/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730907052.jpg)
Indian Railways
ରେକର୍ଡ କଲା ଭାରତୀୟ ରେଳ । ୪ ନଭେମ୍ବରରେ ୩ କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳ ଦ୍ୱାରା ଯାତ୍ରା କରିଛନ୍ତି । ଯାହା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଜନସଂଖ୍ୟା ସହିତ ସମାନ । ଏଭଳି ବିରଳ ରେକର୍ଡ ସୃଷ୍ଟି କରି ପାରିଛି ଭାରତୀୟ ରେଳ ବିଭାଗ । ପର୍ବପର୍ବାଣି ପାଇଁ ଭାରତୀୟ ରେଳ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ବ୍ୟବସ୍ଥାର ପୁରା ସୁଯୋଗ ନେଇଛନ୍ତି ଯାତ୍ରୀ ବୋଲି କୁହାଯାଉଛି ।
୪ ନଭେମ୍ବରରେ ରେଳପଥ ଦେଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ମଧ୍ୟରୁ ୧୯.୪୩ ଲକ୍ଷ ଯାତ୍ରୀ ସଂରକ୍ଷିତ ବର୍ଗରେ ଯାତ୍ରା କରିଥିବାବେଳେ ୧ କୋଟି ୨୯ ହଜାର ଯାତ୍ରୀ ଅଣ-ସଂରକ୍ଷିତ ବର୍ଗରେ ଯାତ୍ରା କରିଥିଲେ । ଯେତେବେଳେ କି ଏହି ଦିନ ସମୁଦାୟ ୧ କୋଟି ୮୦ ଲକ୍ଷ ଲୋକ ରେଳପଥରେ ଯାତ୍ରା କରିଥିଲେ । ଭାରତୀୟ ରେଳ ଦ୍ୱାରା ପ୍ରସ୍ତୁତ ବ୍ୟାପକ ବ୍ୟବସ୍ଥା ଓ ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟକ୍ରମ ପାଇଁ ଏହି ସଫଳତା ହାସଲ କରିବାରେ ସହାୟକ ହୋଇଛି ।
ସୂଚନାଯୋଗ୍ୟ ଯେ ୨୦୨୪ ମସିହାରେ ଭାରତୀୟ ରେଳ ବିଭାଗ ୭୭୦୦ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ଯୋଜନା କରିଛି । ଗତ ବର୍ଷ ଭାରତୀୟ ରେଳ ବିଭାଗ ଦ୍ୱାରା ୪୪୨୯ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିଥିଲା । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭାରତୀୟ ରେଳ ବିଭାଗ ୭୩ ପ୍ରତିଶତ ଅଧିକ ସ୍ୱତନ୍ତ୍ର ଟ୍ରେନ୍ ଯୋଜନା କରିଛି । ଯାହା ପର୍ବ ସିଜିନ୍ରେ ଏକ କୋଟିରୁ ଅଧିକ ଯାତ୍ରୀଙ୍କୁ ଉପକୃତ କରିବାର ସମ୍ଭାବନା ରହିଛି ।
ଅଧିକ ପଢ଼ନ୍ତୁ: ସାବାଡ୍ ହେବେ ଅମାନିଆ 'ମୋ ବସ୍' ଡ୍ରାଇଭର; ଲାଗିବ ସ୍ପିଡ୍ ଗଭର୍ଣ୍ଣର
ଚଳିତ ବର୍ଷ ୧ ଅକ୍ଟୋବରରୁ ନଭେମ୍ବର ୫ ମଧ୍ୟରେ ବହୁ ସଂଖ୍ୟକ ଯାତ୍ରୀ ରେଳ ଷ୍ଟେସନକୁ ନିଜ ଯାତ୍ରା ପାଇଁ ଆସିଥିଲେ ଏବଂ ପ୍ରତ୍ୟେକ ଷ୍ଟେସନରେ ହୋଲଡିଂ ସ୍ଥାନ, ଅତିରିକ୍ତ ଟିକେଟ୍ ବ୍ୟବସ୍ଥା, ଯାତ୍ରୀମାନଙ୍କୁ ବୋର୍ଡିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଉନ୍ନତ ମାନର ଯାତ୍ରା ସୁବିଧା, ରେଳ ବିଭାଗ ଯୋଗାଇ ଦେଇଥିଲା । ଯାହାଫଳରେ ଅଧିକ ଯାତ୍ରୀଙ୍କୁ ସ୍ଥାନିତ କରିବାରେ ସଫଳ ହୋଇଛି । ୧ ଅକ୍ଟୋବରରୁ ନଭେମ୍ବର ୫ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରୁ 7.50 କୋଟିରୁ ଅଧିକ ଯାତ୍ରୀ ଏହି ଉତ୍ସବ ପାଳନ କରିବାକୁ ବିହାର, ପୂର୍ବ ଉତ୍ତରପ୍ରଦେଶ ଏବଂ ଝାଡଖଣ୍ଡର ନିଜ ଗାଁ ଓ ସହରକୁ ଯାଇଥିଲେ।
ଛଟ୍ ପର୍ବ ପରେ ବିହାର ଓ ପୂର୍ବ ଉତ୍ତରପ୍ରଦେଶରୁ ଅନ୍ୟ ସହରକୁ ଫେରୁଥିବା ଲୋକଙ୍କ ପାଇଁ ଭାରତୀୟ ରେଳ ବିଭାଗ ମଧ୍ୟ ବିଶେଷ ବ୍ୟବସ୍ଥା କରିଛି । ଭାରତୀୟ ରେଳବାଇ ୮ ନଭେମ୍ବରରେ 164ଟି ସ୍ୱତନ୍ତ୍ର ଟ୍ରେନ୍, 9 ନଭେମ୍ବରରେ 160ଟି ସ୍ୱତନ୍ତ୍ର ଟ୍ରେନ୍, 10 ନଭେମ୍ବରରେ 161ଟି ଟ୍ରେନ୍ ଏବଂ 11 ନଭେମ୍ବରରେ 155ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ବ୍ୟବସ୍ଥା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)