ପିଟି କନଷ୍ଟ୍ରକ୍ସନ ଆଣ୍ଡ ସପ୍ଲାୟର୍ସ, ଏସକେ ଏଣ୍ଟାରପ୍ରାଇଜେସ ପରି ଅନ୍ୟରାଜ୍ୟର କମ୍ପାନୀଗୁଡିକର ଆକାଉଣ୍ଟକୁ ଏହି ସବୁ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ଜଣାପଡିଛି। ତେବେ ଚେକ କେଉଁଠୁ ଆସିଲା ଏବଂ କିଏ ଆଣି ବ୍ୟାଙ୍କରେ ଦେଇଥିଲା ସେନେଇ କୌଣସି ସୂଚନା ନାହିଁ।
ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।
ଖରାରେ ମହାପ୍ରଭୁଙ୍କୁ ଜରି ପାଲରେ ଘୋଡାଇ ଚାଲିଗଲେ ନେତା। ପୁରୀ ଜିଲ୍ଲା ମାଲୁଦ ପଞ୍ଚୁଦୋଳ ପଡିଆରେ ଜଗନ୍ନାଥଙ୍କୁ ଅସମ୍ମାନ କରାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇନାହିଁ। ଘଟଣାସ୍ଥଳରୁ ଦୁଇଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।
ନାଗରିକ ସୁରକ୍ଷା ବିଭାଗର ମୁଖ୍ୟ ଥୋମାସ ଜିମାସେ ରେଡିଓ ଗୁଇରାକୁ କହିଛନ୍ତି ଯେ ଆମେ ୫୮ଟି ମୃତଦେହ ଉଦ୍ଧାର କରିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କେତେଜଣ ନିଖୋଜ ଅଛନ୍ତି ସେନେଇ କୌଣସି ସଠିକ୍ ସୂଚନା ନହିଁ।
କାନାର ଗାଁର ମତଦାନ ବୁଥର ଶିକ୍ଷକ ମନୋଜ କୁମାର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଆମେ ଚାରି ଦିନ ଦୁର୍ଗମ ରାସ୍ତା ଅତିକ୍ରମ କରି ବସ୍ ଯୋଗେ ୮୦ କିଲୋମିଟର ଏବଂ ପାଦରେ ୧୬ କିଲୋମିଟର ଅତିକ୍ରମ କରି ୧୮୦୦ ମିଟର ପାହାଡ ଚଢି ଗାଁରେ ପହଞ୍ଚିଥିଲୁ...
IAS ବା ଭାରତୀୟ ପ୍ରସାଶନିକ ସେବା । ଏହା ଏକ ପ୍ରକାର ଚାକିରୀ ହୋଇଥାଇ ପାରେ ହେଲେ। ଏଥିରେ ଯୋଗଦେବା ପରେ ଅନେକ୍ ସମ୍ମାନ ସହିତ ବଢିଯାଇଥାଏ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଦର୍ଶକ ବନ୍ଧୁ ଜାଣିଛନ୍ତି କି ଏଥିରେ ଯୋଗଦେବା ପରେ କେତେ ଟଙ୍କା ଦରମା ମିଳିଥାଏ ଅଧିକାରୀ ମାନଙ୍କୁ...
ସୌର ମେଷ ମାସ ଚୈତ୍ର ଶୁକ୍ଳପକ୍ଷ। ଇଂରାଜୀରେ ୧୮ ତାରିଖ ଗୁରୁବାର। ଚନ୍ଦ୍ର- କର୍କଟ ପ୍ରାତଃ ୦୭.୫୬ ଗତେ ସିଂହ। ତିଥି- ଦଶମୀ ସନ୍ଧ୍ୟା ୦୫.୩୧ ଗତେ ଏକାଦଶୀ।
ବ୍ଲଗର୍ ଜାଣିଶୁଣି ପିଲାଟିକୁ ସୂର୍ଯ୍ୟକିରଣରେ ରଖୁଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଛି। ଏକ ସୂତ୍ର ଅନୁଯାୟୀ, ସେ ନିଜ ପତ୍ନୀକୁ ଶିଶୁଟିକୁ ସ୍ତନ୍ୟପାନ କରାଇବାକୁ ବାରଣ କରିଥିଲେ ।ଶିଶୁଟି ଉପରେ ପରୀକ୍ଷା ନୀରିକ୍ଷା କରିବାକୁ, ତାକୁ ଖରାରେ ରଖୁଥିଲେ।
ଅଭିଯୁକ୍ତ ମୁକେଶ ଏକ ଅଟୋକୁ ଜୋର୍ ଜବରଦସ୍ତ ଅଟକାଇ ଏହା ଭିତରେ ବସିଥିଲା। ସେ ଡ୍ରାଇଭରକୁ ଗୁଳିମାରିବା ପାଇଁ ଧମକ ଦେବା ପରେ ସେ ସେଠାରୁ ଡେଇଁ ପଳାଇଥିଲା। ଏହା ପରେ ଅଟୋ-ରିକ୍ସା ଭିତରେ ବସି ମୁକେଶ ନିଜେ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲା।
ସମସ୍ତେ ୟୁପିଏସସି ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତା ଆଦି ଜାଣିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି। ତେବେ ଆସନ୍ତୁ ଜାଣିବା ଟପ୍ ୫ରେ ଥିବା ଟପ୍ପରଙ୍କ ବିଷୟରେ।
ପ୍ରବଳ ବର୍ଷା କାରଣରୁ ବିମାନବନ୍ଦରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିଲା। ରନ୍ ୱେରେ ପାଣି ଲହଡି ଖେଳୁଥିଲା। ଉଡାଣ ପାଇଁ ଥିବା ବିମାନ ତଳେ ପାଣି ଚାଲୁଥିବା ବେଳେ ପାର୍କିଂ ହୋଇଥିବା କାରଗୁଡିକ ଅଧା ଜଳମଗ୍ନ ହୋଇଯାଇଥିଲା।
ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ସେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ।
ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୋଲିସ ପାଟ୍ରୋଲିଂ ସହ ପୋଲିସ ଭ୍ୟାନ ସ୍ଥାନରେ ବୁଲି ଯାଞ୍ଚ କରୁଛି। ଏହାସହ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମ ଉପରେ କଡ଼ା ନଜର ରଖିଛି ଭଦ୍ରକ ପୋଲିସ।
ରନ୍ ବାହାଦୂରଙ୍କର ପରିବାରରେ ମୋଟ ୧୨୦୦ରୁ ଅଧିକ ସଦସ୍ୟ ରହିଛନ୍ତି । ତାଙ୍କ ପୂର୍ବଜଙ୍କର ପ୍ରାୟ ୩୦୦ ପରିବାର ସୋନୀତପୁର ସଂସଦୀୟ ନିର୍ବାଚନମଣ୍ଡଳୀର ଫୁଲୋଗୁରୀ ନେପାଳୀ ପାମ ଅଞ୍ଚଳରେ ବାସ କରନ୍ତି।
ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ମାତ୍ର ସେତେବେଳକୁ କାରଟି ଜଳି ପାଉଁଶ ହୋଇଯାଇଥିଲା।ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଚଳିତବର୍ଷ ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ କିଭଳି ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି। ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି ।
ଝେଲମ ନଦୀରେ ଡଙ୍ଗା ପାର ହେଉଥିଲେ ଛାତ୍ରଛାତ୍ରୀ। ହଠାତ୍ ସ୍ରୋତ ପ୍ରଖର ହେବା ପରେ ଡଙ୍ଗାଟି ବୁଡିଯାଇଥିଲା। ତେବେ ଚାଳକ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣ ପଣେ ଉଦ୍ୟମ କରିଥିଲେ।
ଆମେରିକାରେ ଥିବା ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ୍ ବିଷ୍ଣୋଇ ଫାଇରିଂ ପାଇଁ ସବୁ କିଛି ଯୋଜନା ପ୍ରସ୍ତୁତ କରିଥିଲା। ଏଥିପାଇଁ ସାର୍ପ ସୁଟର୍ ରୋହିତ ଗୋଦରାକୁ ଦାୟିତ୍ବ ଦିଆଯାଇଥିଲା।
ବିଜେଡି ନେତା ଜାମୁଲା ଶଙ୍କର ନାରାୟଣ ଏବଂ ବିଜେଡି ନେତ୍ରୀ ମହିଳା ଉପ ସଭାନେତ୍ରୀ ଜେ.ସୁଷମା ରାଣୀ ମଧ୍ୟ ବିଜେଡିର ପ୍ରାଥମିକ ପଦରୁ ଇସ୍ତଫା ଦେଇଛନ୍ତି।