/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730885252.jpg)
PM Modi Congratulates Trump
ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହେଲେ ଡୋନାଲ୍ଡ ଟ୍ରମ୍ପ । କମଳା ହାରିସଙ୍କୁ ହରାଇ ଜିତିଲେ ଡୋନାଲ୍ଡ ଟ୍ରମ୍ପ। ବନ୍ଧୁ ସମ୍ବୋଧନ କରି ଟ୍ରମ୍ପଙ୍କୁ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଭାରତ-ଆମେରିକା ସଂପର୍କ ଆହୁରି ସୁଦୃଢ଼ ହେବ । ବିଶ୍ବରେ ଶାନ୍ତି, ସ୍ଥିରତା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ମିଶି କାମ କରିବା ବୋଲି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: US Election Results 2024: ଜିତିଲେ Donald Trump, ଭାରତୀୟ ସେୟାର ବଜାରରେ କ’ଣ ରହିବ ଏହାର ପ୍ରଭାବ ?
ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବେ । ଡୋନାଲ୍ଡ ଟ୍ରମ୍ପଙ୍କୁ ୨୬୭ ଇଲେକ୍ଟୋରାଲ୍ ଭୋଟ୍ ମିଳିଥିବାବେଲେ କମଳା ହ୍ୟାରିସଙ୍କୁ ୨୧୪ ଭୋଟ୍ ମିଳିଛି । ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିଜୟୀ ଭାଷଣରେ ଆମେରିକାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେରିକାବାସୀ ମୋତେ ବିଶ୍ବାସକୁ ନେଇଥିବାରୁ ଧନ୍ୟବାଦ ବୋଲି କହିଛନ୍ତି ଟ୍ରମ୍ପ। ଜବରଦସ୍ତ ବିଜୟ ଦେଇଥିବାରୁ ଆମେରିକାବାସୀଙ୍କ ପ୍ରତି କୃତଜ୍ଞ ବୋଲି ଟ୍ରମ୍ପ କହିଛନ୍ତି।
ତେବେ ଟ୍ରମ୍ପ ବିଜୟୀ ହେବା ପରେ ଗ୍ଲୋବାଲ୍ ଅର୍ଡର ସମୀକରଣ ବଦଳିବା ସମ୍ଭାବନା ରହିଛି । କାରଣ ଆମେରିକାରେ ଯେତେବେଳେ ଯାହା ନିଷ୍ପତ୍ତି ଆସିଛି ତାର ପ୍ରଭାବ ସାରା ବିଶ୍ୱ ଉପରେ ଦେଖିବାକୁ ମିଳିଛି । ତେବେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଅର୍ଥ ବ୍ୟବସ୍ଥା, ଦର ବୃଦ୍ଧି, ନିଯୁକ୍ତି, ପ୍ରବାସୀଙ୍କୁ ଅଧିକାର ଓ ମହିଳାଙ୍କୁ ଗର୍ଭପାତ ଅଧିକାର ମୁଦ୍ଦା ରହିଥିଲା ।
ଏପରି ସ୍ଥଳେ ଟ୍ରମ୍ପଙ୍କ ମୁଦ୍ଦା ରହିଥିଲା, ମେକ୍ ଆମେରିକା ଗ୍ରେଟ୍ ଆମେରିକାର ନାରା । ଦର ବୃଦ୍ଧି, ଅର୍ଥ ବ୍ୟବସ୍ଥା, ନିଯୁକ୍ତି ଭଳି ପ୍ରସଙ୍ଗକୁ ଲଗାତାର ଉଠାଇଥିଲେ ସେ । ଅର୍ଥ ବ୍ୟବସ୍ଥାକୁ ନେଇ ଟ୍ରମ୍ପଙ୍କ ଉପରେ ଲୋକଙ୍କ ଅଧିକ ଭରସା ରହିଛି । ତେବେ ଟ୍ରମ୍ପଙ୍କ ପ୍ରବାସୀ ନୀତି ଯୋଗୁ ପ୍ରବାସୀ ଭାରତୀୟଙ୍କ ପ୍ରତି ବିପଦ ଆଶଙ୍କା ରହିଛି । ଯୁଦ୍ଧ ରୋକିବା ଓ ଶାନ୍ତି ରକ୍ଷା ନେଇ ପ୍ରତିଶ୍ରୁତି ଦେବା ସହ ଏଥର ନିଜ ଛବି ବଦଳାଇବାକୁ ଭରପୁର ପ୍ରୟାସ କରିଛନ୍ତି ଟ୍ରମ୍ପ । ତୃଣମୂଳସ୍ତରରେ ନେତା ଭାବରେ ନିଜକୁ ଉପସ୍ଥାପିତ କରିଛନ୍ତି । କେତେବେଳେ ରାସ୍ତାରେ ଆବର୍ଜନା ଟ୍ରକ ଚଳାଉଥିବା ଦେଖିବାକୁ ମିଳିଥିବା ବେଳେ କେତେବେଳେ ମ୍ୟାକ ଡୋନାଲ୍ସ ଯାଇ ଲୋକଙ୍କୁ ସର୍ଭ କରିଥିଲେ ଡୋନାଲ୍ଡ ଟ୍ରମ୍ପ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)