Advertisment

ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍; ଚାଲିଗଲା ୩ଜୀବନ

ଭୋର୍ ପ୍ରାୟ ୪ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ବସଟି ୩୬ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଗୋକାରନା ଅଭିମୁଖେ ଯାତ୍ରା କରୁଥିଲା। ବସର ବେଗ ଅଧିକ ଥିଲା।

author-image
Sonali Ojha
bus overturns in Karnataka

bus overturns in Karnataka

ଆଜି ଭୋରରୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଓଲଟି ପଡିବା ଫଳରେ ୩ଯାତ୍ରୀଙ୍କ ଜୀବନ ଯାଇଛି। ଏଥିସହ ବସରେ ଥିବା ଅନ୍ୟ ୩୩ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି। କର୍ଣ୍ଣାଟକର ଚିତ୍ରଦୁର୍ଗା ରାସ୍ତାରେ ବସଟି ବୁଲାଣିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ଭୋର୍ ପ୍ରାୟ ୪ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ବସଟି ୩୬ଜଣ ଯାତ୍ରୀଙ୍କୁ ନେଇ ବେଙ୍ଗାଲୁରୁରୁ ଗୋକାରନା ଅଭିମୁଖେ ଯାତ୍ରା କରୁଥିଲା। ବସର ବେଗ ଅଧିକ ଥିଲା। ଏହି ସମୟରେ ଚିତ୍ରଦୁର୍ଗା ହୋଲାଲକେର୍ ଟାଉନ୍ ନିକଟରେ ଥିବା ବୁଲାଣି ରାସ୍ତାରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସଙ୍ଗେସଙ୍ଗେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଆହତ ଲୋକଙ୍କୁ ଚିତ୍ରଦୁର୍ଗା ଜିଲ୍ଲା ଚିକିତ୍ସାଳୟ ଏବଂ ହୋଲାଲକେରେ ତାଲୁକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ଅସ୍ପଷ୍ଟ ରହିଛି। ମୃତକ ହେଲେ ୪୫ବର୍ଷୀୟ ଜଗଦୀଶ ଓ ୪୦ବର୍ଷୀୟ ଗଣପତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisment
Bus Accident
Advertisment
Advertisment