• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପ୍ରି-ପ୍ଲାନଡ ମର୍ଡର। ସମ୍ପତ୍ତି ପାଇଁ ମାଆ ଓ ଉଭଣୀଙ୍କୁ ହତ୍ୟା। ଦୁଇ ଜଣଙ୍କୁ ପୋଡ଼ି ମାରିଦେଇଥିଲେ ବାପା ପୁଅ। ହତ୍ୟାକୁ ଦେଇଥିଲେ ଆତ୍ମହତ୍ୟାର ରୂପ । ସମ୍ବଲପୁର ମାନେଶ୍ବରରେ ମାଆ ଓ ଝିଅଙ୍କ ଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। 

ଏହି ଘଟଣାରେ ମୃତ ବୃଦ୍ଧାଙ୍କ ପୁଅ ଓ ନାତିଙ୍କୁ ଗିରଫ କରିଛି ସମ୍ବଲପୁର ସଦର ଥାନା ପୋଲିସ। ସେମାନେ ହେଲେ ଜଗନ୍ନାଥ ଦିକ୍ଷୀତ ଓ ତାଙ୍କ ପୁଅ ସଙ୍କେତ ଦିକ୍ଷୀତ। ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ। ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିଲା। ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ପେଟ୍ରୋଲ ଢାଳି ଜାଳି ଦେଇଥିଲେ ଅଭିଯୁକ୍ତ ବାପା ପୁଅ। 

ଅଧିକ ପଢ଼ନ୍ତୁ: Bhubaneswar Road Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍

ସମ୍ପତ୍ତି ପାଇଁ ମାଆ ଓ ଭଉଣୀକୁ ଭାଇ ହତ୍ୟା ହୋଇଥିବା ସାନ ଭଉଣୀ ଅଭିଯୋଗ କରିଥିଲେ। ପରେ ପରେ ପୋଲିସ ୪ ଜଣଙ୍କୁ ପଚରାଉଚରା କରିଥିଲା । ଏହାପରେ ଡେଥ୍ ମିଷ୍ଟ୍ରି ଉପରୁ ହଟିଛି ପରଦା। ଆଜି ୨ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ସମ୍ବଲପୁର ପୋଲିସ। 

ସୂଚନା ଅନୁସାରେ, ଗତକାଲି ବୃଦ୍ଧା ସ୍ନେହଲତା ଓ ଝିଅ ସୈରେନ୍ଦ୍ରି ଦୀକ୍ଷିତ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ମା’ଝିଅ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ । ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସମ୍ପତ୍ତି ପାଇଁ ମା’ ଓ ଭଉଣୀକୁ ଭାଇ ଜଗନ୍ନାଥ ହତ୍ୟା କରିଥିବା ସ୍ନେହଲତାଙ୍କ ସାନ ଝିଅ ଅଭିଯୋଗ ଆଣିଥିଲେ । ପୋଲିସ ଏହି ଘଟଣାରେ ବୃଦ୍ଧାଙ୍କ ପୁଅ ସହ ପରିବାରର ୪ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ପରେ ବୃଦ୍ଧାଙ୍କ ପୁଅ ଓ ନାତିକୁ ଗିରଫ କରିଥିଲା ପୋଲିସ।

ମୃତା ବୃଦ୍ଧା ସ୍ନେହଲତାଙ୍କର ୪ ଝିଅ  ଓ ଗୋଟିଏ ପୁଅ ଥିଲେ। ପୂର୍ବରୁ ୨ ଝିଅଙ୍କର ମୃତ୍ୟୁ ଘଟିଥିବା ବେଳେ ଗତକାଲି ନିଆଁରେ ପୋଡ଼ି ହୋଇ ଆଉ ଏକ ଝିଅର ମୃତ୍ୟୁ ଘଟିଛି। ସ୍ନେହଲତା ଓ ତାଙ୍କ ଝିଅ ସୈରେନ୍ଦ୍ରିଙ୍କ ସହ ମହଲରେ ରହୁଥିବା ବେଳେ ତାଙ୍କ ପୁଅ  ପରିବାର ସହ ତଳ ମହଲାରେ ରହୁଥିଲେ। 

ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

OTV is now on Whatsapp

Join and get latest news update delivered to you via whatsapp

Join Now