Advertisment

୫୦୦ବର୍ଷରେ ଏହି ଦେଶରେ ସବୁ ଲୋକଙ୍କ ସାଙ୍ଗିଆ ହୋଇଯିବ ସମାନ...ରିସର୍ଚ୍ଚରେ ହେଲା ଖୁଲାସା

ଜାପାନରେ ସରନେମ୍ ବିଷୟରେ ଏକ ଭିନ୍ନ ନିୟମ ଅଛି। ଭାରତରେ, ବିବାହ ପରେ ପତ୍ନୀମାନେ ପ୍ରାୟତଃ ନିଜ ସ୍ୱାମୀଙ୍କ ସରନେମ୍ ବ୍ୟବହାର କରନ୍ତି। କିନ୍ତୁ ସେ ଏହା କରିବା ଜରୁରୀ ନୁହେଁ। କିନ୍ତୁ ଜାପାନରେ ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କୁ ସମାନ ସରନେମ୍ ରଖିବାକୁ ପଡିବ ।

author-image
Sonali Ojha
ଅଦ୍ୟତନ ହୋଇଛି
Japan Surname Law

Japan Surname Law

ଆମ ନାଁ ସହ ଯୋଡିହୋଇ ରହିଛି ସାଙ୍ଗିଆ ବା ସରନେମ୍। ଆମ ଦେଶର ବିଭିନ୍ନ ସ୍ଥାନରେ ଏହି ସରନେମ୍ କୁ ନେଇ ଦୋକାନ ମଧ୍ୟ ରହିଛି। ସେମାନେ ଏଥିରେ ପ୍ରସିଦ୍ଧି ଲାଭ ବି କରିଛନ୍ତି। ଦେଶର ନାମୀଦମୀ ମିଠା ଦୋକାନର ନାଁ ବି ଏହି ସରନେମ୍ ରେ ଦିଆଯାଇଛି। ଅଗ୍ରୱାଲ ସୁଇଟ୍ସ,, ଗୁପ୍ତା ସୁଇଟ୍ସ , ଗାଙ୍ଗୁରାମ ଆଦି ମିଠା ଦୋକାନର ସବୁଠାରୁ ସାଧାରଣ ନାମ। ଏହାକୁ ନେଇ ଲୋକମାନେ ନିଜ ଘର ଠିକଣା ବି ଅନ୍ୟମାନଙ୍କୁ କହିଥାଆନ୍ତି। ମାତ୍ର ଯଦି ସବୁ ମିଠା ଦୋକାନର ନାଁ ସମାନ ହୋଇଯାଏ ତେବେ କଣ ହେବ ଭାବିଲେ...

Advertisment

ବିଭିନ୍ନ ଲୋକଙ୍କ ଭିନ୍ନ ସରନେମ୍ ଅଛି, ଯାହା ସେମାନଙ୍କର ପରିଚୟ। କିନ୍ତୁ ନିକଟରେ ଜାପାନରେ ଏକ ଗବେଷଣା କରାଯାଇଛି। ଯେଉଁଥିରେ କୁହାଯାଇଛି ଯେ ଆସନ୍ତା ୫୦୦ବର୍ଷ ମଧ୍ୟରେ ଜାପାନର ସମସ୍ତ ଲୋକଙ୍କର ସମାନ ସରନେମ୍ ହୋଇଯିବ। ନିକଟରେ ତୋହାକୁ ବିଶ୍ୱବିଦ୍ୟାଳୟ ସରନେମ୍ ଉପରେ ଗବେଷଣା କରିଥିରି ଏକ ଆଶ୍ଚର୍ଯ୍ୟଜନକ ତଥ୍ଯ ପ୍ରକାଶ କରିଥିଲା।

ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ହିରୋସି ୟୋଶିଦାଙ୍କ ଅନୁସନ୍ଧାନ ଅନୁଯାୟୀ, ଆସନ୍ତା ପାଞ୍ଚ ଶହ ବର୍ଷ ମଧ୍ୟରେ ଅର୍ଥାତ୍ ୨୫୩୧ମସିହାରେ ଜାପାନର ସମସ୍ତ ଲୋକଙ୍କ ନାମ ସାଟୋ ହୋଇଯିବ।ବର୍ତ୍ତମାନ, ଜାପାନରେ ସାଟୋ ସର୍ବାଧିକ ବ୍ୟବହୃତ ସରନେମ୍ ଅଟେ । ଜାପାନର ମୋଟ ଜନସଂଖ୍ୟା ୧୨୫ ନିୟୁତ। ସେଥିମଧ୍ୟରୁ ପ୍ରାୟ ୧୮ ଲକ୍ଷ ଲୋକ ସାଟୋ ସରନେମ୍ ବ୍ୟବହାର କରନ୍ତି ।

Advertisment

ଜାପାନରେ ସରନେମ୍ ବିଷୟରେ ଏକ ଭିନ୍ନ ନିୟମ ଅଛି। ଭାରତରେ, ବିବାହ ପରେ ପତ୍ନୀମାନେ ପ୍ରାୟତଃ ନିଜ ସ୍ୱାମୀଙ୍କ ସରନେମ୍ ବ୍ୟବହାର କରନ୍ତି। କିନ୍ତୁ ସେ ଏହା କରିବା ଜରୁରୀ ନୁହେଁ। କିନ୍ତୁ ଜାପାନରେ ବିବାହ ପରେ ସ୍ୱାମୀ-ସ୍ତ୍ରୀଙ୍କୁ ସମାନ ସରନେମ୍ ରଖିବାକୁ ପଡିବ । ଏହା ହେଉଛି ଜାପାନର ନିୟମ। କିନ୍ତୁ ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ପରସ୍ପରର ସରନେମ୍ ଗ୍ରହଣ କରିପାରିବା ନେଇ ନିୟମ ରହିଛି । ପରିସଂଖ୍ୟାନ ଅନୁଯାୟୀ, ପତ୍ନୀମାନେ ହିଁ ନିଜ ସ୍ୱାମୀଙ୍କ ସରନେମ୍ ଗ୍ରହଣ କରନ୍ତି। ଏହି ନିୟମ ଜାପାନରେ ଶତାବ୍ଦୀ ପୁରୁଣା । କିନ୍ତୁ ବର୍ତ୍ତମାନ ଏହାକୁ ବିରୋଧ କରାଯାଉଛି।

Surname
Advertisment
Advertisment