ଡିଜେ ଗୀତରେ ମତୁଆଲା ବାବା। ଯୁବକମାନଙ୍କ ସହ ମିଶି ଧୁମ୍ ନାଚୁଛନ୍ତି । ବାବାଙ୍କ ଏମିତି ରୂପ ସମସ୍ତଙ୍କୁ ଚକ୍କିତ କରିଛି । କେବଳ ସେତିକି ନୁହେଁ, ବାବାଙ୍କ ଗୋଟିଏ ପରେ ଗୋଟିଏ ଏଭଳି କାରନାମା ସାମ୍ନାକୁ ଆସିଛି।
ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।
ଶ୍ରୀମନ୍ଦିରରେ ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ କୁଡୁଆ। ଏଥିପାଇଁ ଆରମ୍ଭ ହୋଇଛି ପ୍ରିକ୍ରିୟା, ଚାଲିଛି ବିଚାରବିମର୍ଶ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ମହାପ୍ରସାଦ କୁଡୁଆ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ।
ରାଜ୍ୟର ସୁଉଚ୍ଚ ଶୃଙ୍ଖ । ଦେଖିବାକୁ ଆସନ୍ତି ସାରା ଭାରତରୁ ଲୋକ। କିନ୍ତୁ ଏଠି ପହଞ୍ଚିବା ଏତେ ସହଜ ନୁହେଁ। କାରଣ ବାଟ ସାରା ଖାଲଖମାରେ ଭର୍ତ୍ତି।
ଚକା ଚକ୍ ଦୋକାନ ଘର, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରା ଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ?
ଅବହେଳିତ ହୋଇ ପଡ଼ି ରହିଛି ଦେଓମାଳୀ । ଦେଓମାଳୀ ଯିବା ରାସ୍ତା ଖାଲଖମାରେ ଭର୍ତ୍ତି । ବାଲେଶ୍ୱର ଚାନ୍ଦିପୁର ବି ବିପର୍ଯ୍ୟସ୍ତ ଅବସ୍ଥାରେ । ଚାନ୍ଦିପୁର ବିଚରେ ନାହିଁ ଆନୁସଙ୍ଗିକ ବ୍ୟବସ୍ଥା ।
କାହା ପାଇଁ ଭେଣ୍ଡିଂ ଜୋନ୍? ଉଦଘାଟନର ବର୍ଷକ ପରେ ବି ଲାଗୁନି କାମରେ । ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କାର ନିର୍ମାଣ । ଅଳିଆ ଗଦା, ନିଶାଖୋରଙ୍କ ଆଡ୍ଡା ପାଲଟିଛି ।
ଘାତକ ସାଜୁଛି ବେପରୁଆ ଗାଡ଼ି ଚାଳନା ଓ ଯୁବପିଢ଼ିଙ୍କ ରିଲ୍ସ ନିଶା । ଅନିଚ୍ଛାକୃତ ଆଘାତ ମୃତ୍ୟୁହାରରେ ଓଡ଼ିଶା ଦେଶରେ ଅଷ୍ଟମ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ, ରାଜ୍ୟରେ ଦିନକୁ ଯାଉଛି ୫୭ ଜୀବନ । ରାଜ୍ୟ ସରକାରଙ୍କୁ ଶ୍ବେତପତ୍ର ଜାରି ପାଇଁ କହିଲେ ସଡ଼କ ସୁରକ୍ଷା ବିଶେଷଜ୍ଞ...
ଟଙ୍କା ପାଇନଥିବା ‘ସୁଭଦ୍ରା’ ଆବେଦନକାରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି । ବଡ଼ ଆଶ୍ୱସ୍ତି ଆଣିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଫୋନ୍ କରି ତ୍ରୁଟି ସମାଧାନର ବାଟ ବତାଇବେ ସରକାର ।
ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟିରେ ଭାରତର ସର୍ବାଧିକ ସ୍କୋର୍ ବୋଲି କୁହାଯାଉଛି । ଟେଷ୍ଟ ଖେଳୁଥିବା ରାଷ୍ଟ୍ରଙ୍କ ମଧ୍ୟରେ ଏହା ହେଉଛି ସର୍ବାଧିକ ଇନିଂସ ସ୍କୋର।
ବିଜେଡିରେ ତୀବ୍ର ଅସନ୍ତୋଷ ଭିତରେ ଅମର ଶତପଥୀଙ୍କ ବିସ୍ଫୋରଣ । କହିଲେ ନିର୍ବାଚନ ପରାଜୟ ଦାୟିତ୍ୱ ନିଜ ମୁଣ୍ଡକୁ ନିଅନ୍ତୁ ନବୀନ । ଆମେ ନବୀନଙ୍କୁ ନେତା ବାଛିଥିଲୁ, ପାଣ୍ଡିଆନଙ୍କୁ ନୁହେଁ । ଯୋଗାଣ ମନ୍ତ୍ରୀ କହିଲେ, ଧୂଳିସାତ୍ ହୋଇଯିବ ବିଜେଡି ସଂଗଠନ ।
ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।
ପୂଜା ମଣ୍ଡପରେ ମହାନବମୀ। ଶକ୍ତିପୀଠରେ ଦଶମୀ ପୂଜା। ଶାରଦୀୟ ଦୁର୍ଗାପୂଜାର ଆଜି ମହାନବମୀ ତିଥିରେ ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ମହାସମାରୋହରେ ପାଳିତ ହୋଇଛି ଭିନ୍ନ ଭିନ୍ନ ପରମ୍ପରା।
ବାଲି ସାମ୍ରାଜ୍ୟରେ ଅଚାନକ ପାଣିର ରାଜୁତି । ସାହାରା ମରୁଭୂମିରେ ଭୀଷଣ ବନ୍ୟା । ୫୦ ବର୍ଷ ପରେ ଉପୁଜିଲା ବନ୍ୟା ସ୍ଥିତି । ଠାଏଁ ଠାଏଁ ବାଲି, ଠାଏଁ ଠାଏଁ ପାଣି। ଜଳପ୍ଳାବିତ ବାଲୁକାସ୍ତୁପ ଓ ଖଜୁରୀ ଗଛ ଥିବା ମରୁଉଦ୍ୟାନ।
ବିଜେଡିର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ମୁଁ ଏଭଳି ରାଜନୈତିକ କାର୍ଯ୍ୟକ୍ରମରୁ କିଛିଦିନ ହେଲା ନିଜକୁ ନିବୃତ୍ତ ରଖିଛି ।
ମହିଳାଙ୍କ ଉତ୍ପାତକୁ ଦେଖି ଭିଡିଓରେ ଥିବା ପୋଲିସ୍ ଅଧିକାରୀ ଜଣଙ୍କ ମଦ ପିଇ ଆସି କାହିଁକି ଏମିତି କରୁଛ ବୋଲି କହୁଥିବା ଦେଖିବାକୁ ମିଳିଛି।
ସାରା ଜୀବନ ଅବିବାହିତ ରହିଥିବା ରତନ ଟାଟା ସର୍ବଦା ଲୋକମାନଙ୍କ ମଙ୍ଗଳ ଚିନ୍ତା କରୁଥିଲେ। କ୍ଷତି ସହୁଥିବା ଟାଟାକୁ ଲାଭ ଦାୟକ ଶିଳ୍ପରେ ପରିଣତ କରିଥିଲେ ।
ପୁରୀ-ନୂଆଦିଲ୍ଲୀ ପୁରୁଷୋତମ ଏକ୍ସପ୍ରେସ ଟ୍ରେନରେ ବୋମା ଥିବା ନେଇ ଆତଙ୍କ ଖେଳିଛି। ଫଳରେ ଉତ୍ତରପ୍ରଦେଶର ତୁଣ୍ଡଲା ରେଳ ଷ୍ଟେସନରେ ତିନି ଘଣ୍ଟାରୁ ଅଧିକ ସମୟ ଅଟକି ରହିଥିଲା ଏକ୍ସପ୍ରେସ ଟ୍ରେନ୍ ।
ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ, ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ କନ୍ଧମାଳ ଜିଲ୍ଲା ସଦର ଥାନା ଡାଡିକେଜୁ ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ।