ନାରାୟଣ ଲୁହା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ଆଶାୟୀ ଥିଲେ। ତେବେ ବିଜେଡି ପୁଣି ଥରେ ଏଠାରୁ ବିଧାୟକ ପଦ୍ମନାଭ ବେହେରାଙ୍କୁ ପ୍ରାର୍ଥୀ କଲା ପରେ ଅସନ୍ତୋଷ ଦେଖାଦେଇଛି।
ଷ୍ଟେସନ ଦାୟିତ୍ୱରେ ଥିବା ଆବେଦନପତ୍ରରେ କୁହାଯାଇଛି ଯେ ମାଲକାନାରେ ରଖାଯାଇଥିବା ଏହି ୧୯କେଜି ଭାଙ୍ଗ ଓ ଗଂଜେଇକୁ ମୂଷା ଖାଇ ନଷ୍ଟ କରିଦେଇଛି। ତେଣୁ ସେ ସବୁ କୋର୍ଟରେ ଉପସ୍ଥାପନ କରାଯାଇପାରିବ ନାହିଁ।
ଜୟଶ୍ରୀ ଓ ତାଙ୍କ ୩ସାଙ୍ଗ ରଞ୍ଜିତଙ୍କୁ ହଠାତ ଆକ୍ରମଣ କରିଥିଲେ। ପ୍ରବଳ ପାଟିତୁଣ୍ଡ ହେବାପରେ ଜୟଶ୍ରୀ ରଞ୍ଜିତଙ୍କୁ ବାରମ୍ୱାର ଛୁରି ଭୁସିଥିଲେ। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।
ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି।
ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ। ସକାଳୁ ହେଉ ଅବା ରାତି, ବସାଇ ଶୁଆଇ ଦେଉନାହାନ୍ତି ମଶା। ପୁରୀର କଳିକନ୍ଦି କେଉଁଠି ବି ମଶାଠୁ ନିସ୍ତାର ନାହିଁ । ନଳା ମାନଙ୍କରେ ପାଣି ଜମା ରହୁଥିବାରୁ ମଶା ବଂଶ ବଢିଚାଲିଛି ।
ଏଯାଏଁ ନୀଳଗିରି ବିଧାନସଭା ଆସନ ପାଇଁ ବିଜେଡି ବିଧାୟକ ପ୍ରାର୍ଥୀ ଘୋଷଣା କରିନଥିବା ବେଳେ, ସନ୍ତୋଷ ଖଟୁଆ ଟିକେଟ୍ ପାଇଁ ଅନ୍ୟତମ ବଡ଼ ଦାବିଦାର୍ ବୋଲି କୁହାଯାଉଛି ।
୧୭୮୩ରୁ ଏହା ଓମାନର ସୁଲତାନଙ୍କ ଅଧୀନରେ ଥିଲା। ତେବେ ଭାରତ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ନେଇ ୨୦୧୬ରେ ଅବସରପ୍ରାପ୍ତ ବ୍ରିଗେଡିୟର୍ ଗୁରୁମିତ କାନୱାଲ ଏକ ପ୍ରବନ୍ଧ ଲେଖିଥିଲେ। ଯେଉଁଥିରେ ସେ କହିଛନ୍ତି ଯେ, ଭାରତର ଏହି ଐତିହାସିକ ଭୁଲ ନେଇ କେହି ଆଲୋଚନା କରୁନାହାନ୍ତି।
୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସଂଯୁକ୍ତ ରାଷ୍ଟ୍ରର ଏକ ସ୍ବାସ୍ଥ୍ୟ ସଂଗଠନ, ଯାହାକି ବିଶ୍ବ ସ୍ତରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରକାର ନୂତନ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରିଥାଏ।
ଭୋର୍ ପ୍ରାୟ ୪ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ବସଟି ୩୬ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଗୋକାରନା ଅଭିମୁଖେ ଯାତ୍ରା କରୁଥିଲା। ବସର ବେଗ ଅଧିକ ଥିଲା।
ଏହି ବିଷୟରେ ଘରେ କଣ କହିବେ ଭାବି ସେ ଭୟଭୀତ ହୋଇଯାଇଥିଲେ। ଘରଲୋକ ଗାଳି ଦେବା ଭୟରେ ସେ କୀଟନାଶକ ପିଇ ଦେଇଥିଲେ। ଏହି ଠକେଇ ବିଷୟରେ ସେ ନିଜ ବାପା-ମା’ଙ୍କୁ ଜଣାଇ ନଥିଲେ।
ଜାପାନରେ ସରନେମ୍ ବିଷୟରେ ଏକ ଭିନ୍ନ ନିୟମ ଅଛି। ଭାରତରେ, ବିବାହ ପରେ ପତ୍ନୀମାନେ ପ୍ରାୟତଃ ନିଜ ସ୍ୱାମୀଙ୍କ ସରନେମ୍ ବ୍ୟବହାର କରନ୍ତି। କିନ୍ତୁ ସେ ଏହା କରିବା ଜରୁରୀ ନୁହେଁ। କିନ୍ତୁ ଜାପାନରେ ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କୁ ସମାନ ସରନେମ୍ ରଖିବାକୁ ପଡିବ ।
ବସ୍ତା ପୋଲିସ ଓ ଜାତୀୟ ରାଜପଥ ପାଟ୍ରୋଲିଂ କର୍ମଚାରୀ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ହସପିଟାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।
କୂଳ ଖାଉଛି ବୈତରଣୀ । ନଦୀରେ ସୁରକ୍ଷା ବନ୍ଧର ନିର୍ମାଣ ନେଇ ନାଁ ଧରୁନି ପ୍ରଶାସନ । ଯାହାକୁ ନେଇ ତାତିଲେଣି ନଦୀ କୂଳିଆବାସୀ । ଆଉ କହିଲେଣି ନଦୀରେ ସୁରକ୍ଷା ବନ୍ଧ ନାହିଁ ତ ଭୋଟ୍ ନାହିଁ ।
ଦାମ୍ପତ୍ୟ ଜୀବନ ଆରମ୍ଭ କରିବା ପୂର୍ବରୁ ଠାକୁରଙ୍କ ପାଖରେ ଆଶୀର୍ବାଦ କାମନା କରୁଛନ୍ତି ଦମ୍ପତି । ହେ ଠାକୁର ଆମକୁ ସିନା ଦୃଷ୍ଟି ଶକ୍ତି ଦେଲନାହିଁ । କିନ୍ତୁ ସଂସାରର ଘନଘଟା ସହିବାର କ୍ଷମତା ଦିଅ ।
ଗାଁରେ ବସିଛି ମାଳମାଳ ୱାଟର ପୋଷ୍ଟ । କେଉଁଥିରେ ଟ୍ୟାପ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଆଉ ଏପଟେ ଦେଖନ୍ତୁ କେମିତି ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ ।
ପାଣି ଟୋପେ ପାଇଁ କେତେ ସଂଘର୍ଷ । ଜଣେ ଜଣେ କରି ଆସୁଛନ୍ତି ଆଉ କୁଣ୍ଡରୁ ପାଣି ନେଇଯାଉଛନ୍ତି । ସେ ପୁଣି ଗୋଳିଆ ପାଣି । ଏ ଦୃଶ୍ୟ ହେଉଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଳାହାଞ୍ଜର ଗାଁର ।
ସୌର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୬ ତାରିଖ ଶନିବାର। ଚନ୍ଦ୍ର- କୁମ୍ଭ ଅହୋରାତ୍ର। ତିଥି- ଦ୍ୱାଦଶୀ ଦିବା ୧୦.୧୯ ଗତେ ତ୍ରୟୋଦଶୀ। ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ର।ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର।
୫ ପୁଅ ଝିଅ ଥାଇ ବି ବୃଦ୍ଧ ବାପା ମାଆଙ୍କୁ ପଚାରୁନାହାନ୍ତି। ଖାଲି ସେତିକି ନୁହେଁ, ମାଡ଼ ମାରିବାକୁ ବି ପଛାଉ ନାହାନ୍ତି। ପୁଅ ମାଡ଼ ଭୟରେ ମେଡିକାଲରେ ଦିନ କାଟୁଛନ୍ତି ବୃଦ୍ଧ ବାପା ମାଆ।
ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ଆଡମିଟ କାର୍ଡ ନେଉଥିବା ବେଳେ ସ୍କୁଲର ଶିକ୍ଷକ ପିଲାଙ୍କୁ ଟଙ୍କା ମାଗିବା କଥା ଭିଡିଓରେ କଏଦ ହୋଇଥିବା କୁହାଯାଉଛି । ତେବେ ଟଙ୍କା କଣ ପାଇଁ ମଗା ଯାଇଛି ପିଲାମାନେ ଜାଣିନଥିବା ବେଳେ, ୧୦୦ ଟଙ୍କା ଦେଇ ସେମାନେ ଆଡମିଟ କାର୍ଡ ନେଇଥିବା...