Advertisment

Godabarisha Mishra Adarsha Prathamika Vidyalaya Yojana: ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ; ମୋଟ୍ ୬,୭୯୪ଟି ହେବ ନିର୍ମାଣ

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏଥିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ।

author-image
Sujit kumar Swain
ଅଦ୍ୟତନ ହୋଇଛି
Godabarisha Mishra Adarsha Prathamika Vidyalaya Yojana

Godabarisha Mishra Adarsha Prathamika Vidyalaya Yojana

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏଥିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ମୋଟ୍ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ ହେବ। ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀମୋହନ ମାଝୀ

Advertisment

ଅଧିକ ପଢ଼ନ୍ତୁ: Bhubaneswar Road Accident: ରାଜଧାନୀରେ ଦୁର୍ଘଟଣା; ଦ୍ରୁତଗତିରେ ଆସି ଟ୍ରାଫିକ ଫୋଷ୍ଟକୁ ଉଡାଇଲା କାର୍

ସତ୍ୟବାଦୀ ବନ ବିଦ୍ୟାଳୟ ଭଳି ପିଲାଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ। ବିଶେଷ କରି ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ। ଏହି ଯୋଜନାରେ ନୂଆ କ୍ଲାସ ରୁମ୍, ବାଳକ ଓ ବାଳିକାମାନଙ୍କ ପାଇଁ ପୃଥକ ଟଏଲଟର ବ୍ୟବସ୍ଥା, ପ୍ରାଚୀର ନିର୍ମାଣ, ସବୁଜ ପରିବେଶ, ଡିଜିଟାଲ ଲାଇବ୍ରେରୀ ଓ ଲାଙ୍ଗୁଏଜ୍ ଲ୍ୟାବ୍, ଖେଳ ପଡ଼ିଆ, ଡାଇନିଙ୍ଗ ହଲ୍, କମ୍ପ୍ୟୁଟର, ସ୍ମାର୍ଟ ବୋର୍ଡ ଆଦିର ବ୍ୟବସ୍ଥା କରାଯିବ। 

Advertisment

 

ଏହା ସହିତ କ୍ରୀଡ଼ା, ଶାରୀରିକ ବ୍ୟାୟାମ, ସାମାଜିକ ଓ ସାଂସ୍କୃତିକ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ। ସେହିପରି ବୈଠକରେ ଐତିହ୍ୟ ବିଦ୍ୟାଳୟଗୁଡିକର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ଯୋଜନାରେ ରାଜ୍ୟର ୧୦୦ ବର୍ଷରୁ ଅଧିକ ପୁରାତନ ବିଦ୍ୟାଳୟ କିମ୍ବା ସ୍ୱାଧୀନତା ପୂର୍ବ ସମୟର ପୁରାତନ ବିଦ୍ୟାଳୟ ଗୁଡିକର ବିକାଶ କରାଯିବ। ଏହି ଯୋଜନାରେ ମୋଟ୍ ୪୫ଟି ଐତିହ୍ୟ ବିଦ୍ୟାଳୟର ବିକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି। 

ଏପଟେ ଗତକାଲି ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମୋଟ ୩ହଜାର ୬ଶହ କୋଟି ଟଙ୍କା ବ୍ୟୟରେ ପିଏମ୍ ବିଦ୍ୟାଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଦ୍ବାରା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା କ୍ଷେତ୍ରରେ ଥିବା ପ୍ରତିବନ୍ଧକ ଦୂର ହେବ। ସେମାନଙ୍କୁ ସହଜ ସରଳ ଉପାୟରେ ଶିକ୍ଷା ଋଣ ମିଳିବ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଶ୍ରେଷ୍ଠ ୮୬୦ ଶିକ୍ଷାନୁଷ୍ଠାନରେ ପଢ଼ିବାକୁ ଋଣ ଦିଆଯିବ। ଏହାଦ୍ବାରା ପ୍ରତି ବର୍ଷ ପ୍ରାୟ ୨୨ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ। ଡିଜିଟାଲ ଆପ୍ଲିକେସନ ଜରିଆରେ ବିନା ବାଧାରେ ମେଧାବୀଙ୍କୁ ଋଣ ମିଳିବ। ସାଢ଼େ ୭ ଲକ୍ଷ ପର୍ଯ୍ୟନ୍ତ ଋଣର ୭୫% କ୍ରେଡିଟ ଗ୍ୟାରେଣ୍ଟି ଦେବେ କେନ୍ଦ୍ର ସରକାର। ପରିବାର ଆୟ ୮ ଲକ୍ଷ ପର୍ଯ୍ୟନ୍ତ ଥିଲେ, ୩% ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ମିଳିବ। 

ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ

Odisha School
Advertisment
Advertisment