ଗତକିଛି ଦିନ ଧରି ପାଗରେ ପରିବର୍ତ୍ତନ ଯୋଗୁଁ ଖରା, ତାତିରୁ ଲୋକଙ୍କୁ ଆଶ୍ଵସ୍ତି ମିଳିଥିଲା। ମାତ୍ର ଏବେ ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ଗୁଳୁଗୁଳି ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି ।
ଭବେଶଙ୍କର ୧୬ ବର୍ଷୀୟ ପୁଅ ଓ ୧୯ ବର୍ଷୀୟା ଝିଅ ୨୦୨୨ରେ ଜୈନ ଦୀକ୍ଷା ନେବାକୁ ନିଷ୍ପତ୍ତି ନେଇଥିଲେ । ଉଭୟ ସେମାନଙ୍କ ପିଲାମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏସବୁ ତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକ କହିଛନ୍ତି।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଆଦିବାସୀ ହାଇସ୍କୁଲର ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ । ସେ ରାଜନୈତିକ କାର୍ଯ୍ୟରେ ସମ୍ପୃକ୍ତ ରହୁଥିବା ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା l ଗତ ଏପ୍ରିଲ ୧୩ ତାରିଖ ଦିନ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଦୀପକ ବର୍ମା, କୃଷ୍ଣ ମୁରାରୀ, ଦୀନେଶ ମାହେଶ୍ୱରୀ ଏବଂ ଏମଆର ଶାହାଙ୍କ ସମେତ ପୂର୍ବତନ ବିଚାରପତିମାନେ କୋର୍ଟ ଏବଂ ବିଚାରପତିଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ କରିଛନ୍ତି। ପତ୍ରର ଶୀର୍ଷକ ‘ନ୍ୟାୟପାଳିକାକୁ ଅନାବଶ୍ୟକ ଚାପରୁ ମୁକ୍ତ କରିବାର ଆବଶ୍ୟକତା ରହିଛି’।
ମସ୍କ କହିଛନ୍ତି: "ଆପଣ ଭାବୁଥିବେ ୨୦୩୨ ରେ ହ୍ୱାଇଟ୍ ହାଉସ କାହାର ହେବ? କେଉଁ ପ୍ରକାରର ଏଆଇ? ଗତ ବର୍ଷ ନିର୍ବାଚନରେ ଏଆଇର ପ୍ରଭାବ ପରିପ୍ରେକ୍ଷୀରେ ମସ୍କ କହିଥିଲେ ଯେ ଏଆଇ ଯଥେଷ୍ଟ ସ୍ମାର୍ଟ, ତେବେ ଏହା ଗଣତନ୍ତ୍ରକୁ ବୁଝିବାରେ ସକ୍ଷମ ହେଲେ ନିର୍ବାଚନ ଲଢିପାରେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାରଟି ଅନ୍ୟ ଏକ କାରକୁ ଓଭରଟେକ୍ କରି ଟ୍ରକକୁ ଧକ୍କା ଦେଇଥିଲା। ଲୋକମାନେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।
ଦମ୍ପତି ସେମାନଙ୍କ ପିଲାଙ୍କ ସହ ମିଶି ଥାନାକୁ ଯାଇଥିଲେ। ଏହାପରେ ସେମାନେ ପୋଲିସକୁ ଆରତି କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଭାରତ ମଧ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛି। ଆଲୋଚନା ଓ କୂଟନୀତି ଜରିଆରେ ସମାଧାନ କରିବାକୁ ଉଭୟ ପକ୍ଷଙ୍କୁ ଆହ୍ୱାନ ଦେଇଛି ।
ଉଭୟ ଡେରାଡୁନରୁ ଫେରିବା ପରେ ବାହାଦୂରଗଡରର ଫ୍ଲାଟରେ ଆଉ ୫ଜଣ ଟିମ୍ ମେମ୍ୱରଙ୍କ ସହ ଥିଲେ। ଘଟଣା ଘଟିବା ଦିନ ଉଭୟ ଏକ ସୁଟରୁ ଫେରିଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ଆହୁରି କହିଛନ୍ତି ଯେ, ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ।...
ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବରାରଙ୍କ ହତ୍ୟା ଧମକ ସାମ୍ନାକୁ ଆସିବା ପରେ ସଲମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଛି।ତାଙ୍କୁ ବ୍ୟକ୍ତିଗତ ବନ୍ଧୁକ ଲାଇସେନ୍ସ ମଧ୍ୟ ପ୍ରଦାନ କରାଯାଇଛି ।ଗତବର୍ଷ ମାର୍ଚ୍ଚରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମିଳିଥିଲା।
ଘଟଣା ପରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଛନ୍ତି ନେତାନ୍ୟାହୁ । ଇରାନର ଆକ୍ରମଣ ପୂର୍ବରୁ ଏନେଇ ଆମେରିକା ଗୁଇନ୍ଦା ମଧ୍ୟ ଇସ୍ରାଏଲକୁ ସୂଚନା ଦେଇଥିଲା।
ଏହି ଘଟଣା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରି ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଆକ୍ରମଣ ଘଟଣାକୁ କଡ଼ା ନିନ୍ଦା କରିବା ସହ ଜଗନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ସଂକଳ୍ପ ପତ୍ରରେ ବିଜେପି ଜନମଙ୍ଗଳ, ବିକାଶ ଏବଂ ବିକଶିତ ଭାରତର ରୋଡମ୍ୟାପକୁ ଫୋକସ କରିବ। ଏଥିସହ ଯୁବବର୍ଗ, ମହିଳା, କୃଷକ ଏବଂ ଦାରିଦ୍ର୍ୟ ଦୂର ଉପରେ ମଧ୍ୟ ଦଳ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି। ସଂକଳ୍ପ ପତ୍ରର ଥିମ୍ ରହିବ, ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’।
ବର୍ଣ୍ଣଭିଟା ହେଲ୍ଥ ଡ୍ରିଙ୍କ ତାଲିକାଭୁକ୍ତ ହୋଇପାରିବ ନାହିଁ। ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ ଅଛି ଯେ, ସମସ୍ତ ଇ-କମର୍ସ ୱେବସାଇଟ୍ ନିଜ ନିଜର ପ୍ଲାଟଫର୍ମରୁ ବର୍ଣ୍ଣଭିଟା ସହ ଅନ୍ୟ ସମସ୍ତ ପାନୀକୁ ହେଲ୍ଥ ଡ୍ରିଙ୍କ ଶ୍ରେଣୀରୁ ତୁରନ୍ତ ହଟାଇ ଦିଅନ୍ତୁ।
୧୫ ଓ ୧୬ ତାରିଖ ପାଇଁ ପାଣିପାଗ ବିଭାଗ ପକ୍ଷରୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୭ରୁ ୨୦ ତାରିଖ ବେଳକୁ ତାପମାତ୍ରା ଆହୁରି ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପଲଶପାଟଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବିଶାଳ ବାଇକ ରାଲି ଅନୁଷ୍ଠିତ ହୋଇଥିଲା l ଏହି ରାଲିରେ ବୌଦ୍ଧ ବ୍ଲକ ଦହ୍ୟା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସଙ୍ଘମିତ୍ରା ମଲ୍ଲିକ ଯୋଗଦେଇଥିବା ନେଇ ଅଭିଯୋଗ ହୋଇଥିଲା l
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି।
କେବଳ ଭୋଟ ଦେବା ପାଇଁ ସେ ସାଙ୍କେଡାରୁ ୧୩୮କିଲୋମିଟର ଯାତ୍ରା କରନ୍ତି। ସଡକ ପଥ ପରେ ୨ଘଣ୍ଟାର ଜଳପଥ ରାସ୍ତା ଅତିକ୍ରମ କରିବା ପରେ ସେ ଅଧଘଣ୍ଟା ପାଦରେ ଚାଲିଚାଲି ପାହାଡ ଉପରରେ ଥିବା ଘରେ ପହଞ୍ଚନ୍ତି।
ହଜାର ବର୍ଷର ଐତିହ୍ୟ ନଗର କଟକର କଳ୍ପିତ କଳେବର ବୃଦ୍ଧି ସମ୍ଭବ ନ ହେବାରୁ ଏକାମ୍ର କ୍ଷେତ୍ର ଭୁବନେଶ୍ୱରକୁ ନୂତନ ରାଜଧାନୀ କରିବାର ପ୍ରସ୍ତାବ ରଖାଯାଇ ୧୯୪୮ ଏପ୍ରିଲ ୧୩ ତାରିଖ ଦିନ ଶିଳାନ୍ୟାସ କାର୍ଯ୍ୟ ସମ୍ପନ୍ନ କରାଗଲା । ସେହିଦିନଠାରୁ ବୟସ ବଢ଼ିବା ସହ ନୂଆ ରାଜଧାନୀର କଳେବର...