Advertisment

ସିଗାରେଟ୍ ଟାଣୁଥିଲେ ମହିଳା...ଅନାଇବାରୁ ଯୁବକଙ୍କୁ ଛୁରିଭୁସି କଲେ ହତ୍ୟା

ଜୟଶ୍ରୀ ଓ ତାଙ୍କ ୩ସାଙ୍ଗ ରଞ୍ଜିତଙ୍କୁ ହଠାତ ଆକ୍ରମଣ କରିଥିଲେ। ପ୍ରବଳ ପାଟିତୁଣ୍ଡ ହେବାପରେ ଜୟଶ୍ରୀ ରଞ୍ଜିତଙ୍କୁ ବାରମ୍ୱାର ଛୁରି ଭୁସିଥିଲେ। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।

author-image
Sonali Ojha
ଅଦ୍ୟତନ ହୋଇଛି
stabbed

stabbed

ମହିଳାଙ୍କୁ ଅନାଇବାରୁ ଛୁରି ଭୁସି ଜୀବନ ନେଇଗଲେ । ନାଗପୁରର ଏହି ଘଟଣା ସାମନାକୁ ଆସିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି। ଜଣେ ୨୮ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗରେ ୨୪ବର୍ଷୀୟା ମହିଳାଙ୍କ ସହ ୨ସହଯୋଗୀଙ୍କୁ ଗିରଫ କରାଯାଇଛି। ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡିଛି। ଗତ ଶନିବାର ବିଳମ୍ୱିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି।

Advertisment

ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ହେଲେ ରଞ୍ଜିତ ରାଠୋଡ। ତାଙ୍କର ୪ଟି ଝିଅ ମଧ୍ୟ ଅଛନ୍ତି। ଶନିବାର ବିଳମ୍ୱିତ ରାତିରେ ରଞ୍ଜିତ ନାଗପୁରର ମନୱାଡା ସିମେଣ୍ଟ ରୋଡରେ ଥିବା ପାନ ଦୋକାନକୁ ସିଗାରେଟ୍ କିଣିବା ପାଇଁ ଯାଇଥିଲେ। ସେହି ସମୟରେ ସେଠାରେ ଅଭିଯୁକ୍ତ ମହିଳା ଜୟଶ୍ରୀ ପନ୍ଧାରେ ଥିଲେ। ରଞ୍ଜିତ ତାଙ୍କୁ ଖରାପ ନଜରେ ଅନାଇଥିବା ସେ ଅନୁଭବ କରିବା ପରେ ବିବାଦ ଆରମ୍ଭ ହୋଇଥିଲା।

ଜୟଶ୍ରୀ ରଞ୍ଜିତଙ୍କୁ କମେଣ୍ଟ କରିବା ସହ ତାଙ୍କ ଫୋନରେ ସିଗାରେଟ୍ ଧୂଆଁ ଛାଡି ଏକ ଭିଡିଓ ସୁଟ୍ କରିଥିଲେ। ଏଥିସହ ତାଙ୍କୁ ଖରାପ ଭାଷା ପ୍ରୟୋଗ ମଧ୍ୟ କରିଥିଲେ। ଭିଡିଓରେ ଉଭୟଙ୍କ ମଧ୍ୟରେ ଝଗଡା ଓ ପାଟିତୁଣ୍ଡ ହୋଇଥିବା ରେକର୍ଡ ହୋଇଛି। ସେହି ସମୟରେ ଜୟଶ୍ରୀଙ୍କ ସହ ତାଙ୍କ ସାଙ୍ଗ ସବିତା ମଧ୍ୟ ସେଠାରେ ରହିଥିଲେ।

Advertisment

ରଞ୍ଜିତ ଏହି ଯୁକ୍ତତର୍କ ପରେ ଜ୍ଞାନେଶ୍ୱର ନଗର ଘରକୁ ଯିବାପାଇଁ ବାହାରିଲେ। ଜୟଶ୍ରୀ ଏଥିରେ ଉତକ୍ଷିପ୍ତ ହୋଇ ୨ଜଣ ସାଙ୍ଗ ଆକାଶ ରାଉତ ଏବଂ ଜିତୁ ଯାଦବଙ୍କୁ ଡାକିଥିଲେ। ରଞ୍ଜିତ ଘରକୁ ଯିବା ବାଟରେ ଲକ୍ଷ୍ମୀନଗରରେ ଅଟକିଥିଲେ। ସେଠାରେ ଜୟଶ୍ରୀ ଓ ତାଙ୍କ ୩ସାଙ୍ଗ ରଞ୍ଜିତଙ୍କୁ ହଠାତ ଆକ୍ରମଣ କରିଥିଲେ। ପ୍ରବଳ ପାଟିତୁଣ୍ଡ ହେବାପରେ ଜୟଶ୍ରୀ ରଞ୍ଜିତଙ୍କୁ ବାରମ୍ୱାର ଛୁରି ଭୁସିଥିଲେ। ଏହି ସମୟର ଭିଡିଓ ସିସିଟିଭିରେ କଏଦ ହୋଇଥିଲା।

ହତ୍ୟା ପରେ ଚାରିଜଣ କଲମେଶ୍ୱରରେ ମୋହୋପାକୁ ଯିବା ପୂର୍ବରୁ ଦତୱାଡି ପଳାଇଥିଲେ। ବରିଷ୍ଠ ଇନ୍ସପେକ୍ଟର କୈଳାଶ ଦେଶମେନ କହିଛନ୍ତି ଯେ ଜୟଶ୍ରୀ, ସବିତା ଏବଂ ଆକାଶଙ୍କୁ ଖୋଜାଖୋଜି ପରେ ଗିରଫ କରାଯାଇଛି । ଏବେବି ଅନ୍ୟଜଣେ ଅଭିଯୁକ୍ତ ଜିତୁ ଫେରାର ଅଛି। ଘଟଣାର ତଦନ୍ତ ଚାଲିଛି। ରାଥୋଡଙ୍କ ଫୋନ ଏବଂ ସିସିଟିଭି ଫୁଟେଜକୁ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ବିବେଚନା କରାଯାଉଛି। ଦତୱାଡିରେ ଖୋଜାଖୋଜି ବେଳେ ପୋଲିସ ଜଣେ ଅଭିଯୁକ୍ତଙ୍କ ଫୋନରୁ ଡ୍ରଗ୍ସର ଫଟୋ ସମେତ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

Murder Stabbed
Advertisment
Advertisment