Advertisment

Vigilance Raid In Odisha: IDCO Manager ବାବୁଙ୍କ ଅଚଳାଚଳ ସମ୍ପତ୍ତି; ସୁଇଚ୍‌ ଚିପିଲେ ଖୋଲୁଛି କବାଟ, କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ...

ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ଇଡକୋ ମ୍ୟାନେଜର ବିଜୟ କୁମାର ଉଦୟମ ସିଂଙ୍କ ଅଚଳାଚଳ ସମ୍ପତ୍ତି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିବା ପରେ ଭିଜିଲାନ୍ସ ଜବତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଛି ।

author-image
Sujit kumar Swain
ଅଦ୍ୟତନ ହୋଇଛି
Vigilance Raid In Odisha IDCO Manager

Vigilance Raid In Odisha IDCO Manager

ଭିଜିଲାନ୍ସ ଜାଲରେ ପଡ଼ିଥିବା କୁବେର ଇଡକୋ ମ୍ୟାନେଜର ବିଜୟ କୁମାର ଉଦୟମ ସିଂଙ୍କ ଅଚଳାଚଳ ସମ୍ପତ୍ତି । ଆଜି ଏକକାଳୀନ ୬ଟି ସ୍ଥାନରେ ଚଢାଉ କରିବା ପରେ ଭିଜିଲାନ୍ସ ଜବତ ସମ୍ପତ୍ତି ସମ୍ପର୍କରେ ତଥ୍ୟ ରଖିଛି । ତାଙ୍କର ଭୁବନେଶ୍ବରରେ ଏକ ୪ ମହଲା କୋଠା ରହିଛି ଯାହାର ମୂଲ୍ୟ ୩ କୋଟି ୨୨ ଲକ୍ଷ ଟଙ୍କା।

Advertisment

ସେହିଭଳି ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ବର ଆଉ ୨ ଓ ଖୋର୍ଦ୍ଧାରେ ଗୋଟିଏ ଘର ରହିଛି। ୩୩ ଲକ୍ଷର ବ୍ୟାଙ୍କ ଜମା ସହ ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଜବତ ହୋଇଛି। ଆଜି ଭୁବନେଶ୍ବର ଶିଶୁପାଳଗଡ଼ ଘରେ ରେଡ୍ ବେଳେ ପୁଳା ପୁଳା ସୁନା ଗହଣା ମିଳିଥିଲା। 

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର; ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଇଡକୋର ଏହି ଜୁନିଅର ମ୍ୟାନଜରଙ୍କ ଘରେ ସବୁ ପ୍ରକାର ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଥିବା ଦେଖିବାକୁ ମିଳିଛି। ମୁଖ୍ୟ କବାଟରେ ଡିଜିଟାଲ ଲକ୍, ଘରେ ସେଣ୍ଟ୍ରାଲ ଗିଜର, ୧୨ଟି ଏସି, ୩୨ଟି ଫ୍ୟାନ ଦେଖିବାକୁ ପାଇଥିଲେ ଭିଜିଲାନ୍ସ ଅଧିକାରୀ। ମିଳିଥିବା ଅନ୍ୟ ସମ୍ପତ୍ତି ସମ୍ପର୍କରେ ଅଧିକ ଖୋଳତାଡ଼ କରୁଛି ଭିଜିଲାନ୍ସ ଟିମ୍। 

Advertisment

ଗତ କିଛି ମାସ ହେଲାଣି ରାଜ୍ୟରେ ଭିଜିଲାନ୍ସ ବିଭାଗ ଆକ୍ସନ ମୁଡକୁ ଚାଲି ଆସିଥିବା ବେଳେ ଲାଞ୍ଚୁଆ ବାବୁଙ୍କ ମନରେ ଛନକା ପଶିଛି। କେତେବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିବେ ଭାବି ପ୍ରମାଦ ଗଣୁଛନ୍ତି। ଏଥିସହ ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତି ଲୁଚାଇବାକୁ ବି ଜାଗା ପାଉ ନାହାନ୍ତି।

ଗତ ୪ ମାସରେ ଭିଜିଲାନ୍ସ ବିଭାଗ ପକ୍ଷରୁ ହୋଇଥିବା ଚଢ଼ାଉରେ ୭ ଇଞ୍ଜିନିୟରଙ୍କ ଘରୁ ପୁଳା ପୁଳା ପ୍ଲଟ ଓ କେଜି କେଜି ସୁନା ଜବତ ହୋଇଛି । ଏହା ଦେଖି ସାଧାରଣ ଲୋକଙ୍କୁ ଜୋରଦାର ଝଟକା ଲାଗିଥିବା ବେଳେ ବାବୁମାନେ ଏବେ ଆଇନ ଜାଲରେ ଛନ୍ଦି ହୋଇ ଜେଲ୍‌ରେ ରହିଛନ୍ତି।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର; ୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ

Bhubaneswar Vigilance Raid
Advertisment
Advertisment