Advertisment

Supreme Court On LMV Licence: ଡିଏଲ୍ ନିୟମରେ ବଡ଼ ପରିବର୍ତ୍ତନ; ଲାଇଟ୍ ଲାଇସେନ୍ସରେ ଚଳାଇ ହେବ ଭାରୀ ଯାନ

ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ। ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ।

author-image
Sujit kumar Swain
ଅଦ୍ୟତନ ହୋଇଛି
LMV licence holders can drive transport vehicles

LMV licence holders can drive transport vehicles

ଡ୍ରାଇଭିଂ ଲାଇସେନ୍ସ ନିୟମରେ ବଡ଼ ପରିବର୍ତ୍ତନ। ଏଣିକି ଲାଇଟ୍ ମୋଟର ଭେହିକିଲ ଲାଇସେନ୍ସ ବା ହାଲୁକା ଯାନ ପାଇଁ ଲାଇସେନ୍ ପାଇଥିବା ଗାଡ଼ି ଚାଳକ ଭାରୀ ଯାନ ବି ଚଳାଇପାରିବେ। ଏଥିପାଇଁ ଆଉ ଅଲଗା ଅଥରାଇଜେସନର ଆବଶ୍ୟକତା ନାହିଁ। ସୁପ୍ରିମକୋର୍ଟ ଆଜି ଏଭଳି ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ସୁପ୍ରମକୋର୍ଟର ଏକ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଲାଇଟ୍ ଲାଇସେନ୍ସ ପାଇଥିବା ଡ୍ରାଇଭର ୭ ହଜାର ୫ଶହ କିଲୋ ଓଜନ ପର୍ଯ୍ୟନ୍ତ ଭାରିଯାନ ଚଳାଇବାକୁ ଆଉ ଅଲଗା ଲାଇସେନର ଆବଶ୍ୟକତା ପଡ଼ିବନି। ଅର୍ଥାତ ୭ ହଜାର ୫ ଶହ କିଲୋ ପର୍ଯ୍ୟନ୍ତ ଓଜନ ପର୍ଯ୍ୟନ୍ତ ଭାରୀ ଯାନକୁ ଚଳାଇପାରିବେ ଲାଇସେନ୍ ହୋଲଡର।

ସହଜରେ କେମିତି ପାଇବେ ଡ୍ରାଇଭିଂ ଲାଇସେନ୍ସ ? ଜାଣନ୍ତୁ...

ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଭିଡ଼ରେ ଲମ୍ବା ଲାଇନ ଲଗାଇ ଦେବାକୁ ପଡ଼ିବନି ଡ୍ରାଇଭିଂ ପରୀକ୍ଷା । ଏହି ପ୍ରକ୍ରିୟା ପୂର୍ବଠାରୁ ଅଧିକ ସରଳ ହୋଇଛି । କାରଣ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ ଲାଇସେନ୍ସ ପାଇଁ  ୧ ଜୁନରୁ ଲାଗୁ କରିଥିଲା ନୂଆ ନିୟମ। କାରଣ ସାଧାରଣ ଲୋକଙ୍କ ପାଇଁ ପୂର୍ବରୁ ରହିଥିବା ଡ୍ରାଇଭିଂ ଲାଇସେନ୍ସ ପ୍ରକ୍ରିୟାର ଜଟିଳତା ହ୍ରାସ କରିବା ସହିତ ଏଥିରେ ହେଉଥିବା ଭ୍ରଷ୍ଟାଚାରକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ନୂଆ ନିୟମ ଲାଗୁ ହେଲା ପରେ ଆପଣ କେମିତି ଡ୍ରାଇଭିଂ ଲାଇସେନ୍ସ ପାଇପାରିବେ ସେହି ପ୍ରକ୍ରିୟା ବିଷୟରେ ଜାଣନ୍ତୁ…

Advertisment
  • ପ୍ରଥମେ ଆପଣ ପରିବହନ ବିଭାଗ ୱେବସାଇଟ୍‌‌ https://parivahan.gov.inରେ ଲଗ୍‌‌ ଇନ୍‌‌ କରିବାକୁ ପଡ଼ିବ  ।
  • ଆବେଦନକାରୀ ଅନଲାଇନ୍‌ରେ ଆବେଦନପତ୍ର ଜମା କରିପାରିବେ।
  • ଏହା ସହିତ ନିକଟସ୍ଥ ଆରଟିଓ କାର୍ଯ୍ୟାଳୟକୁ ଯାଇ ଅଫ୍‌‌ଲାଇନରେ ମଧ୍ୟ ଆଦେବନ କରିପାରିବେ।
  • ଆବେଦନକାରୀଙ୍କୁ ନିକଟସ୍ଥ ସେଣ୍ଟରରେ ପରୀକ୍ଷା ଦେବାର ଅପସନ୍‌‌ ରହିବ।
  • ପୂର୍ବରୁ ଆବେଦନକାରୀଙ୍କୁ ଆରଟିଓ କାର୍ଯ୍ୟାଳୟକୁ ପରୀକ୍ଷା ଦେବାକୁ ଯିବାକୁ ପଡୁଥିଲା, ଯେଉଁଥିରୁ ଏବେ ମୁକ୍ତି ମିଳିଛି। ନୂଆ ନିୟମ ଅନୁସାରେ ଏବେ ଘରୋଇ ସଂସ୍ଥାକୁ ଏହି ଦାୟିତ୍ୱ ଦିଆ ଯାଇଛି । ଆବେଦନକାରୀ ଏହି ସଂସ୍ଥାଗୁଡ଼ିକର ସେଣ୍ଟରକୁ ଯାଇ ଲାଇସେନ୍ସ ହାସଲ କରିପାରିବେ। ଏହି ସଂସ୍ଥା ଡ୍ରାଇଭିଂ ପରୀକ୍ଷା କରାଇ ପ୍ରମାଣ ପତ୍ର ପ୍ରଦାନ କରିବେ ।
India News Supreme Court Driving License LMV Licence
Advertisment
Advertisment