/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730961795.jpg)
Bus Driver Dies Of Heart Attack While Driving
ଏମିତି ବି ଆସେ ମୃତ୍ୟୁ । କଥାରେ ଅଛି ମୃତ୍ୟୁ କେତେବେଳେ ଆସେ କହି ହୁଏ ନାହିଁ । ଠିକ୍ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଆପଣ ଶୁଣିଲେ କିମ୍ବା ଦେଖିଲେ ମଧ୍ୟ ବିଶ୍ବାସ କରିପାରିବେ ନାହିଁ । ଚଳାଉଥିଲେ ବସ୍ ହଠାତ୍ ଚାଲିଗଲା ଜୀବନ । ବସ୍ ଚଳାଉଥିବା ବେଳେ ହଠାତ୍ ହାର୍ଟ ଆଟାକ୍ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।
ଗତକାଲି ଦିନ ୧୧ଟାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୪୦ ବର୍ଷୀୟ କିରଣ କୁମାର ନେଲାମଙ୍ଗଳାରୁ ଦାସନପୁରାକୁ ବସ୍ ନେଇ ଯାଉଥିଲେ । ବସ୍ରେ ମଧ୍ୟ ଲୋକମାନେ ରହିଥିଲେ। ବିଚ୍ ରାସ୍ତାରେ ସେ ଗାଡ଼ି ନେଇ ଯାଉଥିବା ବେଳେ ହଠାତ୍ ତାଙ୍କର ହାର୍ଟଆଟାକ୍ ହୋଇଥିଲା । ହାର୍ଟଆଟାକ୍ ହେବାରୁ ସେ ଛାତିକୁ ଧରି ନିଜ ବାମପଟକୁ ପଡ଼ି ଯାଇଥିଲେ। ଡ୍ରାଇଭରଙ୍କୁ ହୃଦଘାତ ହେବାରୁ ବସ୍ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏହି ସମୟରେ ଗାଡ଼ିଟି ବିଏମଟିସିର ଆଉ ଏକ ବସ୍ରେ ଘଷି ହୋଇଯାଇଥିଲା।
ଅଧିକ ପଢ଼ନ୍ତୁ:ହଠାତ୍ ଆସିଲା ହାର୍ଟ ଆଟାକ୍; ପଢୁ ପଢୁ ଛାଡ଼ିଗଲା ପ୍ରାଣ
एक और अचानक मौत...
बेंगलुरु में सरकारी बस के ड्राइवर किरण कुमार को बस चलाते वक्त हार्ट अटैक आया और उनकी मौत हो गई।
कंडक्टर ने सूझबूझ से बस पर काबू पाया और लोगों की जान बचाई। #Livedeath#heartattackpic.twitter.com/cdAlH5VhRP
— Vinay Saxena (@vinaysaxenaj) November 7, 2024
ତେବେ ବସ୍ର କଣ୍ଡକ୍ଟର ଉପସ୍ଥିତି ବୁଦ୍ଧି ଖଟାଇ ସିଧା ଡ୍ରାଇଭର ସିଟ୍କୁ ଜମ୍ପ ମାରିଥିଲେ। ସେ ତୁରନ୍ତ ବସ୍କୁ ନିୟନ୍ତ୍ରଣକୁ ଆଣିବା ସହ ଯାତ୍ରୀଙ୍କ ସୁରକ୍ଷା ପାଇଁ ଏହାକୁ ବ୍ରେକ ମାରି ଅଟାକାଇ ଦେଇଥିଲେ। ଫଳରେ ବସ୍ରେ ଥିବା ଯାତ୍ରୀମାନେ ଗୋଟିଏ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ । ଏହାର ସିସିଟିଭି ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ମଧ୍ୟ ଲାଗିଛି ।
ବସ୍ ଅଟକିବା ପରେ ଡ୍ରାଇଭର କିରଣ କୁମାରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଏମଟିସି ପକ୍ଷରୁ କୁହାଯାଇଛି ଯେ ଆମେ ଅତ୍ୟନ୍ତ ଦୁଃଖର ସହ ଘୋଷଣା କରୁଛୁ ଯେ କିରଣ କୁମାର ଆଉ ନାହାନ୍ତି। ହୃଦଘାତ ଯୋଗୁ ତାଙ୍କର ଦେହାନ୍ତ ହୋଇଛି । କିରଣ କୁମାରଙ୍କ ପରିବାର ବର୍ଗଙ୍କୁ ସଂସ୍ଥା ପକ୍ଷରୁ ଗଭୀର ସମବେଦନା ମଧ୍ୟ ଜଣାଯାଇଛି । ବିଏମଟିସିର ବରିଷ୍ଠ ଅଧିକାରୀମାନେ କିରଣ କୁମାରଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିବା ସହ ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)