଫଳପ୍ରଦ ହୋଇଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି।
ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ ପାଇଁ ଡାକରା ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି ।
ଗତକାଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାୟ ୬୦୦ ଉଦ୍ୟୋଗପତି ଏଥିରେ ଯୋଗ ଦେଇଥିଲେ। ଶିଳ୍ପ ଅନୁକୂଳ ନୀତି ଯୋଗୁଁ ଶିଳ୍ପପତି ମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।
ସମ୍ବଲପୁର ମଣ୍ଡଳ କାରାଗାରରେ ଭୋର ପ୍ରାୟ ୪ଟା ବେଳେ ଅଚାନକ ଚଢ଼ାଉ। ଜେଲ ଅନ୍ତେବାସୀଙ୍କ ଠାରୁ ମିଳିଲା ବହୁ ତମାଖୁ ଓ ମାଦକ ଦ୍ରବ୍ୟ ।
ଗତରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ସୂଚନା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
କାହିଁକି ବଦଳିଲା ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଏହାର ଉତ୍ତର ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ପାଟନାରେ ବିରାଟ ଜନସମାବେଶରେ ଲଞ୍ଚ କଲେ ପାର୍ଟି। ତା’ସହ ଜନସୁରଜ ପାର୍ଟି ନାଁରେ ବିଧିବଦ୍ଧ ଭାବେ ନୂଆ ରାଜନୈତିକ ଦଳ ଘୋଷଣା କରିଛନ୍ତି ପ୍ରଶାନ୍ତ।