Advertisment

ନିଶାରେ ଚୁର ମୂଷା...ଖାଇଦେଲା ୧୯କେଜି ଗଞ୍ଜେଇ-ଭାଙ୍ଗ !

ଷ୍ଟେସନ ଦାୟିତ୍ୱରେ ଥିବା ଆବେଦନପତ୍ରରେ କୁହାଯାଇଛି ଯେ ମାଲକାନାରେ ରଖାଯାଇଥିବା ଏହି ୧୯କେଜି ଭାଙ୍ଗ ଓ ଗଂଜେଇକୁ ମୂଷା ଖାଇ ନଷ୍ଟ କରିଦେଇଛି। ତେଣୁ ସେ ସବୁ କୋର୍ଟରେ ଉପସ୍ଥାପନ କରାଯାଇପାରିବ ନାହିଁ।

author-image
Sonali Ojha
ଅଦ୍ୟତନ ହୋଇଛି
rats ate confiscated marijuana and bhang

rats ate confiscated marijuana and bhang

ଆମେ ନିଶା ଖାଉଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିଛୁ। ଅନେକ ଲୋକ ମଦ୍ୟପାନ କରିବା ସହ କିଛି ଲୋକ ଗଞ୍ଜେଇ ଓ ଭାଙ୍ଗ ଖାଇଥାଆନ୍ତି। ଏଥିସହ ସେମାନେ ଅଭ୍ୟସ୍ତ। ମାତ୍ର ଏବେ କେବଳ ନିଶାଡି ନୁହେଁ ବରଂ ମୂଷାମାନେ ମଧ୍ୟ ଏହାକୁ ଖାଇବା ଆରମ୍ଭ କରିଛନ୍ତି। ଏହା ଶୁଣିବାକୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥାଇ ପାରେ। ମାତ୍ର ଝାଡଖଣ୍ଡର ଧାନବାଦର ରାଜଗଞ୍ଜ ପୋଲିସ ଏନେଇ କୋର୍ଟରେ ସୂଚନା ଦେଇଛି। ମୂଷା ୧୯କେଜିର ଭାଙ୍ଗ ଓ ଗଞ୍ଜେଇ ଖାଇଥିବା ପୋଲିସ କହିଛି। ପୋଲିସର ବିବୃତ୍ତି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ବାସ୍ତବରେ, ଛଅ ବର୍ଷ ପୂର୍ବେ ଅର୍ଥାତ ୨୦୧୮ ଡିସେମ୍ବର ୧୪ରେ ୧୯କେଜି ଭାଙ୍ଗ ଓ ଗଞ୍ଜେଇ ଜବତ କରିବା ସହ ବାପ-ପୁଅଙ୍କୁ ଗିରଫ କରିଥିଲା ରାଜଗଞ୍ଜ ପୋଲିସ। ଏହି ମାମଲାରେ ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଶନିବାର ଏହି ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ଜୟପ୍ରକାଶ ପ୍ରସାଦ ଧାନବାଦର ମୁଖ୍ୟ ଜିଲ୍ଲା ତଥା ସେସନ୍ସ ଜଜ୍ ରାମ ଶର୍ମାଙ୍କ କୋର୍ଟରେ କହିଥିଲେ ଯେ ଗଞ୍ଜେଇ ଓ ଭାଙ୍ଗକୁ ମୂଷା ଖାଇଦେଇଛି।

ସାକ୍ଷ୍ୟ ପାଇଁ ଏହି ମାମଲା କୋର୍ଟରେ ଚାଲିଥିଲା। ଏହାପୂର୍ବରୁ ଜବତ ଗଞ୍ଜେଇ ଓ ଭାଙ୍ଗ ଆଣିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ତେବେ ମାମଲାର ତଦନ୍ତ କରୁଥିବା ଅଫିସର ଜୟପ୍ରକାଶ ପ୍ରସାଦ ଶନିବାର ସାକ୍ଷ୍ୟ ଗ୍ରହଣ ପାଇଁ ହାଜର ହୋଇଥିଲେ ମଧ୍ୟ ଜବତ ଭାଙ୍ଗ ଓ ଗଞ୍ଜେଇକୁ କୋର୍ଟରେ ଦେଖାଇ ପାରିନଥିଲେ।

Advertisment

ଷ୍ଟେସନ ଦାୟିତ୍ୱରେ ଥିବା ଆବେଦନ ସମ୍ପର୍କରେ କୋର୍ଟରେ ସୂଚନା ଦେଇ ପବ୍ଲିକ ପ୍ରସିକ୍ୟୁଟର ଆୱାଦେଶ କୁମାର କହିଛନ୍ତି ଯେ ଷ୍ଟେସନ ଦାୟିତ୍ୱରେ ଥିବା ଆବେଦନପତ୍ରରେ କୁହାଯାଇଛି ଯେ ମାଲକାନାରେ ରଖାଯାଇଥିବା ଏହି ୧୯କେଜି ଭାଙ୍ଗ ଓ ଗଂଜେଇକୁ  ମୂଷା ଖାଇ ନଷ୍ଟ କରିଦେଇଛି। ତେଣୁ ସେ ସବୁ କୋର୍ଟରେ ଉପସ୍ଥାପନ କରାଯାଇପାରିବ ନାହିଁ। ତେବେ ଏହି ଘଟଣାର ଯାଞ୍ଜ ପାଇଁ ରାଜଗଞ୍ଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି। ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଧାନବାଦ ଏସପି।

Ganja Seized
Advertisment
Advertisment