Advertisment

Mo Bus Speed To Be Restricted: ସାବାଡ୍ ହେବେ ଅମାନିଆ 'ମୋ ବସ୍‌' ଡ୍ରାଇଭର; ଲାଗିବ ସ୍ପିଡ୍ ଗଭର୍ଣ୍ଣର

ପ୍ରତି 'ମୋ ବସ୍ 'ର ସ୍ପିଡ୍ ୪୦ରୁ କମ୍ ରହିବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Mo Bus Speed To Be Restricted

Mo Bus Speed To Be Restricted

ସାବାଡ୍ ହେବେ ଅମାନିଆ 'ମୋ ବସ୍ ' ଡ୍ରାଇଭର । 'ମୋ ବସ୍ 'ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି  ସୂଚନା ଦେଇଛନ୍ତି। ପ୍ରତି 'ମୋ ବସ୍ 'ର ସ୍ପିଡ୍ ୪୦ରୁ କମ୍ ରହିବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। 

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ 'ମୋ ବସ୍ ' ଦୁର୍ଘଟଣା ଘଟାଇବା ନେଇ ଜନଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି ।  ସେହିପରି ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ଅଧିକ ପଢ଼ନ୍ତୁ: Bhubaneswar Metro Rail Project: ୨୦୨୭ ସୁଦ୍ଧା ସରିବ ମେଟ୍ରୋ କାମ

Advertisment

ଭୁବନେଶ୍ବରରେ ୪ ଦିନ ତଳେ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀଙ୍କ ଉପରେ ମାଡି ଯାଇଥିଲା ମୋ ବସ୍ । ତେବେ ଦୁର୍ଘଟଣାରେ ଯୁବତୀଜଣଙ୍କର ହାତ କଟିଯାଇଥିଲା । ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ଯୁବତୀଙ୍କର ବାମ ହାତ ଛିଡିଯାଇଛି ।

ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ସମୟରେ ଯୁବତୀଜଣକ ସ୍କୁଟିରେ ଯାଉଥିଲେ । ତେବେ ମୋ ବସ୍ ପଛରୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଯୁବତୀଜଣକ ଛିଟିକି ହୋଇ ତଳେ ପଡିଯାଇଥିଲେ । ତେବେ ଯୁବତୀଜଣକ ତଳେ ପଡିଯିବା ପରେ ବସ୍ ଚାଳକ ତାଙ୍କ ହାତ ଉପରେ ମାଡି ନେଇଯାଇଥିଲେ । ଯାହାଫଳରେ ଯୁବତୀଙ୍କର ହାତ କଟିଯାଇଛି ।

ସେହିପରି ଗତ ୨୯ ଅକ୍ଟୋବରରେ ‘ମୋ ବସ୍‌’ ଚକା ତଳେ ଯାଇଥିଲା ଜଣେ ମହିଳା ଯାତ୍ରୀଙ୍କ ଜୀବନ। ସନ୍ଧ୍ୟାରେ କଟକର ନେତାଜୀ ବସ୍ ଟର୍ମିନାଲରେ ଘଟିଥିଲା ଏହି ଘଟଣା । ମୃତ ମହିଳାଙ୍କ ନାଁ ସରସ୍ୱତୀ ଗୋଛାୟତ। ମୃତ ମହିଳା ଗୋପାଳପୁର ସ୍ଥିତ ଜଣେ ସଂପର୍କୀୟଙ୍କ ଘରକୁ ଯିବା ପାଇଁ ସନ୍ଧ୍ୟାରେ ସିଡିଏରୁ ମୋ ବସ୍‌ରେ ଚଢ଼ିଥିଲେ। ସେମାନେ ନେତାଜୀ ବସ୍ ଟର୍ମିନାଲରେ ଓହ୍ଲାଇଥିଲେ। ତେବେ ସେମାନେ ବସ୍‌ରୁ ଓହ୍ଲାଉଥିବା ବେଳେ ହଠାତ ତାହା ଗଡ଼ିବାକୁ ଆରମ୍ଭ କରିଥିଲା। ଫଳରେ ତାଙ୍କ ମହିଳା ଜଣକ ବସ୍‌ରୁ ଖସିପଡ଼ିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ପାଟି କରିଥିଲେ। କିନ୍ତୁ ଦେଖୁ ଦେଖୁ ବସ୍‌ଟି ତାଙ୍କ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଅଧିକ ପଢ଼ନ୍ତୁ: Balijatra 2024: କେଉଁଠି ହେବ ଐତିହାସିକ ବାଲିଯାତ୍ରା ?

Odisha Mo Bus
Advertisment
Advertisment