Advertisment

Bhubaneswar Metro Rail Project: ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର; ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ, କିଣାଯିବ ୧୩ଟି ଟ୍ରେନ୍

ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ।

author-image
Sujit kumar Swain
undefined

Bhubaneswar Metro Rail Project

୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଏଥିପାଇଁ ମାଟି ପରୀକ୍ଷା ଓ ରାସ୍ତା ପ୍ରଶସ୍ତୀକରଣ କାମ ଜୋରସୋରରେ ଚାଲିଛି । ପ୍ରକଳ୍ପ ଲାଗି ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣାଯିବାର ଯୋଜନା ରହିଛି। ଯାହାକି ପ୍ରତି ୧୦ ମିନିଟ୍‌ରେ କଟକ ତ୍ରିଶୂଳିଆରୁ ଭୁବନେଶ୍ବର ଏୟାରପୋର୍ଟ ମଧ୍ୟରେ ଦୌଡ଼ିବ।

Advertisment

ଟ୍ବିନ୍‌ସିଟି ବାସୀଙ୍କ ପାଇଁ ଖୁସି ଖବର। ଆଗାମୀ ୩ ବର୍ଷ ମଧ୍ୟରେ ଗଡ଼ିବ ମେଟ୍ରୋ ଟ୍ରେନ୍। ୨୦୨୭ ସରୁ ସରୁ ସରିଯିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାମ। କଟକ-ଭୁବନେଶ୍ବର ବାସିନ୍ଦା ଅପେକ୍ଷା କରିଥିବା ବହୁ ପ୍ରତୀକ୍ଷିତ ପ୍ରକଳ୍ପ ସଂପର୍କରେ ଆସିଛି ଏଭଳି ଖବର। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରହିଛି। ଅପ୍ ଏବଂ ଡାଉନ୍ ଲାଇନରେ ୬ଟି ଲେଖାଏଁ ମେଟ୍ରୋ ଦୌଡ଼ିବ। 

ଅଧିକ ପଢ଼ନ୍ତୁ: ସାବାଡ୍ ହେବେ ଅମାନିଆ 'ମୋ ବସ୍‌' ଡ୍ରାଇଭର; ଲାଗିବ ସ୍ପିଡ୍ ଗଭର୍ଣ୍ଣର

Advertisment

ମେଟ୍ରୋ ପ୍ରକଳ୍ପ ଲାଗି ଏକ ପ୍ରୋଟୋ ଟାଇପ୍ ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଅଫିସରେ ପ୍ରସ୍ତୁତ କରାଯାଇଛି। ସମୁଦାୟ ୨୬ କିଲୋମିଟର ଭିତରେ ୨୦ଟି ମେଟ୍ରୋ ଷ୍ଟେସନ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, କ୍ୟାପିଟାଲ୍ ହସପିଟାଲ୍ ଛକ, ବାପୁଜୀ ନଗର, ଭୁବନେଶ୍ବର ରେଲୱେ ଷ୍ଟେସନ, ରାମ ମନ୍ଦିର, ବାଣୀ ବିହାର, ଆଚାର୍ଯ୍ୟ ବିହାର ଛକ ଦେଇ ଜୟଦେବ ବିହାର, ଜାଭିୟର୍ ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟର, ଡମଣା, ପଟିଆ, କିଟ୍, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନ କାନନ, ବାରଙ୍ଗ, ଫୁଲପୋଖରୀ ଓ ତିଶୂଳିଆରେ ରହିବ। 

ଏହି ମେଟ୍ରୋ ପ୍ରକଳ୍ପ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ମାଟି ପରୀକ୍ଷା। ପ୍ରାୟ ୫୦/୬୦ ଫୁଟ୍ ତଳୁ ମାଟି ନେଇ ବିଭିନ୍ନ ଲ୍ୟାବ୍ ରେ ପରୀକ୍ଷା ହେଉଛି। ମାଟି ପରୀକ୍ଷା ସହ ଶିଶୁ ଭବନ ଛକରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାମ ବି ଜୋରସୋରରେ ଚାଲିଛି। ଏସବୁ କାମ ପ୍ରାୟ ୨ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ୍।  ଭୂମିଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଲାଇନ୍। ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହାର ଉଚ୍ଚତା ଅଧିକ ରହିବ। ମେଟ୍ରୋ ପ୍ରୋଜେକ୍ଟ ପାଇଁ ପୂର୍ବରୁ ଯେଉଁ ବ୍ୟୟବରାଦ କରାଯାଇଥିଲା ତା ଭିତରେ ହିଁ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ। 

ଅଧିକ ପଢ଼ନ୍ତୁ: ବିଜେପିରେ ସାମିଲ ହେଲେ ସୁନନ୍ଦା ଦାସ, ସମର୍ଥକଙ୍କ ସହ ଧରିଲେ ପଦ୍ମ

Bhubaneswar Metro Rail Project Metro Rail Prototype
Advertisment
Advertisment