ଗାଁରେ ବସିଛି ମାଳମାଳ ୱାଟର ପୋଷ୍ଟ । କେଉଁଥିରେ ଟ୍ୟାପ ନାହିଁ ତ କେଉଁଠି ହୁଗୁଳି ଗଲାଣି ପାଇପ୍ । ଆଉ ଏପଟେ ଦେଖନ୍ତୁ କେମିତି ଚୁଆ ପାଣି ସଂଗ୍ରହ କରି ଘରକୁ ନେଇଛନ୍ତି ଲୋକେ । ପ୍ରଶାସନ ସିନା ୱାଟର ଷ୍ଟାଣ୍ଡ କରି ଅଧା ପନ୍ତରିଆ ଛାଡ଼ିଦେଇଛି । ହେଲେ ଏ ଶୋଷ କଣ ରୋକିହେଉଛି । ଯାହା ଫଳରେ ବାଧ୍ୟ ହୋଇ ଚୁଆ ଉପରେ ନିର୍ଭର କରୁଛନ୍ତି ଲୋକେ ।
Published By: Sonali Ojha
Last updated: 06 April 2024, 11:35 AM IST
ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ।