Advertisment

Vigilance Raid In Odisha: ଆଖି ତରାଟିଲା ଅଚଳାଚଳ ସମ୍ପତ୍ତି; ରିମୋଟ୍ ସହ ପାସୱାର୍ଡ୍ ପ୍ରୋଟେକ୍ଟେଡ୍ ଘର...

ବାବୁଙ୍କ ଗେଟ୍ ଖୋଲେ ରିମୋଟ୍ ଚିପିଲେ । ବାବୁଙ୍କ ଲକର୍ ଫିଟେ ପାସୱାର୍ଡ ଦେଲେ । ବାଥରୁମରେ ବାବୁ ଗାଧାନ୍ତି ମିନେରାଲ୍ ୱାଟରରେ । ମନ୍ଦିର ଚୂଳ ସହ ନେତ ଦିଶେ ବାବୁଙ୍କ ଦୁଆର ଖୋଲିଲେ।

author-image
Sujit kumar Swain
undefined

Vigilance Raid In Odisha

ଭିଜିଲାନ୍ସ ଜାଲରେ ପଡ଼ିଥିବା ଗଣ୍ଡା ଗଣ୍ଡା ସରକାରୀ ବାବୁଙ୍କ ସମ୍ପତ୍ତି ଆପଣ ଦେଖିଥିବେ । କାହାର ଶତାଧିକ ପ୍ଲଟ୍ ତ ଆଉ କାହାର ବଣ୍ଡଲ ବଣ୍ଡଲ୍ ଟଙ୍କା । ଏଭଳି ଜଣେ ବାବୁଙ୍କ ଥାଟବାଟ ଓ ଘରଦ୍ବାର ଦେଖିବେ ଆପଣଙ୍କୁ ଲାଗିବ ଘର ତ ନୁହେଁ, ସତେ ଯେମିତି ଇଲେକଟ୍ରୋନିକ୍ସ ହାଉସ୍ । ଯେଉଁଠି ରିମୋଟ୍ ଆଉ ପାସୱାର୍ଡରେ ହିଁ ଖୋଲେ ଘର ଦୁଆର। ମିନେରାଲ୍ ୱାଟରରେ ଗାଧୁଆପାଧୁଆ କରନ୍ତି ବାବୁ । ତେବେ କିଏ ସେହି ବାବୁଜଣଙ୍କ, ଜାଣନ୍ତୁ...

Advertisment

ବାବୁଙ୍କ ଗେଟ୍ ଖୋଲେ ରିମୋଟ୍ ଚିପିଲେ । ବାବୁଙ୍କ ଲକର୍ ଫିଟେ ପାସୱାର୍ଡ ଦେଲେ । ବାଥରୁମରେ ବାବୁ ଗାଧାନ୍ତି ମିନେରାଲ୍ ୱାଟରରେ । ମନ୍ଦିର ଚୂଳ ସହ ନେତ ଦିଶେ ବାବୁଙ୍କ ଦୁଆର ଖୋଲିଲେ। କି ଥାଟବାଟ, କି ବିଳାସମୟ ଜୀବନ। କୋଠା ତ ନୁହେଁ, ସତେଯେମିତି ରାଜ ଉଆସ । ବଙ୍ଗଳା ତ ନୁହେଁ, ସତେଯେମିତି ଇଲେକଟ୍ରୋନିକ୍ସ ହାଉସ୍। ଭୁବନେଶ୍ୱର ରାଜାରାଣୀ ମୌଜା ଆର୍ଯ୍ୟବିହାରରେ ରହିଛି ୪ ମହଲା କୋଠା । ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂ ।

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର; ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂଙ୍କ ଅତ୍ୟାଧୁନିକ କୋଠା ଝଲକ ମାତ୍ର। ୪ ମହଲା କୋଠାର ଛାତ ଉପରେ ଲାଗିଛି ୱାଟର୍ ସପ୍ଲାଏ ସିଷ୍ଟମ । ପ୍ୟୁରିଫାୟାର ସହ ଲାଗିଛି ସେଣ୍ଟ୍ରାଲ୍ ଗିଜର୍ । ଅର୍ଥାତ କୋଠାର ଯେଉଁ ଟ୍ୟାପ୍ ବି ଖୋଲିବେ, ସେହି ଟ୍ୟାପରେ ଆସିବ ମିନେରାଲ୍ ୱାଟର୍ ସହ ଆବଶ୍ୟକ ମୁତାବକ ଥଣ୍ଡା କିମ୍ବା ଗରମ ପାଣି। 

Advertisment

କେବଳ ଏତିକି ନୁହେଁ, ଲକର୍ ଖୋଲି ଚୋରି କରିବା ତ କୌଣସି ଚୋର ପାଇଁ ବି ସେତେ ସହଜ ହେବନି। କାରଣ ପାସୱାର୍ଡ ପ୍ରୋଟେକ୍ଟେଡ୍। ଖୋଲିଲା ବେଳକୁ କମ୍ ନାକେଦମ୍ ହୋଇନି ଭିଜିଲାନ୍ସ ଟିମ୍। ଯେଉଁ ଲକରରୁ ୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ସହ ବିପୁଳ ସୁନା ଗହଣାକୁ ଭିଜିଲାନ୍ସ ଜବତ କରିଛି। ପାସୱାର୍ଡ ମିଳୁନଥିବାରୁ ଏବେ ବି ଆଉ କିଛି ଲକର୍ ଖୋଲିପାରିନି। 

ଆପଣ ଯୁଆଡ଼େ ଚାହିଁବେ, ଦେଖିପାରିବେ ଇମ୍ପୋର୍ଟେଡ୍ ସାମଗ୍ରୀ। କୋଠାରେ ଲାଗିଛି ୧୨ଟି AC ସହ ୩୨ଟି ଫ୍ୟାନ। ଗାଧୁଆଘରେରେ ଜାପାନ ଟେକ୍ନୋଲୋଜିର ଟାଇଲ୍ ଏବଂ ପ୍ୟାନ ଖଞ୍ଜାଯାଇଛି। ପ୍ରାୟ ୭ ହଜାର ୫ଶହ ସ୍କ୍ବାୟାର୍ ଫୁଟ୍ ପରିମିତି ଜାଗାରେ ଛିଡା ହୋଇଥିବା କୋଠାର ମୂଲ୍ୟ ୩ କୋଟି ୨୨ ଲକ୍ଷ ଟଙ୍କା ଆକଳନ କରିଛି ଭିଜିଲାନ୍ସ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ହାବୁଡ଼ରେ ପଡ଼ିଥିବା ବାବୁଙ୍କ ଧନ ସଂପତ୍ତିର ଆକଳନ ଏତିକିରେ ସରିନି। ଏକକାଳୀନ ୬ଟି ସ୍ଥାନରେ ଚଢାଉ କରି ପୁରୀରେ ଗୋଟିଏ ଫ୍ଲାଟ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୩ଟି ଘର ଠାବ କରିଛି ଭିଜିଲାନ୍ସ।

ତେବେ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂ ଏତେ ସଂପତ୍ତି କେମିତି ଠୁଳ କଲେ ? କାହା ଛତ୍ରଛାୟାରେ ରହି ଏହି ସରକାରୀ ବାବୁ ବନିଯାଇଥିଲେ ଏଭଳି କୁବେର ? ଏତିକି ନା ଆହୁରି ବି ସଂପତ୍ତି ଲୁଚାଇ ରଖିଛନ୍ତି ? ସେନେଇ ଭିଜିଲାନ୍ସ ବିଭାଗ ଖୋଳତାଡ଼ କରୁଛି। 

ଅଧିକ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଫିସର; ୫ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ

Bhubaneswar Vigilance Vigilance Raid
Advertisment
Advertisment