• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

ପର୍ଯ୍ୟଟନ ସହର ପୁରୀରେ ମଶା ଆତଙ୍କ । ଦିନ ହେଉ ଅବା ରାତିରେ ବସାଇ ଶୁଆଇ ଦେଉନାହାନ୍ତି ମଶା । ସହରରେ ପରିମଳ ବ୍ୟବସ୍ଥା ବିଗିଡିଯାଇଥିବା ବେଳେ ମଶାବଂଶ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି । ମଶା ପ୍ରତିକାର ପାଇଁ ମଶା ତେଲ କିମ୍ବା ଧୂଆଁ ଛଡାଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ। ମଶା ପ୍ରତିକାର କରିବାରେ ଫେଲ୍ ପ୍ରଶାସନ ଏବେ ଗାମ୍ବୁଶିଆ ମାଛ ଉପରେ ଭରସା କରିଛି ।

ପର୍ଯ୍ୟଟନ ସହର ପୁରୀରେ ମଶା ଭଣଭଣ। ସକାଳୁ ହେଉ ଅବା ରାତି, ବସାଇ ଶୁଆଇ ଦେଉନାହାନ୍ତି ମଶା। ପୁରୀର କଳିକନ୍ଦି କେଉଁଠି ବି ମଶାଠୁ ନିସ୍ତାର ନାହିଁ । ନଳା ମାନଙ୍କରେ ପାଣି ଜମା ରହୁଥିବାରୁ ମଶା ବଂଶ ବଢିଚାଲିଛି । ସେପଟେ ମଶା ବଂଶ ଲୋପ ପାଇଁ ଖୋଲାଯାଇଥିବା ଗାମ୍ବୁଶିଆ ମାଛ ପ୍ରଜନନ କେନ୍ଦ୍ରରେ ମଧ୍ୟ ମାଛ ନାହାନ୍ତି। ଏଣୁ ପ୍ରଶାସନ ପକ୍ଷରୁ ମଶା ବଂଶ ବିସ୍ତାର ରୋକିବାକୁ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

ମଶା ସମସ୍ୟାର ପ୍ରତିକାର ପାଇଁ ପୌରପାଳିକା ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ଶୀତ ଦିନ କେବଳ ଟିଫା ମେସିନରେ ଧୂଆଁ ଦିଆଯାଉଥିବା ବେଳେ ଏବେ ସେ ବ୍ୟବସ୍ଥା ବି ବନ୍ଦରହିଛି । ଏପରକି ମଶା ତେଲ ମଧ୍ୟ ପକାଯାଉନଥିବା ଅଭିଯୋଗ ହୋଇଛି । ସେପଟେ ମଶାର ପ୍ରତିକାର ପାଇଁ ସହରର ବିଭିନ୍ନ ସ୍ଥାନରେ ଗାମ୍ବୁଶିଆ ମାଛ ଛାଡିବାକୁ ଯୋଜନା ଥିବା କହିଛନ୍ତି ସିଟି ହେଲଥ ଅଫିସର ।

  • Reported by:
  • MADHUSUDAN MISHRA