ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ ପ୍ରୋ ଲିଗ ହକି ଶନିବାର ଆରମ୍ଭ ହୋଇଛି। ଅନ୍ତିମ ମିନିଟ ଗୋଲ ବଳରେ ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ୩-୨ରେ ହରାଇଥିବା ବେଳେ ପୁରୁଷ ଦଳ ୧-୩ରେ ସ୍ପେନ ନିକଟରୁ ପରାଜିତ ହୋଇଛି।
ଅଭିନେତା ତଥା ରାଜନେତା ଅନୁଭବ ମହାନ୍ତିଙ୍କ ଆତ୍ମଜୀବନି ଶନିବାର ଉନ୍ମୋଚିତ ହୋଇ ଯାଇଛି। ବ୍ଲକ୍ ବଷ୍ଟରରୁ ବାଲଟ ବକ୍ସ ନାମରେ ଅନୁଭବ ମହାନ୍ତିଙ୍କ ପୁସ୍ତକର ଉନ୍ମୋଚନ ହୋଇଛି। ଚଳଚିତ୍ର ଓ ସାହିତ୍ୟ ଜଗତ ଏବଂ ରାଜନୈତିକ ମହଲର ବହୁ ବିଶିଷ୍ଟ ବ୍ୟକ୍ତି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଟ୍ବିନ୍ ସିଟିର ଲାଇଫଲାଇନ୍ ସାଜିଥିବା ଏହି ବସକୁ ଲୋକେ କହିଲେଣି ମଣିଷ ମରା ବସ୍। ଗତରାତିରେ ତମାଣ୍ଡୋରେ ଜଣେ ମହିଳାଙ୍କୁ ଯେଭଳି ଘୋଷାଡ଼ି ମାରିଲା ସମସ୍ତଙ୍କୁ ବିଚଳିତ କରିଛି। କେବଳ କାଲି ନୁହେଁ, ଗତ କିଛି ମାସ ହେଲା ଅନେକ ଲୋକଙ୍କ ଜୀବନ ନେଲାଣି।
ରାଜ୍ୟ କଂଗ୍ରେସକୁ ଘରବାହୁଡ଼ା ବଳ। ଦଳ ଛାଡ଼ିଥିବା ଓ ବହିଷ୍କୃତ ନେତାଙ୍କୁ ପିସିସି ସଭାପତିଙ୍କର ଗତକାଲି ସର୍ବକ୍ଷମା ଘୋଷଣା ପରେ ଆଜି ଭେଟେରାନ୍ ସୁର ରାଉତରାୟଙ୍କର ହୋଇଛି ଘର ୱାପସୀ। ସୁର କହିଛନ୍ତି- ଗଲା ୯ମାସ ହେଲା ଯନ୍ତ୍ରଣାରେ ଥିଲେ, କିନ୍ତୁ ଆଜି ଭାରି ଖୁସି।
ନିର୍ଦ୍ଦେଶକ ପାଣ୍ଡିଆନ୍, ନାଚୁଛନ୍ତି ବିଜେଡି ନେତା। ଏଭଳି ବୟାନ ଦେଇ ଆଜି ବିଜେଡିର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର। ସେ କହିଛନ୍ତି, ଗୃହକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଅଚଳ କରିଛନ୍ତି ବିଜେଡି ବିଧାୟକ।
ଚାକରାଣୀକୁ ବୃଦ୍ଧ ଦମ୍ପତି ଗାଳିଗୁଲଜ କରୁଥିବାରୁ ରାଗ ରଖି ଏଭଳି ହତ୍ୟାକାଣ୍ଡ କରିଥିବା ଅଭିଯୁକ୍ତ ପୋଲିସ ଆଗରେ କହିଛି । କିନ୍ତୁ ଏହାକୁ ଅସ୍ବୀକାର କରିଛନ୍ତି ମୃତ ଦମ୍ପତିଙ୍କ ଝିଅ ଇତିସ୍ମିତା । ଏଥିରେ କେବଳ ଚାକରାଣୀ କିମ୍ବା ତାଙ୍କ ସ୍ବାମୀ ନୁହେଁ ବରଂ ଅନ୍ୟ କାହାର ସଂପୃକ୍ତି...
ଭାରତୀୟ କ୍ରିକେଟ୍ ଦଳ ଚାମ୍ପିୟନ୍ସ ଟ୍ରଫି ୨୦୨୫ ପାଇଁ ଶନିବାର ଦୁବାଇ ଯାତ୍ରା କରିଛି। ବିସିସିଆଇର ନିୟମ ଅନୁଯାୟୀ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଓ ଅଧିନାୟକ ରୋହିତ ଶର୍ମା ସମେତ ଟିମ୍ ଇଣ୍ଡିଆର ସମସ୍ତ ୧୫ ଖେଳାଳି ଆଜି ମୁମ୍ବାଇରୁ ଦୁବାଇ ଅଭିମୁଖେ ଯାତ୍ରା କରିଛନ୍ତି।
ଦେଶବ୍ୟାପୀ ଏକାଧିକ ଥାନାରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏହାକୁ ଖାରଜ କରିବା ପାଇଁ ରଣବୀର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ତୁରନ୍ତ ଶୁଣାଣି ପାଇଁ କୋର୍ଟ ମନା କରି ଦେଇଛନ୍ତି।
ବିଶ୍ବର ସର୍ବବୃହତ କୋଠା ବୁର୍ଜ ଖଲିଫା। ୟୁଏଇ ଓ ଦୁବାଇରେ ଅବସ୍ଥିତ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ଉଚ୍ଚତା ୮୨୮ ମିଟର। ଏଥିରେ ୧୬୩ ମହଲା ଅଛି ଓ ଏହା ସମଗ୍ର ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ। ତେବେ ଏହି ନଭଶ୍ଚୁମ୍ଭୀ ଅଟ୍ଟାଳିକାର ପ୍ରକୃତ ମାଲିକ କିଏ ତାକୁ ନେଇ...
ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍ ଡିଆର୍’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ।
୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଛି କମିଶନରେଟ୍ ପୋଲିସ। ହେଲେ ୟେ କୌଣସି ସିନେ ପରଦାର ସ୍ପାଇଡର୍ ମ୍ୟାନ୍ ନୁହଁ, ବରଂ ଜଣେ ପୋଖତ ଏବଂ ଧୂର୍ତ୍ତ ଚୋର
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ଓଡ଼ିଶା ଫେରିଛନ୍ତି। ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଭାଲେଣ୍ଟାଇନ୍ସ ଡେ ଅବସରରେ ରିଲିଜ ହେବ ବଲିଉଡ ଫିଲ୍ମ ଛାବା। ଏହି ଫିଲ୍ମଟି ଭିକି କୌଶଲଙ୍କ କ୍ୟାରିୟରର ଶ୍ରେଷ୍ଠ ଓପନିଙ୍ଗ ଡେ ପ୍ରଦାନ କରିବା ନେଇ ଆଶା କରାଯାଉଛି। ଫିଲ୍ମଟି ୧୨-୧୫ କୋଟି ଟଙ୍କାର ପ୍ରଥମ ଦିନ ବ୍ୟବସାୟ କରିବା ନେଇ ଅନୁମାନ ଲଗାଇଛନ୍ତି ଟ୍ରେଡ ଆନାଲିଷ୍ଟ।
ଭାରତୀୟ ନୌସେନାକୁ ଅପଗ୍ରେଡ କରିବା ସହ ଏହାକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା କରୁଛନ୍ତି ଭାରତ ସରକାର। ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଏମକୁ ସାମିଲ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ରହିଥିବା ବେଳେ ଏହି ବିମାନ କିଣା ପ୍ରକ୍ରିୟା ତ୍ବରିତ ହେବ...
ଫାଫ ଡୁପ୍ଲେସି ବିଗତ ସଂସ୍କରଣରେ ଅଧିନାୟକ ରହିଥିବା ବେଳେ ଚଳିତ ମେଗା ଅକ୍ସନରେ ତାଙ୍କୁ କୌଣସି ଦଳ କିଣି ନ ଥିଲେ। ଅନ୍ୟ ପକ୍ଷରେ କୋହଲି ଆଉଥରେ ଅଧିନାୟକ ଦାୟିତ୍ବ ଗ୍ରହଣ କରିବା ନେଇ ରିପୋର୍ଟ ମଧ୍ୟ ଆସିଥିଲା। ତେବେ ଗୁରୁବାର ଏହି ସସପେନ୍ସ ଉପରୁ ପରଦା ଉଠାଇଛି...
ଶୁବମନ ଗିଲଙ୍କ ଶତକ ବଳରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆକୁ ୧୪୨ ରନରେ ଜିତି ନେଇଛି ଭାରତ। ଏହା ସହିତ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଭାରତ ୩-୦ରେ ଜିତିବା ସହିତ କ୍ଲିନ ସୁଇପ କରିଛି ଭାରତ। ଅହମଦାବାଦରେ ଅନୁଷ୍ଠିତ ଅନ୍ତିମ ଦିନିକିଆରେ ପ୍ରଥମେ ବ୍ୟାଟିଂ କରିଥିବା...
ଡିଗ୍ରୀ କଲେଜ ଗୁଡ଼ିକୁ ପ୍ରତ୍ୟକ୍ଷ ଅନୁଦାନ ଦାବିରେ ଧାରଣାକୁ ଓହ୍ଲାଇଛି ବ୍ଲକ କ୍ରାଇଟେରିଆ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ। ୧୯୯୪ ଶିକ୍ଷା ଅନୁଦାନ ଆଦେଶନାମା ଅନୁଯାୟୀ ଗୋଟିଏ ଜୁନିୟର କଲେଜ ଏବଂ ଗୋଟିଏ ଡିଗ୍ରୀ କଲେଜକୁ ପ୍ରତ୍ୟକ୍ଷ ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ତେବେ ୧୯୯୪ ଶିକ୍ଷା...