Advertisment

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ; ଚଳିତବର୍ଷର ଥିମ୍ 'ମୋ ସ୍ୱାସ୍ଥ୍ୟ, ମୋ ଅଧିକାର'

୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସଂଯୁକ୍ତ ରାଷ୍ଟ୍ରର ଏକ ସ୍ବାସ୍ଥ୍ୟ ସଂଗଠନ, ଯାହାକି ବିଶ୍ବ ସ୍ତରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରକାର ନୂତନ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରିଥାଏ।

author-image
Sonali Ojha
world health day

world health day

ଦେହ ଓ ମନ ଭଲ ନ ରହିଲେ, ମଣିଷ ଠିକ୍ ଭାବରେ ଜୀବନ ଧାରଣ କରିପାରିବ ନାହିଁ। ସ୍ବାସ୍ଥ୍ୟ ମଣିଷର ମୌଳିକ ଆବଶ୍ୟକତା ଓ ଅଧିକାର ମଧ୍ୟ। ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ଜଣେ ସୁସ୍ଥ ରହିବା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ଏପ୍ରିଲ୍ ୭ ତାରିଖକୁ ବିଶ୍ବ ସ୍ବାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ସମସ୍ୟା ସଂପର୍କରେ ସମସ୍ତଙ୍କ ଅବଗତି ଓ ସଚେତନ କରିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।ଚଳିତବର୍ଷର ଥିମ୍ ରହିଛି ‘ମୋ ସ୍ବାସ୍ଥ୍ୟ, ମୋ ଅଧିକାର’।

Advertisment

୧୯୪୮ ମସିହାରେ ଏହିଦିନ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା। ଏହା ହେଉଛି ସଂଯୁକ୍ତ ରାଷ୍ଟ୍ରର ଏକ ସ୍ବାସ୍ଥ୍ୟ ସଂଗଠନ, ଯାହାକି ବିଶ୍ବ ସ୍ତରରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେବା ସହ ବିଭିନ୍ନ ପ୍ରକାର ନୂତନ ଚିକିତ୍ସା ପ୍ରଣାଳୀକୁ ଅନୁମୋଦନ କରିଥାଏ। ତେଣୁ ଏହି ସଂସ୍ଥାର ପ୍ରତିଷ୍ଠା ହେବାର ଦୁଇବର୍ଷ ପରେ ପ୍ରଥମେ ବିଶ୍ବ ସ୍ବାସ୍ଥ୍ୟ ଦିବସ ୧୯୫୦ ମସିହା ଏପ୍ରିଲ୍‌ ୭ ତାରିଖରେ ପାଳନ କରାଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବାର୍ଷିକ ଉତ୍ସବ ଭାବେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଆସୁଛି।ସାରା ବିଶ୍ବରେ ଦେଖାଦେଇଥିବା ସ୍ବାସ୍ଥ୍ୟ ସମସ୍ୟା ଏବଂ ଏହାର ମୁକାବିଲାକୁ ନେଇ ଚଳିତ ବର୍ଷର ଥିମ୍ ପ୍ରସ୍ତୁତ କରାଯାଇଛି।

ସମସ୍ତଙ୍କୁ ସବୁ ସ୍ଥାନରେ ଜରୁରୀ ସ୍ବାସ୍ଥ୍ୟସେବା ଯୋଗାଇଦେବା, ସ୍ବାସ୍ଥ୍ୟ ସଂପର୍କିତ ଶିକ୍ଷା ପ୍ରଦାନ କରାଇବା ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜରୁରୀ ସୂଚନା ଦେବା ଲକ୍ଷ୍ୟରେ ଏହି ଥିମ୍ ରଖାଯାଇଛି। ସ୍ବଚ୍ଛ ପାଣି, ବିଶୁଦ୍ଧ ବାୟୁ, ଜରୁରୀ ପୋଷଣ, ରହିବା ଲାଗି ଭଲ ଘର, କାମ କରିବା ଲାଗି ସୁନ୍ଦର ପରିବେଶ ଏବଂ ପରିସ୍ଥିତି ସମସ୍ତଙ୍କ ଅଧିକାର । ଏହାକୁ ନଜରରେ ରଖି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଚଳିତ ବର୍ଷର ବିଶ୍ବ ସ୍ବାସ୍ଥ୍ୟ ଦିବସର ଥିମ୍ ରଖାଯାଇଛି।

Advertisment
World Health Day
Advertisment
Advertisment