ନିଜେ ଝୁଣି ମାରି ଖାଇଲା । ଶେଷରେ ନିଜେ ମଧ୍ୟ ମଲା । ଉତ୍ତ୍ୟକ୍ତ ଗାଁ ଲୋକଙ୍କ ବର୍ବର କାଣ୍ତ । ୧୦ ବର୍ଷ ବୟସର ବାଘକୁ ପିଟିପିଟି ଅତ୍ୟନ୍ତ ଭୟଙ୍କର ଭାବରେ ମାରି ଦେଲେ ଗାଁ ଲୋକ । ଗତ ଶନିବାର ଦିନ ସେହି ଗାଁର ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଝୁଣି ମାରି ଦେଇଥିଲା ବାଘ । ଯାହାଫଳରେ ଏମିତି ଜଘନ୍ୟ କାଣ୍ତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ରଥାମ୍ଭର ଜାତୀୟ ଉଦ୍ୟାନ(RNP) ନିକଟରେ ।
ବାଘଟି ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମାରିବା ପରେ ରକ୍ତମୁଖା ହୋଇ ଯାଇଥିଲେ ଗାଁ ଲୋକ । ପରେ ବାଘକୁ ଖୋଜା ଖୋଜି କରିବା ସହ ପଥର ଓ କୁରାଢ଼ୀ ଦ୍ୱାରା ଆକ୍ରମଣ କରି ତାକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ତେବେ ସେମାନେ ବାଘଟିକୁ ଶନିବାର କି ରବିବାର ମାରିଛନ୍ତି, ସେକଥା ସ୍ପଷ୍ଟ ହୋଇନି। ଜଙ୍ଗଲ ବିଭାଗ ଏଯାଏଁ ବାଘର ମୃତ୍ୟୁ ସମ୍ପର୍କରେ କୌଣସି ପ୍ରକାର ବିବୃତ୍ତି ଜାରି କରିନାହିଁ ।
Also Read
ଅଧିକ ପଢ଼ନ୍ତୁ: Leopard Attack In Madhya Pradesh: ବାଘ ସହ ଖେଳିବା ପଡ଼ିଲା ମହଙ୍ଗା; ମାଡ଼ି ଆସିଲା, ରକ୍ତାକ୍ତ କଲା...
ତେବେ ସବୁଠୁ ବଡ଼ କଥା ହେଉଛି ବାଘର ଗତିପଥ ଉପରେ ନଜର ରଖୁନଥିଲା କି ବନ ବିଭାଗ ? ଯଦି ନଜର ଥିଲା ଏତେ ବଡ଼ କଥା କେମିତି ଜାଣି ପାରିଲା ନାହିଁ ବନ ବିଭାଗ ? ଆଉ ଏପର୍ଯ୍ୟନ୍ତୁ କାହିଁକି ଚୁପ୍ ରହିଛି ବନ ବିଭାଗ ? ବନ ବିଭାଗ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅନ୍ୟପଟେ ଜଣେ ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ସ୍ଥାନୀୟ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କ କହିବା କଥା ଯେ ଗୋଟିଏ ବର୍ଷ ହେଲାଣି ରଥାମ୍ଭରରେ ବାଘ ଉପରେ ନଜର ରଖାଯାଉ ନାହିଁ। ସେମାନଙ୍କ ଗତପଥକୁ କେହି ବି ତଦାରଖ କରୁ ନାହାନ୍ତି। ଲୋକମାନେ କେତେ ବେଳେ ବାଘ ବୁଲାବୁଲି କରୁଥିବା ଅଞ୍ଚଳରେ ପ୍ରବେଶ କରି ଯାଉଛନ୍ତି ତ ଆଉ କେତେବେଳେ ବାଘ ଜନବସତି ଆଡ଼େ ଚାଲି ଯାଉଛି। ଏଥିଯୋଗୁ ଏତେ ବଡ଼ ଘଟଣା ଘଟିଥିବା ସେ କହିଛନ୍ତି ।
ବାଘଟି ଗାଁର ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ମାରି ଦେବା ପରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତେବେ ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ୨୨ ଘଣ୍ଟା ଧରି ଜାରି ରହିଥିବା ବିକ୍ଷୋଭ ପ୍ରତ୍ୟାହୃତ ହୋଇଥିଲା । ଏସବୁ ଭିତରେ ଆଉ କିଛି ଗାଁ ଲୋକ ବାଘଟିକୁ ଖୋଜିବା ସହ ତାକୁ ଠାବ କରିବା ପରେ ହତ୍ୟା କରିଥିବା ଜଣାପଡ଼ିଛି ।